ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଭିସା ପାଇଁ ଭାରତୀୟଙ୍କୁ କରିବାକୁ ପଡ଼ିବନି ଅଧିକ ଅପେକ୍ଷା, ନୂଆ ନିୟମ ଆଣିଲା ଆମେରିକା

5/02/2023 at 7:32 PM

ନୂଆଦିଲ୍ଲୀ, ୦୫/୦୨: ଆମେରିକାକୁ ଭିସା ଅବଧି କମିବ। ଆମେରିକାରୁ ଯିବାକୁ ହେଲେ ଦରକାର ପଡ଼ୁଥିବା ଭିସାର ଅବଧି କମିବ। ତେବେ ଏଥିପାଇଁ ଅନ୍ୟ ଦେଶରୁ ଯାଇ ଭିସା ନେବାକୁ ହେବ। କାରଣ ଏବେବି ଭାରତରେ ଭିସା ପାଇଁ ୫୦୦ ରୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଏହା ଏଥିପାଇଁ କାରଣ ପ୍ରଥମ ଥର ଆମେରିକା ଯାଉଥିବା ଆବେଦନକାରୀ ଇଣ୍ଟରଭ୍ୟୁ ପ୍ରକ୍ରିୟା ମଧ୍ୟରେ ଆସୁନାହାଁନ୍ତି। ସେହିଭଳି ଯେଉଁମାନଙ୍କର ଭିସା ଚାରି ବର୍ଷରୁ ଅଧିକ ସମୟରୁ ସମାପ୍ତ ହୋଇଛି, ସେମାନେ ଭାରତରେ ଓ୍ବେଟିଂ ଟାଇମ୍ କମ୍ କରିବା ପାଇଁ ବିଦେଶରେ କିଛି ନିର୍ଦ୍ଦିଷ୍ଟ ଆମେରିକା ଏମ୍ବେସୀରେ ଆବେଦନ କରିପାରିବେ।

ଏକ ରିପୋର୍ଟ ଅନୁଯାୟୀ ଏଣିକି ଆମେରିକା ଯାଉଥିବା ଭାରତୀୟଙ୍କୁ ଅନ୍ୟ ଦେଶରୁ କମ୍ ସମୟରେ ଭିସା ମିଳିଯିବ। ସେମାନଙ୍କୁ ସେଠାରେ ଥିବା ୟୁଏସ ଏମ୍ବେସୀରୁ ସେମାନଙ୍କ ଭିସା ଆପଏଣ୍ଟମେଣ୍ଟ ମିଳିଯିବ। ଏନେଇ ୟୁଏସ ଏମ୍ବେସୀ ଭାରତ ତରଫରୁ ଏକ ଟ୍ବିଟ୍‌ରେ ସୂଚନା ଦିଆଯାଇଛି।

ଭିସା ପାଇବା ପାଇଁ ହେଉଥିବା ବିଳମ୍ବକୁ ହ୍ରାସ କରିବାକୁ ଆମେରିକା ନିକଟରେ ଏକ ପଦକ୍ଷେପ ନେଇଛି। ଯେଉଁଥିରେ ପ୍ରଥମ ଥର ଆସୁଥିବା ଆବେଦନକାରୀଙ୍କ ପାଇଁ ସ୍ବତନ୍ତ୍ର ସାକ୍ଷାତକାର ରହିଛି। ଏହା ସହ ଷ୍ଟାଫ୍‌ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ଭିସା ପାଇଁ ଏହି ବହୁ ପ୍ରତୀକ୍ଷିତ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଳୀରେ ଆମେରିକା ଏମ୍ବେସୀ ଏବଂ ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ହାଇଦ୍ରାବାଦରେ ଥିବା ଅଧିକାରୀଙ୍କ ମଧ୍ୟରେ ଜାନୁଆରୀ ୨୧ ରେ ଏକ ସ୍ବତନ୍ତ୍ର ବୈଠକ ହୋଇଥିଲା।

ଏହା ସହ ଆମେରିକା ବୈଦେଶିକ ବିଭାଗ ପୂର୍ବତନ ଆବେଦନକାରୀଙ୍କ ପାଇଁ ସାକ୍ଷତାକାର ଛାଡ଼ କରିବା ପ୍ରକ୍ରିୟାକରଣ ମଧ୍ୟ କାର୍ଯ୍ୟକ୍ଷମ କରିଛି। ଭାରତରେ ଆମେରିକାର ମିଶନ ଅନୁଯାୟୀ ୨. ୫ ଲକ୍ଷ ଅତିରିକ୍ତ ବି୧/ବି୨ ନିଯୁକ୍ତି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କରିବା ନେଇ ଯୋଜନା ରହିଛି।

ନିକଟରେ ଆମେରିକାର ଜଣେ ବରିଷ୍ଠ ଭିସା ଅଧିକାରୀ ପିଟିଆଇକୁ ଦେଇଥିବା ସୂଚନା ଅନୁଯାୟୀ, ଭାରତରେ ଭିସା ପାଇଁ ଲାଗୁଥିବା ଅବଧିକୁ କମାଇବାକୁ ଏବଂ ସେଠାକୁ ଅଧିକ ସଂଖ୍ୟକ ଅଫିସରକୁ ପଠାଯାଇଛି। ଜର୍ମାନୀ, ଥାଇଲାଣ୍ଡ ଏବଂ ଭାରତର ଭିସା ଆବେଦନକାରୀଙ୍କ ପାଇଁ ମଧ୍ୟ ଏହି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ, ଭାରତ ସେହି ଦେଶମାନଙ୍କ ମଧ୍ୟରେ ରହିଛି ଯେଉଁମାନେ କୋରୋନାଭାଇରସ ପ୍ରତିବନ୍ଧକ ହଟିବା ପରେ ଆମେରିକା ଭିସା ପାଇଁ ଆବେଦନରେ ବୃଦ୍ଧି ହୋଇଥିଲା। ଏହା ପ୍ରଥମ ଥର ଯେତେବେଳେ ଭିସା ଆବେଦନକାରୀଙ୍କ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ଭାରତରେ ଚିନ୍ତା ବିଷୟ ପାଲଟିଛି। ବିଶେଷକରି ଯେଉଁମାନେ B1 (ବ୍ୟବସାୟ) ଏବଂ B2 (ପର୍ଯ୍ୟଟକ) ବର୍ଗରେ ଆବେଦନ କରୁଛନ୍ତି। | ଭାରତରେ ପ୍ରଥମ ଥର B1 / B2 ଭିସା ଆବେଦନକାରୀଙ୍କ ସଂଖ୍ୟା ଗତବର୍ଷ ଅକ୍ଟୋବରରେ ଆବେଦନକାରୀଙ୍କ ସଂଖ୍ୟା ତିନିବର୍ଷର ଆବେଦନକାରୀଙ୍କ ସହ ସହ ସମାନ ଥିଲା।

   Related Posts