ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲ୍‌ଖୁଣ୍ଟ: ନୌସେନାର ସ୍ୱଦେଶୀ କ୍ଷେପଣାସ୍ତ୍ର 'ନାଭାଲ୍ ଆଣ୍ଟି ସିପ୍‌'ର ସଫଳ ପରୀକ୍ଷଣ

Published By : Prameya-News7 Bureau | November 21, 2023 IST

ନୂଆଦିଲ୍ଲୀ: ହେଲିକପ୍ଟରରୁ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। DRDO ସହାୟତାରେ ପରୀକ୍ଷା କଲା ଭାରତୀୟ ନୌସେନା। ଉଡ଼ନ୍ତା 42B ହେଲିକପ୍ଟରରୁ ଛଡ଼ାଗଲା କ୍ଷେପଣାସ୍ତ୍ର। ଏହା ହେଉଛି ନୌସେନାର ପ୍ରଥମ ସ୍ୱଦେଶୀ କ୍ଷେପଣାସ୍ତ୍ର।

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲ୍‌ଖୁଣ୍ଟରେ ପହଞ୍ଚିଲା ଭାରତ। ଭାରତୀୟ ନୌସେନା ଏବଂ DRDO ଦ୍ୱାରା ସ୍ୱଦେଶୀ ନାଭାଲ୍ ଆଣ୍ଟି ସିପ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି।

wp:html /wp:html

42B ହେଲିକପ୍ଟରରୁ ଏହି ପରୀକ୍ଷା କରାଯାଇଛି। ସୋସିଆଲ ମିଡିଆରେ ନୌସେନା କହିଛି ଯେ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନୌସେନା ଏହାର ଭିଡିଓ ଜାରି କରିଛି। 42B ହେଲିକପ୍ଟର ଦ୍ୱାରା ନାଭାଲ୍ ଆଣ୍ଟି-ସିପ୍ ମିସାଇଲ୍ ପରୀକ୍ଷଣକୁ ଆପଣ ଦେଖିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.