ନୂଆଦିଲ୍ଲୀ ୨୪।୧୨ - ଏବେ ଧୀରେ ଧୀରେ ଭାରତୀୟମାନଙ୍କର ଜୀବନ ଶୈଳୀ ପରିବର୍ତ୍ତନ ହେଉଛି । ଏକ ଗବେଷଣା ଅନୁସାରେ ୮୦ ପ୍ରତିଶତ ଭାରତୀୟ ଶୋଇବା ପୂର୍ବରୁ ଓ ୭୪ ପ୍ରତିଶତ ଭାରତୀୟ ଉଠିବା ପରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି । ସାଇବର୍ ମିଡିଆର ଗବେଷଣା ଅନୁସାରେ ୭୪ ପ୍ରତିଶତ ଭାରତୀୟ ନିଦରୁ ଉଠିବାର ୩୦ ମିନିଟ୍ ମଧ୍ୟରେ ଏବେ ତାଙ୍କର ମୋବାଇଲ୍ ଫୋନ୍କୁ ଦେଖିଥାଆନ୍ତି ।
{"id":202048,"sizeSlug":"large"}
ଭାରତୀୟମାନେ ବର୍ଷକୁ ହାରାହାରି ୧୮୦୦ ଘଣ୍ଟା ମୋବାଇଲ୍ ଫୋନ୍ ଦେଖିବାରେ ବିତାଉଛନ୍ତି । ଅଧିକ ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ୱାରା ବିଭିନ୍ ପ୍ରକାଲ ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି। ଦୃଷ୍ଟି ଶକ୍ତି ଖରାପ ହେବା ସହ ବେକ ଓ ମେରୁଦଣ୍ଡ ଉପରେ ପ୍ରଭାବ ପଡୁଛି ।
{"id":159011,"sizeSlug":"large"}
ସାମାଜିକ ଗଣମାଧ୍ୟମ ଫେସ୍ବୁକ୍ ହ୍ୱାଟସ୍ଆପ୍ ଓ ଅନ୍ୟ ସୋସିଆଲ୍ ଆପ୍ ଟିକ୍ଟକ୍ , ହେଲୋକୁ ଲୋକ ଅଧିକ ସମୟ ବ୍ୟବହାର କରୁଛନ୍ତି । କେବଳ ସେତିକି ନୁହଁ ମନୋରଞ୍ଜନ ପାଇଁ ୟୁ ଟ୍ୟୁବ ସହ ଅନ୍ୟ ଆପ୍କୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି ।
{"id":154868,"sizeSlug":"large"}
ଏବେ ୫୬ ପ୍ରତିଶତ ଭାରତୀୟ ଫୋନ୍ ବିନା ରହିପାରିବେ ନାହିଁ ବୋଲି କହିଛନ୍ତି ।
{"id":147868,"sizeSlug":"large"}
ଅଧିକ ସ୍ମାର୍ଟ ଫୋନ୍ ବ୍ୟବହାର କରିବାରୁ ଏହାର କୁ ପ୍ରଭାବ ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପଡୁଛି । ଏଥିପାଇଁ ଦୃଷ୍ଟି ଶକ୍ତି ଖରାପ ହେଉଛି । ମଣିଷର ବ୍ୟବହାରରେ ପରିବର୍ତ୍ତନ ଆସୁଛି ।
୧୮ରୁ ୨୫ ବର୍ଷ ମଧ୍ୟରେ ଥିବା ଯୁବ ଗୋଷ୍ଠୀ ବେଶୀ ସ୍ମାର୍ଟ ଫୋନ୍ ଓ ସୋସିଆଲ୍ ମିଡିଆ ବ୍ୟବହାର କରୁଛନ୍ତି । ଏମାନଙ୍କ ମଧ୍ୟରେ ୮୩ ପ୍ରତିଶତ ମହିଳା ଓ ୮୫ ପ୍ରତିଶତ ପୁରୁଷ ରହିଛନ୍ତି ।