scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Asia Cup 2023, ଖୁବଶୀଘ୍ର ଟିମ୍‌ ଘୋଷଣା କରିବ ବିସିସିଆଇ

10/08/2023 at 1:17 PM

ମୁମ୍ବାଇ ୧୦।୦୮:  ସରିଆସୁଛି ସମୟ । ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ୨୦୨୩ । ପାକିସ୍ତାନ ଓ ଶ୍ରୀଲାଙ୍କାରେ ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜନ ହେବ । ପ୍ରଥମ ମ୍ୟାଚ୍‌ ଆୟୋଜକ ପାକିସ୍ତାନ ଏବଂ ନେପାଲ ମଧ୍ୟରେ ଖେଳାଯିବ । ଏହିକ୍ରମରେ ଖୁବଶୀଘ୍ର ଦଳ ଘୋଷଣା କରିପାରନ୍ତି ଭାରତୀୟ ଟିମ୍‌ । ଆସନ୍ତା ୧୭ ତାରିଖ ସୁଦ୍ଧା ଟିମ୍‌ ଘୋଷଣା ହେବା ନେଇ ସୂଚନା ମିଳୁଛି ।

ସେହିପରି ବିଶ୍ଵକପ୍‌କୁ ଆଉ ଦୁଇ ମାସରୁ କମ୍ ସମୟ ବାକି ରହିଛି। ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏସିଆ କପ୍ ୨୦୨୩ ପୂର୍ବରୁ ଭାରତ ଦଳ ପାଇଁ ଗୋଟିଏ ହେଲେ ଦିନିକିଆ ମ୍ୟାଚ୍ ନାହିଁ। ଏସିଆ କପ୍ ପରେ ଦିନିକିଆ ବିଶ୍ଵକପ୍ ଖେଳାଯିବ। ଏହି ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର କୋର ଗ୍ରୁପ ଚୂଡାନ୍ତ ହୋଇ ସାରିଛି। ୧୮ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ପ୍ରବନ୍ଧକ ଆଗକୁ ବଢିବ। ଏଥିରୁ ଅତି କମରେ ୧୫ ଜଣ ଖେଳାଳିଙ୍କୁ ଏସିଆ କପ୍ ପାଇଁ ଚୟନ କରାଯିବ। ତେବେ କିଏ କିଏ ଚୟନ ହେବେ , ତାହା ଆସନ୍ତା ୧୬ କିମ୍ବା ୧୭ ତାରିଖରେ ଜଣାପଡିବ ।

ତେବେ ଏହି ୧୮ ଜଣିଆ କୋର ଦଳରେ ଭାରତୀୟ ଦଳରେ ୩ ଓପନର, ୩ ମଧ୍ୟକ୍ରମ ବ୍ୟାଟର, ୩ ଓ୍ଵିକେଟ୍ କିପର, ୨ ଦ୍ରୁତ ବୋଲର ଅଲରାଉଣ୍ଡର, ୪ ଦ୍ରୁତ ବୋଲର, ୩ ସ୍ପିନର ସାମିଲ୍। ଓପନର ଭାବେ ରୋହିତ ଶର୍ମା, ଶୁଭମନ ଗିଲ୍ ଓ ଇଶାନ କିଷନ ଥିବା ବେଳେ ମଧ୍ୟକ୍ରମରେ ବିରାଟ କୋହଲି, ଶ୍ରେୟସ ଆୟର ଓ ସୂର୍ଯ୍ୟକୁମାର ଯାଦବ ରହିବେ। ଓ୍ଵିକେଟ୍ କିପର ବ୍ୟାଟର ଭାବେ କେଏଲ ରାହୁଲ, ଇଶାନ କିଷନ ଏବ ସଞ୍ଜୁ ସାମସନ ରହିବେ। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଳ ଠାକୁର ଏବଂ ଅକ୍ଷର ପଟେଲ୍ ସାମିଲ୍। ସ୍ପିନର ଭାବେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ରହୁଥିବା ବେଳେ ଦ୍ରୁତ ବୋଲର ଭାବେ ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ଜୟଦେବ ଉନାଦକତ ଓ ମୁକେଶ କୁମାର ରହିବେ।

   Related Posts