କରୋନା ଯୋଗୁଁ ଇରାନରେ ଫସିଥିବା ୨୩୪ ଭାରତୀୟ ଫେରିଲେ, ଉଦ୍ଧାରଙ୍କ ମଧ୍ୟରେ ୧୩୧ ଛାତ୍ର ଓ ୧୦୩ ପର୍ଯ୍ୟଟକ

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ।୩: ଇରାନରୁ ଫେରିଲେ ୨୩୪ ଭାରତୀୟ । ଇରାନରେ ଫସିଥିବା ୨୩୪ ଭାରତୀୟ ଭାରତ ଫେରିଛନ୍ତି । ଏକ ସ୍ବତନ୍ତ୍ର ବିମାନ ଯୋଗେ ଏମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଉଦ୍ଧାରଙ୍କ ମଧ୍ୟରେ ୧୩୧ ଛାତ୍ର, ୧୦୩ ପର୍ଯ୍ୟଟକ ଅଛନ୍ତି । ସହାୟତା ପାଇଁ ଇରାନକୁ ଧନ୍ୟବାଦ ଜଣାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ।

{"id":238615,"sizeSlug":"large"}

ସେପଟେ ଇଟାଲୀରୁ ଫେରୁଛନ୍ତି ୧୨୮ ଭାରତୀୟ । କରୋନା ପ୍ରଭାବିତ ଇଟାଲୀରେ ଫସିଥିବା ୨୧୮ ଭାରତୀୟ ସ୍ବଦେଶ ଫେରୁଛନ୍ତି । ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଯୋଗେ ଇଟାଲୀର ମିଲାନ ସହରରୁ ଏମାନେ ଫେରୁଥିବା ନେଇ ସୂଚନା ମିଳିଛି । ଉଦ୍ଧାରଙ୍କ ମଧ୍ୟରେ ୨୧୧ ଛାତ୍ର ଓ ୭ ଜଣ ସହଯୋଗୀ ଅଛନ୍ତି ।

{"id":238617,"sizeSlug":"large"}

କରୋନାକୁ ନେଇ ଏବେ ସାରା ବିଶ୍ବରେ ଆତଙ୍କ । ଭାରତରେ ଶହେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ଦିନ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ଜଣେ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରୁ ପଡୋଶୀ ଦେଶକୁ ଯାତାୟତ ବନ୍ଦ କରାଯାଇଛି । କରୋନା ପାଇଁ ସ୍ଥଳପଥରେ ପଡୋଶୀ ଦେଶକୁ ଯାତାୟତ ସିଲ୍ କରାଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.