ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଅଷ୍ଟ୍ରେଲିଆରେ ଭାରତୀୟଙ୍କ ଉପରେ ଆକ୍ରମଣ: ୫ ଆହତ, ଦୃଢ଼ ନିନ୍ଦା କଲା ବିଜେପି

30/01/2023 at 9:04 AM

କାନବେର୍ରା: ଅଷ୍ଟ୍ରେଲିଆରେ ପୁଣି ଭାରତୀୟଙ୍କ ଉପରେ ଆକ୍ରମଣ। ଖଲିସ୍ତାନୀ ସମର୍ଥକମାନେ ଭାରତୀୟଙ୍କ ଉପରେ ଆକ୍ରମଣ କରିଛନ୍ତି। ଆକ୍ରମଣ ବେଳର ଭିଡିଓ ଶେୟାର କରିଛନ୍ତି ବିଜେପି ନେତା ମନଜିନ୍ଦର ସିଂହ ସିର୍ଶା। ତ୍ରିରଙ୍ଗା ପତାକା ଧରିଥିବା ଭାରତୀୟଙ୍କ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଖଲିସ୍ତାନ ସମର୍ଥକମାନେ ତ୍ରିଙ୍ଗା ଧରିଥିବା ଭାରତୀୟଙ୍କ ଉପରେ ରଡ଼ ନେଇ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଅସାମାଜିକ ତତ୍ୱଙ୍କର ଏଭଳି ଅପରାଧିକ କାର୍ଯ୍ୟକଳାପକୁ ଦୃଢ଼ ଭାବରେ ଦମନ କରିବା ଦରକାର ବୋଲି ସିର୍ଶା କହିଛନ୍ତି।

ସେ କହିଛନ୍ତି “ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପକୁ ମୁଁ ଦୃଢ଼ ଭାବରେ ନିନ୍ଦା କରୁଛି। ଏଭଳି କାଣ୍ଡ କରି ଅପରାଧିକ ତତ୍ୱମାନେ ଦେଶରେ ଶାନ୍ତି ଓ ଭାଇଚାରାର ପରିବେଶ ନଷ୍ଟ କରିବାକୁ ଚାହୁଁଛନ୍ତି। ଏହା ବିରୋଧରେ ଦୃଢ଼ ଭାବରେ କାର୍ଯ୍ୟାନୁଷ୍ଠାନ ହେବ ଦରକାର। ଓ ଅପରାଧିମାନେ ଗିରଫ ହେବା ଦରକାର।”

ତେବେ ଏହି ଆକ୍ରମଣକୁ ନିନ୍ଦା କରି ଅଷ୍ଟ୍ରେଲିଆର ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ହିଂସା ପରେ ଅଷ୍ଟ୍ରେଲିଆର ଭିକ୍ଟୋରିଆ ପୁଲିସ ଦୁଇ ଅପରାଧିକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କର ବୟସ ୩୦ ବର୍ଷ ହେବ। ଦଙ୍ଗା କରିବା ଭଳି ବ୍ୟବହାର କରିବାରୁ ସେମାନଙ୍କୁ ପେନାଲ୍ଟି ନୋଟିସ୍ ପଠାଯିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଭିକ୍ଟୋରିଆ ପୁଲିସ ସୂଚନା ଦେଇଛି। ଏହାର ସପ୍ତାହେ ପୂର୍ବରୁ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା। ତାର କିଛି ସପ୍ତାହ ପୂର୍ବରୁ ମେଲବର୍ଣ୍ଣ ଠାରେ ଭାରତ ବିରୋଧୀ ନାରା ଲାଗିଥିଲା।

ତେବେ ଏଭଳି ଆକ୍ରମଣକୁ ଅଷ୍ଟ୍ରେଲିଆରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନିନ୍ଦା କରିଛନ୍ତି। ଭରତୀୟଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ଏଭଳି ଆକ୍ରମଣ ହୋଇଛି ବୋଲି ସେ କହିଛନ୍ତି।    

   Related Posts