ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଭାରତୀୟଙ୍କୁ ହୃଦରୋଗ୍‌ର ଆଶଙ୍କା ବେଶୀ

3/11/2022 at 10:59 AM

ମୁମ୍ଵାଇ ୦୩।୧୧: ଭାରତରେ ହୃଦ୍‌ରୋଗ ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ  ଧାରଣା ଥିଲା, ଧମନୀଗୁଡ଼ିକର ପରିଧି କମ୍‌ ହେବା ଯୋଗୁ  ଲୋକେ କୋରୋନାରୀ ଆର୍ଟରୀ ଡିଜିଜ୍‌(ଏକ ହୃଦ୍‌ରୋଗ) ର ଶିକାର ହୁଅନ୍ତି । କିନ୍ତୁ ଏକ ସଦ୍ୟ ଅଧ୍ୟୟନ ଏହାକୁ  ଖଣ୍ଡନ କରିଛି । ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍‌ପିଟାଲର  କାର୍ଡିଓଲୋଜି ଓ ରେଡିଓଲୋଜି ଡିପାର୍ଟମେଣ୍ଟର ରିସର୍ଚ୍ଚ  ଅନୁସାରେ, ବ୍ୟକ୍ତି ଶରୀରର ପୃଷ୍ଠ କ୍ଷେତ୍ରଫଳ କମ୍‌ ହେବା  ଯୋଗୁ ଏହା ହୋଇଥାଏ। କୋରୋନାରୀ ଆର୍ଟରୀ ଡିଜିଜ୍‌ (ସିଏଡି) ଏଭଳି ଏକ  ହୃଦ୍‌ରୋଗ, ଯେଉଁଥିରେ ହୃତ୍‌ପିଣ୍ଡର ଆବଶ୍ୟକ ଧମନୀ  ଅଚଳ ହୋଇଯାଏ । ଏହାର ସାଧାରଣ କାରଣ ଧମନୀରେ  ଚର୍ବି ଜମିବା । ଏହା ଦ୍ୱାରା ରକ୍ତ ପ୍ରବାହ ହ୍ରାସପାଏ, ଯାହା  ଛାତିରେ ଯନ୍ତ୍ରଣାଠୁ ଆରମ୍ଭ କରି ହୃଦ୍‌ଘାତର କାରଣ ହୋଇପାରେ ।

ଜର୍ନାଲ ଅଫ୍‌ ଇଣ୍ଡିଆନ୍‌ କଲେଜ ଅଫ୍‌ କାର୍ଡିଓଲୋଜିରେ ପ୍ରକାଶିତ  ଏହି ଅଧ୍ୟୟନରେ ୨୫୦ ଜଣଙ୍କୁ ସାମିଲ କରାଯାଇଥିଲା ।  ହସ୍‌ପିଟାଲର କାର୍ଡିଓଲୋଜି ବିଭାଗର ଚେୟାରମ୍ୟାନ୍‌ ଡା. ଜେପିଏସ୍‌ ସାହନୀ  କହିଛନ୍ତି, ଅଧ୍ୟୟନରେ ସାମିଲ ଲୋକଙ୍କ ମଧ୍ୟରୁ ୫୧ ପ୍ରତିଶତଙ୍କୁ ଉଚ୍ଚ ରକ୍ତଚାପ  ଏବଂ ୧୮ ପ୍ରତିଶତଙ୍କୁ ମଧୁମେହ ଥିଲା । ୪ ପ୍ରତିଶତ ଧୂମପାନରେ ଅଭ୍ୟସ୍ତ  ଥିଲେ, ୨୮ ପ୍ରତିଶତଙ୍କୁ ଉଚ୍ଚ କୋଲେଷ୍ଟରଲ୍‌ ଓ ଚର୍ବି ସମସ୍ୟା ଥିଲା । ୨୬  ପ୍ରତିଶତଙ୍କ ପରିବାରରେ ହୃଦ୍‌ରୋଗର ଇତିହାସ ଥିଲା।  ଗବେଷଣାରୁ ଜଣାପଡ଼ିଲା, ପୁରୁଷଙ୍କ ତୁଳନାରେ ମହିଳାଙ୍କ ରକ୍ତ  ବାହିକାଗୁଡ଼ିକର ହାରାହାରି ପରିଧି ଖୁବ୍‌ କମ୍‌ ହୋଇଥାଏ ।

ତେବେ ବଡି  ସର୍‌ଫେସ୍‌ ଏରିଆ (ବିଏସ୍‌ଏ) ବା ଶରୀର ପୃଷ୍ଠ କ୍ଷେତ୍ରଫଳ ଆଗରେ  ଉଭୟଙ୍କ ଧମନୀଗୁଡ଼ିକର ପରିଧିର ମାନ ଗୁରୁତ୍ୱପୂର୍ଣ୍ଣ ହୋଇନଥାଏ ।  ସମଗ୍ର ବିଶ୍ୱର ବିଶେଷଜ୍ଞଙ୍କ କହିବା ଅନୁସାରେ, ଏସୀୟ ଲୋକ, ଖାସ୍‌କରି  ଭାରତୀୟଙ୍କ ଧମନୀ ଗୁଡ଼ିକର ପରିଧି କମ୍‌ ହେବା ଯୋଗୁ ଏଥିରେ  ଚର୍ବି ଜମିବା ଆଶଙ୍କା ଅଧିକ । କିନ୍ତୁ ସଦ୍ୟ ଅଧ୍ୟୟନ ପ୍ରମାଣ କରୁଛି ଯେ  ଭାରତୀୟଙ୍କ ଧମନୀ ଛୋଟ ନୁହେଁ । ଶରୀର ପୃଷ୍ଠର କ୍ଷେତ୍ରଫଳ କମ୍‌ ହେବା  ଯୋଗୁ ସେମାନଙ୍କୁ ସିଏଡି ଆଶାଙ୍କା ଥାଏ ।

   Related Posts