previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

WTC Points Tableରେ ଭାରତକୁ ଝଟକା, ଇଂଲଣ୍ଡଠୁ ହାରିବା ପରେ ଫାଇନାଲ୍‌ରେ ପହଞ୍ଚିବା ହେଲା କଷ୍ଟକର

5/07/2022 at 9:00 PM

ଏଜବାଷ୍ଟନ: ଏଜବାଷ୍ଟନ ଟେଷ୍ଟରେ ଇଂଲଣ୍ଡ ଭାରତକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ଘରୋଇ ଦଳର ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୨ରେ ଡ୍ର ରହିଛି। ଏହି ପରାଜୟରେ ଭାରତୀୟ ଦଳର ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ପଏଣ୍ଟ ଟେବୁଲରେ ବହୁତ କ୍ଷତି ଘଟିଛି। ଏଥିସହ ଦଳର ଫାଇନାଲ୍‌ରେ ପହଞ୍ଚିବା କଷ୍ଟକର  ହୋଇ ପଡିଛି।  ଏହି ମୁକାବିଲା ପୂର୍ବରୁ ଭାରତର ବିଜୟ ପ୍ରତିଶତ ୫୮.୩୩  ଥିଲା। ହେଲେ ଇଂଲଣ୍ଡ ହାତରୁ ହାରିବା ପରେ ଭାରତ ଖାତାରେ ପଏଣ୍ଟ ସଂଖ୍ୟା ୫୮.୩୩ ପ୍ରତିଶତକୁ ଖସି ଆସିଛି। ଏବେ ବି ଭାରତ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି। ଯଦି ଭାରତୀୟ ଦଳକୁ ଏହି ସିଜିନର ଫାଇନାଲରେ ପହଞ୍ଚିବାର ଅଛି ତେବେ ଆଗାମୀ ସମସ୍ତ  ଟେଷ୍ଟ ଜିତିବାକୁ ପଡିବ। ଅନ୍ୟପଟେ ଫାଇନାଲ୍ ଦୌଡରୁ ବାଦ୍ ପଡି ସାରିଥିବା ଇଂଲଣ୍ଡ ଦଳର ବିଜୟ ପ୍ରତିଶତ ୩୩.୩୩ ସହ ରହିଛି ଏବଂ ପଏଣ୍ଟ ତାଲିକାର ସପ୍ତମରେ ରହିଛି।

ଭାରତର ଏବେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଦ୍ଵିତୀୟ ସିଜିନରେ ଆଉ ଛଅଟି ମୁକାବିଲା ଖେଳିବା ବାକି ରହିଛି। ଦଳକୁ ଫାଇନାଲରେ ପ୍ରବେଶ କରିବାକୁ ହେଲେ ପ୍ରତିଟି ମ୍ୟାଚ୍ ଜିତିବା ଜରୁରୀ ହୋଇ ପଡିଛି। ଭାରତୀୟ ଦଳ  ଘରୋଇ ମାଟିରେ ଅଷ୍ଟ୍ରେଲିଆରେ ବିପକ୍ଷରେ ଚାରି ମ୍ୟାଚର ଟେଷ୍ଟ ସିରିଜ୍ ଖେଳିବ ଏବଂ ଅନ୍ୟ ଦୁଇଟି ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ତାରି ମାଟିରେ ଖେଳିବ।

ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ୭ ଓ୍ଵିକେଟରେ ହାରିଛି ଭାରତ। ପ୍ରଥମ ଇନିଂସରେ ୧୩୨ ରନ ଅଗ୍ରଣୀ ଥାଇ ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଇଥିବା ଟେଷ୍ଟରେ ଭାରତ ପରାଜୟ ଭୋଗିଛି। ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ଡ୍ର ଭାବେ ଶେଷ ହୋଇଛି। ଭାରତ ଦ୍ଵାରା ଧାର୍ଯ୍ୟ ୩୭୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଜୋ ରୁଟ୍ ଏବଂ ଜୋନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ବଳରେ ୩ ଓ୍ଵିକେଟ୍ ହରାଇ ବିଜୟୀ ହୋଇଛି। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ଚତୁର୍ଥ ଓ୍ଵିକେଟରେ ୨୬୯ ରନ ଯୋଡି ଇଂଲଣ୍ଡକୁ ସିରିଜ ପରାଜୟରୁ ବଞ୍ଚାଇବା ସହ ସ୍ମରଣୀୟ ବିଜୟ ଦେଇଛନ୍ତି।

ଜୋ ରୁଟ୍ ୧୪୨ ଏବଂ ବେୟାରଷ୍ଟୋ ୧୧୪ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ଦେଇଛନ୍ତି। ଭାରତ ପ୍ରଥମ ଇନିଂସରେ ୪୧୬ ରନ କରିଥିଲା। ଜବାବରେ ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ ଭାରତ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୪୫ ରନରେ ଅଲଆଉଟ୍ ହୋଇଥିଲା। ଉଲ୍ଲେଖନୀୟ ସିରିଜରେ ଭାରତ ୨-୧ରେ ଆଗୁଆ ଥିଲା। କରୋନ କାରଣରୁ ଗତ ବର୍ଷ ଖେଳା ଯାଇଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳା ଯାଇ ପାରିନଥିଲା।

   Related Posts