ବିଶ୍ବର ଉତ୍କୃଷ୍ଟ ଖାଦ୍ୟ ତାଲିକାରେ ପଞ୍ଚମ ସ୍ଥାନରେ ଭାରତ, ପ୍ରଥମ ସ୍ଥାନରେ…
25/12/2022 at 8:02 PM

ନୂଆଦିଲ୍ଳୀ, ୨୫/୧୨: ନିଜର ସ୍ବତନ୍ତ୍ରତା ପାଇଁ ସାରା ବିଶ୍ବରେ ପରିଚିତ ଭାରତୀୟ ଖାଦ୍ୟ। ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳିଥାଏ ଭଳିକି ଭଳି ଖାଦ୍ୟ। ଉତ୍ତର ଭାରତର ଛୋଲେ ଭଟ୍ଟୁରେ ହେଉ କିମ୍ବା ଦକ୍ଷିଣ ଭାରତର ବିରିୟାନୀ ଖୁବ୍ ପ୍ରସିଦ୍ଧ। ଏହି ଭାରତୀୟ ଖାଦ୍ୟକୁ ନେଇ ଆସିଛି ଏକ ରିପୋର୍ଟ। ଟେଷ୍ଟ ଆଲବାସର ଏକ ରିପୋର୍ଟ ଅନୁଯାୟୀ ୨୦୨୨ ରେ ବିଶ୍ବର ସବୁଠୁ ଉତ୍ତମ ଖାଦ୍ୟ ତାଲିକାରେ ୫ମ ସ୍ଥାନରେ ରହିଛି ଭାରତ। ବିଭିନ୍ନ ଖାଦ୍ୟ ସାମଗ୍ରୀ, ବ୍ୟଞ୍ଜନ ଏବଂ ବିଭିନ୍ନ ପାନୀୟ ଉପରେ କରାଯାଇଥିବା ସର୍ଭେକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଇଟାଲୀର ଖାଦ୍ୟ ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ଗ୍ରୀସ ଏବଂ ସ୍ପେନ ରହିଛନ୍ତି। ଚତୁର୍ଥରେ ଜାପାନ ରହିଛି। ଭାରତୀୟ ଖାଦ୍ୟ ମଧ୍ୟରେ ରହିଛି ‘ଗରମ ମସଲା, ମଲାଇ, ଘିଅ, ବଟର୍ ଗାର୍ଲିକ୍ ନାନ୍, କିମା’ ଭଳି ୪୫୦ ସାମଗ୍ରୀ ନାମ ରହିଛି। ଏହା ସହ ଭାରତର ଶ୍ରୀ ଠାକ୍ରେ ଭୋଜନାଳୟ (ମୁମ୍ବାଇ), କାରାବଲୀ (ବେଙ୍ଗାଲୁରୁ), ବୁଖାରା(ନୂଆଦିଲ୍ଳୀ), ଦମ୍ ପୁଖ୍ତ(ନୂଆଦିଲ୍ଳୀ), କୋମୋରିନ୍(ଗୁରୁଗ୍ରାମ) ସହ ୪୫୦ ଉତ୍ତମ ରେଷ୍ଟୁରାଣ୍ଟ ରହିଛି।