Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ବିଶ୍ୱ ଅର୍ଥନୀତି ଦୁର୍ବଳ ଥିବା ବେଳେ ଭାରତର ଅର୍ଥନୀତିର ମଜଭୁତ ଅଛି: ପ୍ରଧାନମନ୍ତ୍ରୀ ମୋଦୀ

18/03/2023 at 10:36 PM

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଟଳମଳ ସ୍ଥିତିରେ ଥିବା ବେଳେ ଭାରତର ଅର୍ଥନୀତି ଓ ବ୍ୟାଙ୍କିଙ୍ଗ ସିଷ୍ଟମ ମଜଭୁତ ରହିଛି। ଶନିବାର ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି “ବିଶ୍ୱରେ ସମସ୍ୟା ଥିବା ବେଳେ ଭାରତ ଅର୍ଥନୀତି ମଜଭୁତ ରହିଛି। ବ୍ୟାଙ୍କିଙ୍ଗ ସିଷ୍ଟମ ବି ମଜଭୁତ ରହିଛି। ଏହା ହିଁ ଆମ ବ୍ୟବସ୍ଥାର ଶକ୍ତି।” ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି ” ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ଦ୍ରୁତ ଅଗ୍ରଗତି କରୁଥିବା ଅର୍ଥନୀତି। ସ୍ମାର୍ଟଫୋନ୍ ଡାଟା ବ୍ୟବହାର କରିବାର ଭାରତ ନମ୍ବର ୱାନ୍। ମୋବାଇଲ୍‌ ତିଆରିରେ ବିଶ୍ୱ ଦ୍ୱିତୀୟ ଏବଂ ତୃତୀୟ ବଡ଼ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ।” ବର୍ତ୍ତମାନ ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞ, ବିଶ୍ଳେଷକ ଓ ଗବେଷକ ସମସ୍ତଙ୍କ ମୁଖରେ ଭାରତର ଦ୍ରୁତ ଗତି ନେଇ ଆଲୋଚନା ହେଉଛି ବୋଲି ମୋଦୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତର ଗଣତନ୍ତ୍ର ଓ ବ୍ୟବସ୍ଥାର ସଫଳତା ଆଜି କିଛି ଲୋକଙ୍କୁ ବାଧୁଛି। ଏଥିପାଇଁ ସେମାନେ ଗଣତନ୍ତ୍ରଙ୍କୁ ଆକ୍ରମଣ କରୁଛନ୍ତି। ଯେତେବେଳେ କିଛି ମାଙ୍ଗଳିକ କାର୍ଯ୍ୟ ହେଉଥିଲା ସେତେବେଳେ କଳା ଟିକା ଲଗାଇବାର ପରମ୍ପରା ଥିଲା। ତେବେ ବର୍ତ୍ତମାନ ଯେହେତୁ ମଙ୍ଗଳ କାମ ହେଉଛି ସେତେବେଳେ କିଛି ଲୋକ କଳା ଟିକା ଲଗାଇବାର କାମ କରୁଛନ୍ତି। ମୋଦୀ କୌଣସି ବ୍ୟକ୍ତିଙ୍କ ନାଁ ନନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି।

   Related Posts