ସିଙ୍ଗାପୁରରେ ଭାରତୀୟ ଯୁବକଙ୍କ ବିରୋଧରେ ବିଦେଶୀ ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗ ; ମିଳିପାରେ ମୃତ୍ୟୁ ଦଣ୍ଡ

Published By : Prameya-News7 Bureau | January 19, 2019 IST

ସିଙ୍ଗାପୁର ୧୯/୧ : ସିଙ୍ଗାପୁରରେ ଜଣେ ୩୪ ବର୍ଷ ବୟସ୍କ ଯୁବକ ତାଙ୍କ ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି | ଯୁବକଙ୍କ ନାଁ ଏମ. କୃଷ୍ଣନ | ତାଙ୍କ ପ୍ରେମିକାଙ୍କ ନା ହେଲା ମଲ୍ଲିକ ବେଗ ରହମାନସା | ତାଙ୍କ ବୟସ ୪୦ ବର୍ଷ | ବୁଧବାର ରାତିରେ କ୍ରିଷ୍ଣନ ମଲ୍ଲୀକାଙ୍କ ଆପାର୍ଟମେଣ୍ଟରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି | ପୋଲିସ ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା କିନ୍ତୁ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା | ଉଭୟ ଏକ ଆପାର୍ଟମେଣ୍ଟରେ ଘର ଭଡା ନେଇ ରହୁଥିଲେ | କ୍ରିଷ୍ଣନ ମଲ୍ଲୀକାଙ୍କ ହତ୍ୟା କରିଥିବା ଶୁକ୍ରବାର ଦିନ ପୋଲିସ ସ୍ପଷ୍ଟ କରିଥିଲା |

ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଉଭୟ ପରସ୍ପରକୁ ଭଲ ଭାବେ ଜାଣିଥିଲେ | ବିଳମ୍ବିତ ରାତିରେ ପୋଲିସକୁ ଖବର ଦେଇ ଡକାଯାଇଥିଲା | ଯେତେବେଳେ ପୋଲିସ ଆପାର୍ଟମେଣ୍ଟରେ ପହଞ୍ଚିଥିଲା ସେତେବେଳେ ମଲ୍ଲୀକା ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ | ପୋଲିସ ମଲ୍ଲୀକାଙ୍କୁ ସଂଗେସଂଗେ ହସ୍ପିଟାଲରେ ଭର୍ତ୍ତି କରିଥିଲା | ଡାକ୍ତର ସେଠାରେ ମଲ୍ଲୀକାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣା ପରେ କୃଷ୍ଣନ ସେଠାରୁ ଫେରାର ହୋଇଯାଇଥିଲା | କିନ୍ତୁ ପୋଲିସ ଖୋଜାଖୋଜି କରି କିଛି ଘଣ୍ଟା ମଧ୍ୟରେ କ୍ରିଷ୍ଣନକୁ ଗିରଫ କରିଥିଲା |

କୃଷ୍ଣନର ମକଦ୍ଦମା ଲଢ଼ିବା ପାଇଁ କୌଣସି ଓକିଲ ରାଜି ହେଉନାହାନ୍ତି | ତାଙ୍କୁ ଆଜି ଜାମିନ ମିଳିଛି | ସିଙ୍ଗାପୁରର ସେଣ୍ଟ୍ରାଲ ପୋଲିସ ଡିଭିଜନ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରୁବ | ସେ ଦୋଷୀ ପ୍ରମାଣିତ ହେଲେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିପାରେ | ମାମଲାର ପରବର୍ତୀ ଶୁଣାଣି ଜାନୁଆରୀ ୨୫ ତାରିଖରେ ହେବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.