ICJ ରେ ପୁଲୱାମା ଇଫେକ୍ଟ : ପାକିସ୍ତାନ ବଢ଼ାଇଲା ହାତ, ଦୂରରୁ ଥାଇ ହାତ ଯୋଡ଼ିଦେଲା ଭାରତ

Published By : Prameya-News7 Bureau | February 18, 2019 IST

ଦିଲ୍ଲୀ ୧୮/୨ : ଆଜି ଆଇସିଯେରେ କୁଲଭୁଷଣ ଯାଦବ ମାମଲାରେ ଶୁଣାଣି ଥିଲା | ଶୁଣାଣି ବେଳେ ପୁଲୱାମା ଆକ୍ରମଣର ଆକ୍ରୋଶ ଦେଖିବାକୁ ମିଳିଥିଲା | ପାକିସ୍ତାନର ବିଦେଶ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଅନବର ମନସୁର ଯେତେବେଳେ ଭାରତର ବିଦେଶ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଦୀପକ ମିତ୍ତଲଙ୍କ ପାଖକୁ ଯାଇ ହାତ ମିଳିବ ପାଇଁ ଚାହିଁଥିଲେ, ସେତେବେଳେ ଦୀପକ ମିତ୍ତଲ ଅନବର ମନସୁରଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ ଏବଂ ଦୂରରୁ ନମସ୍କାର କରିଥିଲେ |

{"id":86551}


ପୁଲୱାମା ହମଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଧମକ ଦେଇଛନ୍ତି | ଘଟଣାକୁ ନେଇ ଭାରତର କୂଟନୀତି ମଧ୍ୟ ତୀବ୍ର ହୋଇଯାଇଛି | ହମଲାକୁ ନେଇ ଭାରତ ଫେବୃଆରୀ ୧୫ ତାରିଖରେ ଆମେରିକା, ଫ୍ରାନ୍ସ, ଜାପାନ ସମେତ ୨୫ ଦେଶର ରାଜନୈତିକଙ୍କ ସହ ସମ୍ପର୍କ କରି ଜୈସ-ଏ-ମହମ୍ମଦ ଆତଙ୍କବାଦ ସଂଗଠନ ଏବଂ ପାକିସ୍ତାନ ମଧ୍ୟରେ ଥିବା ଗଭୀର ସମ୍ପର୍କର ପ୍ରମାଣ ପେଶ ଲରିଥିଲା | ୧୫ ତାରିଖରେ ହୋଇଥିବା ବୈଠକ ପରେ ବିଦେଶୀ ସଚିବ ଦିଲ୍ଲୀ ସ୍ଥିତ ପାକିସ୍ତାନର ଉଚ୍ଚାୟୁକ୍ତ ସୋହେଲ ମେହମୁଦକୁ ସୂଚନା ଦେଇ ଆତଙ୍କବାଦୀ ସଂଗଠନକୁ ପାକିସ୍ତାନ ସମର୍ଥନ କରୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ | ବିଦେଶ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦର ସ୍ଥାୟୀ ପାଞ୍ଚଟି ଦେଶର ପ୍ରତିନିଧିଙ୍କ ଛଡା ଜାପାନ, ଜର୍ମାନୀ, ଦକ୍ଷିଣ କୋରିଆ, ଦକ୍ଷିଣ ଏସିଆ ଏବଂ ଖାଡ଼ି ଅଂଚଳର ୨୫ ଦେଶ ଦିଲ୍ଲୀ ସ୍ଥିତ ପ୍ରତିନିଧିଙ୍କୁ ସାକ୍ଷାତ କରିଥିଲେ | ବିଦେଶ ସଚିବ ବିଜୟ ଗୋଖଲେଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା |

{"id":86552}


ସମସ୍ତ ଦେଶ ସ୍ୱୀକାର କରିଥିଲେ ଯେ, ପାକିସ୍ତାନ ଆତଙ୍କୀ ସଂଗଠନ ଜୈସ କୁ ସାହାଯ୍ୟ କରୁଛି | ଭାରତ କହିଥିଲା ଯେ, ସେ ଚାହୁଁଚି ପାକିସ୍ତାନ ଜୈସ ସମେତ ଅନ୍ୟ ସବୁ ଆତଙ୍କୀ ସଂଗଠନକୁ ସମର୍ଥନ କରିବା ବନ୍ଦ କରିଦେଉ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.