ବିଦେଶ ଫେରନ୍ତାଙ୍କ ସଂଖ୍ୟାରେ ରହିଛି ଫରକ, ଯାଞ୍ଚ ଜରୁରୀ- କ୍ୟାବିନେଟ ସଚିବ

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ, ୨୭|୦୩:   ବାଣିଜ୍ୟିକ ବିମାନ ସେବା ବନ୍ଦ ହେବା ପୂର୍ବରୁ ବିଦେଶ ଫେରନ୍ତା ନାଗରିକଙ୍କ ଉପରେ ନଜର ରଖିବା ପାଇଁ କ୍ୟାବିନେଟ ସଚିବ ରାଜୀବ ଗୌବା ସମସ୍ତ ରାଜ୍ୟ ସରକାରଙ୍କୁ କହିଛନ୍ତି । ଦେଶର ସବୁଠାରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜୀବ କହିଛନ୍ତି ଯେ, ଯେଉଁମାନଙ୍କ ଉପରେ ନଜର ରଖାଯିବା କଥା ସେମାନଙ୍କ ମୋଟ ଓ ପ୍ରକୃତ ସଂଖ୍ୟାରେ ଫରକ ରହିଛି । ୧୮ ଜାନୁଆରୀରୁ ୨୩ ମାର୍ଚ୍ଚ ମଧ୍ୟରେ ୧୫ ଲକ୍ଷ ଯାତ୍ରୀ ବିଦେଶରୁ ଭାରତ ଆସିଛନ୍ତି । ସମସ୍ତଙ୍କ ଉପରେ ନଜର ରଖାଯିବା ଆବଶ୍ୟକ ।

{"id":244891,"width":748,"height":561,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ସମସ୍ତ ରଜ୍ୟ ସରକାର ଯେଉଁ ୧୫ ଲକ୍ଷ ଯାତ୍ରୀଙ୍କ ଉପରେ ନଜର ରଖିଛନ୍ତି ସେଥିରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି । ଏପରି ତ୍ରୁଟି କରୋନା ଭାଇରସ ସଂକ୍ରମଣକୁ ସରକାର ରୋକିବା ପାଇଁ ଯାହା ପଦକ୍ଷେପ ନେଉଛନ୍ତି ତାକୁ ପ୍ରଭାବିତ କରିପାରେ ।

ସୂଚନାଯୋଗ୍ୟ, ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୦ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୨୦ ଛୁଇଁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.