ଲଗ୍‌ଜୁରୀ କାର୍‌ ଲାମ୍ବୋର୍ଗିନି କିଣିବାରେ ସବୁଠୁ ଆଗରେ ଭାରତୀୟ

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ ୨୩।୦୨: ସାରା ବିଶ୍ବରେ ଭାରତୀୟଙ୍କ ଦବଦବା । ଏବେ ସ୍ପୋର୍ଟସ୍ କାର୍‌ରେ ବି ଖୁବ୍‌ ଆଗରେ ରହିଛି ଭାରତ । ଭାରତରେ ବଢୁଛନ୍ତି ଲଗଜୁରୀ କାର୍‌ ଲାମ୍ବୋର୍ଗିନିର ଗ୍ରାହକଙ୍କ ସଂଖ୍ୟା ।  ଖାସ୍‌ କଥା ହେଉଛି ଚଳିତ ବର୍ଷ ଭାରତରେ ସ୍ପୋର୍ଟସ୍ କାର୍‌ ବିକ୍ରିର ମାତ୍ରା ବଢିଛି । ୨୦୨୩ରେ ଲଗଜୁରୀ କାର୍‌ ଲାମ୍ବୋର୍ଗିନି ଭାରତରେ ନିଜର ୧୦୦ ୟୁନିଟ୍‌କୁ ପାର୍ କରିଛି । ଗତବର୍ଷ କମ୍ପାନୀ ଭାରତରେ ୧୦୩ ୟୁନିଟ୍‌ ସ୍ପୋର୍ଟସ୍ କାର୍‌ ବିକ୍ରି କରିଛି । ତେବେ ୨୦୨୨ରେ ୯୨ ୟୁନିଟ୍‌ ବିକ୍ରି ହୋଇଥିଲା । ଯାହା ପୂର୍ବ ବର୍ଷ ତୁଳାନରେ ୩୩ ପ୍ରତିଶତ ବୃଦ୍ଧି ପାଇଛି ।

{"id":912667,"sizeSlug":"full","linkDestination":"none"}

ବର୍ତ୍ତମାନ ଇଟାଲୀର ସ୍ପୋର୍ଟସ୍‌ କାର ଉତ୍ପାଦନକାରୀ କମ୍ପାନୀ ଲାମ୍ବୋର୍ଗିନିର ସିଇଓ ଷ୍ଟିଫନ୍ ୱିଙ୍କେଲମ୍ୟାନ୍ ଲାମ୍ବୋର୍ଗିନି କାର୍‌ ବିକ୍ରି ବଢିଥିବା ନେଇ କରିଛନ୍ତି ଖୁଲାସା । ସେ କହିଛନ୍ତି କି ଗତ କିଛି ବର୍ଷ ମଧ୍ୟରେ ଲଗଜୁରୀ କାର୍‌ ଗୁଡିକର ଚାହିଦା ବୃଦ୍ଧି ପାଇଛି । ସବୁଠାରୁ ଖାସ୍‌ କଥା ହେଉଛି ଏହି କାର୍‌ କିଣିଛନ୍ତି ଅଧିକାଂଶ ଭାରତୀୟ । ଯେଉଁମାନଙ୍କର ବୟସ ୪୦ ବର୍ଷରୁ କମ୍‌ ।

{"id":912668,"sizeSlug":"full","linkDestination":"none"}

ଭାରତ ଗସ୍ତ ସମୟରେ ୱିଙ୍କେଲମ୍ୟାନ୍ କହିଛନ୍ତି ସୁପରକାର କିଣିବାରେ ଭାରତୀୟମାନେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ଦେଶରେ ଅପେକ୍ଷାକୃତ କମ୍ ବିକ୍ରି ସତ୍ତ୍ବେ ୨୦୨୩ରେ ୧୦୩ଟି ଲାମ୍ବୋର୍ଗିନି ବିକ୍ରି ହୋଇଛି । ତେବେ ୱିଙ୍କେଲମ୍ୟାନ୍ ଭାରତୀୟ କ୍ରେତାମାନଙ୍କ ବିଷୟରେ ଏକ ଖାସ୍ କଥା କହିଛନ୍ତି । ସେ କହିଛନ୍ତି ଯେ କେବଳ ଦେଶରେ ନୁହେଁ ବରଂ ବ୍ରିଟେନ, ଆମେରିକା, ଦୁବାଇ ଏବଂ ଦକ୍ଷିଣ ପୂର୍ବ ଏସିଆରେ ବି ଲଗଜୁରୀ କାର୍ କିଣୁଛନ୍ତି ଭାରତୀୟ ।

{"id":912670,"sizeSlug":"full","linkDestination":"none"}

ୱିଙ୍କେଲମ୍ୟାନ୍ ଆହୁରି କହିଛନ୍ତି ଯେ ସ୍ପୋର୍ଟସ କାର୍‌ କିଣିବାକୁ ଏବେ ଅଧିକ ଆଗ୍ରହୀ ଗ୍ରାହକ । ଯାହା ପୂର୍ବରୁ ଦେଖିବାକୁ ମିଳୁନଥିଲା । ତେବେ ଲାମ୍ବୋର୍ଗିନି କମ୍ପାନୀ ବିଷୟରେ କହିବାକୁ ଗଲେ ୪୦୦ରୁ ଅଧିକ ରଙ୍ଗ ସହିତ ଅନେକ ବିକଳ୍ପରେ କାର୍‌ ପ୍ରଦାନ କରିଥାଏ କମ୍ପାନୀ ।

You Can Read:

wp:embed {"url":"https://www.prameyanews7.com/odysseus-lands-on-the-moon-1st-us-spacecraft-to-touch-down-in-half-a-century/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odysseus-lands-on-the-moon-1st-us-spacecraft-to-touch-down-in-half-a-century/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.