vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଭାରତୀୟଙ୍କୁ ମାଗଣାରେ ମିଳିବ କରୋନା ଭାକସିନ: ୬୮ କୋଟି ଡୋଜ୍ କିଣିବେ କେନ୍ଦ୍ର ସରକାର, ସିରମ ଇନଷ୍ଟିଚ୍ୟୁୟଟକୁ ଦେଲେ ଅର୍ଡର

23/08/2020 at 3:47 PM

ନୂଆଦିଲ୍ଲୀ ୨୩।୦୮: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାଇରସ୍‌କୁ ନେଇ ସମଗ୍ର ଦୁନିଆରେ ଆଶା ଜାଗି ଉଠିଛି। ଦୁନିଆରେ ସଂପ୍ରତି ଯେତେ ଭାକସିନ ଉପରେ କାମ ଚାଲିଛି ସେଥି ମଧ୍ୟରୁ ଅକ୍ସଫୋର୍ଡର ଭାକସିନକୁ ସବୁଠୁ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି। ଏହି ଭାକସିନର ଭାରତରେ ଉତ୍ପାଦନ ପାଇଁ ସିରମ ଇନଷ୍ଟିଚ୍ୟୁୟଟକୁ ପୂର୍ବରୁ ଅନୁମତି ମିଳି ସାରିଛି। ଏବେ ଖବର ଆସିଛି ଭାରତ ସରକାର ସିରମ ଇନଷ୍ଟିଚ୍ୟୁୟଟରୁ ଭାକସିନ କିଣି ଲୋକଙ୍କୁ ମାଗଣାରେ ଯୋଗାଇ ଦେବେ।

ସିରମ ଇନଷ୍ଟିଚ୍ୟୁୟଟକୁ ଦୁନିଆର ସବୁଠୁ ବଡ ଭାକସିନ ଉତ୍ପାଦନକାରୀ ସଂସ୍ଥା କୁହାଯାଏ। ସିରମ ଇନଷ୍ଟିଚ୍ୟୁୟଟ୍ କେବଳ ଅକ୍ସଫୋର୍ଡର କରୋନା ଭାକସିନ ନୁହେଁ  ବରଂ ଅନ୍ୟ ଭାକସିନର ଉତ୍ପାଦନ ମଧ୍ୟ କରୁଛି। ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାକସିନ ଭାରତରେ କୋଭିସିଲ୍‌ଡ ନାମରେ ଉତ୍ପାଦନ ହୋଇ ବଜାରକୁ ଆସିବ।

ବିଜନେସ୍‌ ଟୁଡେରେ ଛପି ଥିବା ପିବି ଜୟକୁମାରଙ୍କ ରିପୋର୍ଟ ଅନୁଯାୟୀ ଭାରତ ସରକାର ସଙ୍କେତ ଦେଇଛନ୍ତି ସିରମ ଇନଷ୍ଟିଚ୍ୟୁୟଟରୁ ସିଧାସଳଖ ଭାକସିନ କିଣାଯିବ। ସରକାର ଏମିତି ଯୋଜନା ତିଆରି କରିଛନ୍ତି ଯେଉଁଥିରେ ଏହି ଭାକସିନ ଲୋକଙ୍କୁ ମାଗଣାରେ ଉପଲବ୍ଧ କରାଯିବ। ସରକାର ସିରମ ଇନଷ୍ଟିଚ୍ୟୁୟଟକୁ ଆଗାମୀ ବର୍ଷ ଜୁନ ସୁଦ୍ଧା ୬୮ କୋଟି ଡୋଜ୍‌ ଯୋଗାଇବାକୁ ଅର୍ଡର ଦେଇଛନ୍ତି। ସରକାର ଏହି ଭାକସିନର ପରୀକ୍ଷଣ ଶୀଘ୍ର ପୂରା କରିବାକୁ ମଞ୍ଜୁରୀ ଦେଇ ସାରିଛନ୍ତି। ଭାକସିନ ସଫଳ ଘୋଷଣା ହେବା ପରେ ଲୋକଙ୍କୁ ରାଷ୍ଟ୍ରୀୟ ଟିକାକରଣ କାର୍ଯ୍ୟକ୍ରମ ଆଧାରରେ ମାଗଣାରେ ଭାକସିନ ଦିଆଯିବ।

ସୂଚନାଯୋଗ୍ୟ ଅକ୍ସଫୋର୍ଡର କରୋନା ଭାକସିନର ଉତ୍ପାଦନ ଏଷ୍ଟ୍ରେଜେନେକା କମ୍ପାନୀ କରୁଛି। ଏଷ୍ଟ୍ରେଜେନେକା କମ୍ପାନୀ ସହିତ ସିରମ ଇନଷ୍ଟିଚ୍ୟୁୟର ରାଜିନାମା କରିଛି। ଏହି ଚୁକ୍ତିନାମା ଅନୁସାରେ ସିରମ ଇନଷ୍ଟିଚ୍ୟୁୟଟ କେବଳ ଭାରତ ନୁହେଁ ବରଂ ୯୨ ଦେଶରେ ଭାକସିନର ଯୋଗାଣ କରିପାରେ।

   Related Posts