ନୂଆଦିଲ୍ଲୀ ୨୨/୨: ଚୀନରେ କରୋନା ଆତଙ୍କ ଜାରି ରହିଛି । ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨ ହଜାର ୩୫୦ ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ହଜାର ଟପିଲାଣି । ଆଉ ଏକ ଉଦ୍ବେଗ ଜନକ ଖବର ଆସିଛି, କି କୌଣସି ଲକ୍ଷଣ ନଥାଇ ମଧ୍ୟ ଲୋକେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ସେପଟେ ଚୀନ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ଭାରତ । ବୁହାନରେ ଫଶିରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ବାୟୁସେନାର ବିମାନ ପ୍ରବେଶ ଉପରେ ଜାଣିଶୁଣି ଚୀନ ବିଳମ୍ବ କରୁଛି ।
{"id":227744,"sizeSlug":"large"}ଭୟାନକ ହେଉଛି କରୋନା ଭାଇରସ୍ । ଚୀନ୍ରେ ସ୍ଥିତି ସଂଗୀନ ।କୌଣସି ଲକ୍ଷଣ ଦେଖାଯାଉନଥିଲେ ବି ଏହା ଆଗକୁ ଆଗକୁ ମାଡ଼ିଚାଲିଛି ଭାଇରସ୍ । ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି । କରୋନାର ଏପିକ୍ ସେଣ୍ଟର ଥିବା ଉହାନରୁ ଜଣେ ମହିଳା ଏନ୍ୟାଙ୍ଗ ଆସିଥିଲେ । ତାଙ୍କ ଦେହରେ କରୋନା ଭାଇରସର କୌଣସି ସିମଟମ୍ ଦେଖାଦେଇନଥିଲା । ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କ ମଧ୍ୟରୁ ୫ ଜଣ ଏବେ ଏହି ଭାଇରସ୍ରେ ଆକ୍ରାନ୍ତ । ଏହା ସ୍ପଷ୍ଟ କରିଛନ୍ତି ଚୀନର ବୈଜ୍ଞାନିକମାନେ । ଯାହାକୁ ନେଇ ସମସ୍ତେ ଆତଙ୍କିତ ।କରୋନା ଭାଇରସ୍ ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୨ ହଜାର ୩୫୦ ଟପିଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୭୬ ହଜାରରୁ ଅଧିକ ହେଲାଣି । କାଲି ଗୋଟିଏ ଦିନରେ ୮୮୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ଚୀନ ବ୍ୟତୀତ ୨୬ଟି ଦେଶକୁ ବ୍ୟାପୀଛି ଏହି ଜୀବନ ନାଶକାରୀ ଭାଇରସ୍ ।
{"id":227745,"sizeSlug":"large"}ସେପଟେ କରୋନା ଭାଇରସ ଡରରେ ଲୋକେ ପୋକ ଖାଉଥିବାର ଭୟାନକ ଚିତ୍ର ଚୀନରୁ ଆସୁଛି । କରୋନାରୁ ରକ୍ଷା ପାଇବା ପାଇଁ ଯୁବକ ଜଣଙ୍କ ଆଗ୍ରହରେ ଗୋଟେ ପରେ ଗୋଟେ ଜିଅନ୍ତା ପୋକ ଖାଇଯାଉଛନ୍ତି । ସେପଟେ କରୋନା ଭାଇରସ୍ ରେ ଆକ୍ରାନ୍ତ ଉହାନରେ ଥିବା ପ୍ରାୟ ୧୦୦ ଭାରତୀୟଙ୍କୁ ଆଣିବାକୁ ବାହାରିଥିବା ବିମାନକୁ କ୍ଲିଅରାନ୍ସ୍ ଦେବାରେ ଚୀନ୍ ଜାଣିଶୁଣି ବିଳମ୍ବ କରୁଛି ।ଏହି ବିମାନରେ ଭାରତ, ଚୀନ୍ ଡାକ୍ତର ଓ ରିଲିଫ୍ ସାମଗ୍ରୀ ପଠାଉଥିବା ଜଣାପଡ଼ିଛି । ଗୁରୁବାର ଭାରତୀୟ ସାମରିକ ପଣ୍ୟବାହୀ ବିମାନ ‘ସି-୧୭ ଗ୍ଲୋବ୍ମାଷ୍ଟର୍’ ଉହାନ୍ ଯାଇଥାନ୍ତା । କିନ୍ତୁ ଚୀନ୍ କର୍ତ୍ତୃପକ୍ଷ କ୍ଲିୟରାନ୍ସ୍ ନ ଦେବାରୁ ତାହା ସମ୍ଭବ ହୋଇନାହିଁ । ପୂର୍ବରୁ ଏୟାର୍ ଇଣ୍ଡିଆର ଦୁଇଟି ବିମାନ ୬୪୦ ଭାରତୀୟ ଏବଂ ୭ ଜଣ ମାଳଦ୍ବୀପ ନାଗରିକଙ୍କୁ ଉହାନରୁ ସ୍ଥାନାନ୍ତର କରାଯାଇଥିଲା ।
{"id":227746,"sizeSlug":"large"}