ଭାରତରେ ହନୁମାନଙ୍କ ୫ ବିଶାଳକାୟ ପ୍ରତିମା: ଜାଣନ୍ତୁ କେଉଁଠି ଅଛି ଏବଂ ଏହା ପଛର କାହାଣୀ

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩/୧୦ : ହନୁମାନ ନିଜ ଭକ୍ତଙ୍କ ସବୁ ପ୍ରକାର କଷ୍ଟ ଓ ସମସ୍ୟା ଦୂର କରିଥାନ୍ତି। ସେଥିପାଇଁ ତାଙ୍କୁ ସଙ୍କଟମୋଚନ ମଧ୍ୟ କୁହାଯାଏ। ହନୁମାନ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି ବୋଲି ବିଶ୍ୱାସ ରହିଛି। ହନୁମାନଙ୍କୁ ପ୍ରସନ୍ନ କରିବାକୁ ବେଶୀ କିଛି କରିବାକୁ ପଡ଼ିନଥାଏ। ସଚ୍ଚୋଟ ମନରେ ପ୍ରାର୍ଥନା କଲେ ସେ ଭକ୍ତଙ୍କ ଦୁଃଖ ଦୂର କରନ୍ତି। ହନୁମାନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ। ପ୍ରଭୁ ଶ୍ରୀରାମଙ୍କ ଶରଣାଗତ ହେଲେ ହନୁମାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି। ଦୁନିଆରେ ହନୁମାନଙ୍କ ଅନେକ ପ୍ରତିମା ରହିଛି। ଭାରତରେ ହନୁମାନଙ୍କ ଅସଂଖ୍ୟ ବିଶାଳକାୟ ପ୍ରତିମା ରହିଛି। ଉଚ୍ଚତମ ପ୍ରତିମା ନିର୍ମାଣ କରିବାରେ ପ୍ରତି ୩ ବର୍ଷରେ ଠାରେ ରେକର୍ଡ ଭାଙ୍ଗେ। ଦେଶରେ ୧୦୧ ଫୁଟ ଉଚ୍ଚର ଅସଂଖ୍ୟ ମୂର୍ତ୍ତି ରହିଛି। ଜାଣନ୍ତୁ ଦେଶର ୫ ବିଶାଳକାୟ ମୂର୍ତ୍ତି ସମ୍ପର୍କରେ ଓ ତା ପଛର କାହାଣୀ :

{"id":343526,"sizeSlug":"large"}

୧. ରାମତୀର୍ଥ ମନ୍ଦିର - ରାମତୀର୍ଥ ମନ୍ଦିରରେ ହନୁମାନଙ୍କ ବିଶାଳକାୟ ମୂର୍ତ୍ତି ରହିଛି। ଏହା ପଞ୍ଜାବ ଅମୃତସର ରାମତୀର୍ଥ ମନ୍ଦିରରେ ସ୍ଥାପିତ ହୋଇଛି। ଏହି ମୂର୍ତ୍ତି ବାଲ୍ମୀକି ପରିସରରେ ସ୍ଥାପିତ କରାଯାଇଛି। ଏହି ମୂର୍ତ୍ତିର ଉଚ୍ଚତା ୨୪.୫ ମିଟର। ଏଠାରେ ବାଲ୍ମୀକିଙ୍କ ଆଶ୍ରମ ଥିଲା ବୋଲି କୁହାଯାଏ, ଯେଉଁଠାରେ ମାତା ସୀତା ରହୁଥିଲେ ଏବଂ ସେଠାରେ ଲବ କୁଶଙ୍କ ଜନ୍ମ ହୋଇଥିଲା। ଏଠାରେ ରାମତୀର୍ଥ ସରୋବର ମଧ୍ୟ ଅଛି।

{"id":343527,"width":561,"height":845,"sizeSlug":"large"}

୨. ନନ୍ଦୁରା ଗାଁ ହନୁମାନ - ମହାରାଷ୍ଟ୍ର ନନ୍ଦୁରାରେ ହନୁମାନଙ୍କ ବିଶାଳକାୟ ମୂର୍ତ୍ତି ରହିଛି ଯାହାର ଉଚ୍ଚତା ୩୨ ମିଟର। ଏହା ଦୁନିଆର ତୃତୀୟ ସବୁଠାରୁ ବଡ ମୂର୍ତ୍ତି। ହନୁମାନଙ୍କ ଗଦା ହିଁ ୩୦ ଫୁଟର। ନନ୍ଦୁରା ଗାଁ ପ୍ରସିଦ୍ଧ ତୀର୍ଥ ସ୍ଥାନ ଶୋଗାଓଁରୁ ୫୦ କିମି ଦୂରରେ ରହିଛି। ହନୁମାନଙ୍କ ଦର୍ଶନ ପାଇଁ ଗାଁ ଭିତରକୁ ଯିବାକୁ ପଡେନାହିଁ। ରାଜପଥରେ ରାସ୍ତାକଡରେ ମୂର୍ତ୍ତି ସ୍ଥାପିତ ହୋଇଛି।

{"id":343528,"sizeSlug":"large"}

୩. କରୋଲବାଗ ହନୁମାନ ମୂର୍ତ୍ତି - ଦିଲ୍ଲୀ କରୋଲବାଗ ହନୁମାନ ମୂର୍ତ୍ତି ସମ୍ପର୍କରେ ସାରା ଦେଶ ଜାଣିଚି। କରୋଲବାଗ ମେଟ୍ରୋ ଷ୍ଟେସନ ନିକଟରେ ନିର୍ମାଣ ହୋଇଥିବା ହନୁମାନଙ୍କ ମୂର୍ତ୍ତି ୧୦୮ ଫୁଟ ଉଚ୍ଚ ବିଶିଷ୍ଟ ଏବଂ ଏହା ଦୁନିଆର ସ୍ୱଚାଳିତ ପ୍ରତିମା। ହନୁମାନଙ୍କ ଛାତିରେ ତାଙ୍କ ହାତ ପଛରେ ଶ୍ରୀରାମ-ସୀତା ବିରାଜମାନ। ବିଶ୍ୱାସ ରହିଛି ଯେ, ବହୁ ବର୍ଷ ପୂର୍ବରୁ ସନ୍ଥ ନାଗ ବାବା ଏଠାକୁ ଆସିଥିଲେ। ପ୍ରଭୁ ଶ୍ରୀରାମଙ୍କ ଆଦେଶ ଅନୁସାରେ ୧୯୯୪ ମସିହାରେ ସେ ହନୁମାନଙ୍କ ପ୍ରତିମା ଓ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ। ଏହା ସମ୍ପୂର୍ଣ୍ଣ ହେବାକୁ ୧୩ ବର୍ଷ ଲାଗିଥିଲା। ୨୦୦୭ ଏପ୍ରିଲ ୨ ତାରିଖରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ମଙ୍ଗଳବାର ଓ ଶନିବାର ହନୁମାନଙ୍କ ଦର୍ଶନ ପାଇଁ ଏଠାରେ ଲୋକଙ୍କ ଭିଡ ଜମେ।

{"sizeSlug":"large"}

୪. ଜାଖୁ ହନୁମାନ ମନ୍ଦିର - ହିମାଚଳ ପ୍ରଦେଶ ଶିମଲାରେ ହନୁମାନଙ୍କ ଏକ ବିଶାଳକାୟ ମନ୍ଦିର ରହିଛି ଯାହାର ଉଚ୍ଚତା ୩୩ ମିଟର। ଏହାକୁ ଏସିଆର ସବୁଠାରୁ ଉଚ୍ଚ ମୂର୍ତ୍ତି ବୋଲି କୁହାଯାଏ। ଏହି ମୂର୍ତ୍ତି ୨୨୯୬ ଫୁଟ ଉଚ୍ଚରେ ରହିଛି। ଏହି ମୂର୍ତ୍ତି ନିଜ ମଧ୍ୟରେ ଏକ ଇତିହାସ। ୨୦୧୦ ନଭେମ୍ବରରେ ଏହି ମୂର୍ତ୍ତି ଏଚସି ନନ୍ଦା ନ୍ୟାସ ତରଫରୁ ଏହି ମୂର୍ତ୍ତି  ସ୍ଥାପନା କରାଯାଇଥିଲା।

{"id":343532,"sizeSlug":"large"}

୫. ଇନ୍ଦୋର ପିତୃେଶ୍ଵର ମନ୍ଦିର - ଇନ୍ଦୋର ପିତୃ ପର୍ବତରେ ସ୍ଥାପିତ ପିତୃେଶ୍ଵର ହନୁମାନଙ୍କ ମୂର୍ତ୍ତିର ଓଜନ ୧୦୮ ଟନ ଓ ଉଚ୍ଚତା ୭୧ ଫୁଟ। ଏହି ମୂର୍ତ୍ତି ସୁନା, ରୁପା, ପ୍ଳାଟିନମ୍, ପାରଦ, ସୀସା, ଏନ୍ଟିମନି ଓ ଅଷ୍ଟଧାତୁରେ ନିର୍ମାଣ କରାଯାଇଛି। ମୂର୍ତ୍ତି ସାମ୍ନାରେ ପଞ୍ଚଧାତୁରେ ନିର୍ମିତ ରାମାୟଣ ସ୍ଥାପିତ କରାଯାଇଛି। ଏହି ମୂର୍ତ୍ତିର ବିଶେଷତ୍ୱ ହେଲା ଏହା ଭାରତର ପ୍ରଥମ ବିଶାଳକାୟ ବିରାଜମାନ ମୂର୍ତ୍ତି। ଏହା ଦୁନିଆର ସବୁଠାରୁ ବଡ ଧାତୁ ମୂର୍ତ୍ତି।

(ବି: ଦ୍ର: ସମସ୍ତ ତଥ୍ୟ ସାମାନ୍ୟ ସୂଚନା ଉପରେ ଆଧାରିତ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.