ଏସିଆ କପ୍ ଓ ବିଶ୍ଵକପ୍ ପାଇଁ ଭାରତୀୟ ଦଳର ୧୮ ଜଣିଆ ଦଳ ଫାଇନାଲ୍ ! ଏହି ଖେଳାଳି ସାମିଲ୍
8/08/2023 at 5:07 PM

ନୂଆଦିଲ୍ଲୀ: ବିଶ୍ଵକପ୍କୁ ଦୁଇ ମାସରୁ କମ୍ ସମୟ ବାକି ରହିଛି। ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ଏସିଆ କପ୍ ୨୦୨୩ ପୂର୍ବରୁ ଭାରତ ଦଳ ପାଇଁ ଗୋଟିଏ ହେଲେ ଦିନିକିଆ ମ୍ୟାଚ୍ ନାହିଁ। ମାତ୍ର ଦଳକୁ ୬ଟି ଟି-୨୦ ମ୍ୟାଚ୍ ଖେଳିବାକୁ ପଡ଼ିବ। ଏସିଆ କପ୍ ପରେ ଦିନିକିଆ ବିଶ୍ଵକପ୍ ଖେଳାଯିବ। ଏହି ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର କୋର ଗ୍ରୁପ ଚୂଡାନ୍ତ ହୋଇ ସାରିଛି। ରିପୋର୍ଟ ଅନୁଯାୟୀ, ୧୮ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ପ୍ରବନ୍ଧକ ଆଗକୁ ବଢିବ। ଏଥିରୁ ଅତି କମରେ ୧୫ ଜଣ ଖେଳାଳିଙ୍କୁ ଏସିଆ କପ୍ ପାଇଁ ଚୟନ କରାଯିବ।
Also read- ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲରଙ୍କ ଭବିଷ୍ୟବାଣୀ, ଏହି ସବୁ ଦଳ ଯିବେ ସେମିଫାଇନାଲ୍…
ପିଟିଆଇ ରିପୋର୍ଟ ଅନୁଯାୟୀ, ୧୮ ଖେଳାଳିଙ୍କ ସହିତ ଭାରତୀୟ ଦଳ ନିଜର ଯୋଜନା ପ୍ରସ୍ତୁତ କରିବ। ଏଥିରୁ ଅଧିକାଂଶ ଖେଳାଳିଙ୍କୁ ଏସିଆ କପ୍ ପାଇଁ ଚୟନ କରାଯିବ। ସମସ୍ତ ୧୮ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ମଧ୍ୟ ନଜର ଆସିବେ। ଏହି ସିରିଜ୍ର ଶେଷ ଦିନିକିଆ ସୁଦ୍ଧା ଭାରତୀୟ ଦଳର ବିଶ୍ଵକପ୍ ପାଇଁ ଚୂଡାନ୍ତ ୧୫ ଜଣିଆ ଦଳ ଘୋଷଣା ହୋଇଯିବ। କାରଣ ବିଶ୍ଵକପ୍ ଦଳ ଘୋଷଣା କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୨୮।

ଏହି ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳରେ ୩ ଓପନର, ୩ ମଧ୍ୟକ୍ରମ ବ୍ୟାଟର, ୩ ଓ୍ଵିକେଟ୍ କିପର, ୨ ଦ୍ରୁତ ବୋଲର ଅଲରାଉଣ୍ଡର, ୪ ଦ୍ରୁତ ବୋଲର, ୩ ସ୍ପିନର ସାମିଲ୍। ଓପନର ଭାବେ ରୋହିତ ଶର୍ମା, ଶୁଭମନ ଗିଲ୍ ଓ ଇଶାନ କିଷନ ଥିବା ବେଳେ ମଧ୍ୟକ୍ରମରେ ବିରାଟ କୋହଲି, ଶ୍ରେୟସ ଆୟର ଓ ସୂର୍ଯ୍ୟକୁମାର ଯାଦବ ରହିବେ। ଓ୍ଵିକେଟ୍ କିପର ବ୍ୟାଟର ଭାବେ କେଏଲ ରାହୁଲ, ଇଶାନ କିଷନ ଏବ ସଞ୍ଜୁ ସାମସନ ରହିବେ। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଳ ଠାକୁର ଏବଂ ଅକ୍ଷର ପଟେଲ୍ ସାମିଲ୍। ସ୍ପିନର ଭାବେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ରହୁଥିବା ବେଳେ ଦ୍ରୁତ ବୋଲର ଭାବେ ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ଜୟଦେବ ଉନାଦକତ ଓ ମୁକେଶ କୁମାର ରହିବେ।
Also read- ବିଶ୍ୱକପ୍ ୨୦୨୩ : ଅଷ୍ଟ୍ରେଲିଆର ୧୮ ଜଣିଆ ଦଳ ଘୋଷଣା, ବାଦ୍ ପଡିଲେ ଏହି ଷ୍ଟାର ଖେଳାଳି
୨ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତର କୋର ଗ୍ରୁପ
ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶୁଭମନ ଗିଲ୍, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଇଶାନ କିଷନ, ସଞ୍ଜୁ ସାମସନ, ଅକ୍ଷର ପଟେଲ୍, ଶାର୍ଦ୍ଦୁଳ ଠାକୁର, ଜୟଦେବ ଉନାଦକତ, ୟୁଜବେନ୍ଦ୍ରର ଚହଲ ଓ ମୁକେଶ କୁମାର।
ସୂଚନାଯୋଗ୍ୟ, ଏସିଆ କପ୍ ୨୦୨୩ରେ ଭାରତକୁ ଅତି କମରେ ୫ଟି ମ୍ୟାଚ୍ ଖେଳିବାକୁ ମିଳିବ ଏବଂ ଫାଇନାଲ୍ ଖେଳିଲେ ଭାରତ ୬ଟି ମ୍ୟାଚ୍ ଖେଳିବ। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହା ପରେ ଭାରତ ସିଧାସଳଖ ବିଶ୍ଵକପ୍ ପାଇଁ ମଇଦାନକୁ ଓହ୍ଲାଇବ। ଏସିଆ କପ୍ରେ ଭାରତର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଥିବା ବେଳେ ବିଶ୍ଵକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ।