ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆର ସେଲିବ୍ରେସନ୍, ଖେଳାଳିମାନେ କଲେ ଜବରଦସ୍ତ ଡ୍ୟାନ୍ସ
2/02/2023 at 7:48 AM

ମୁମ୍ଵାଇ ୦୨।୦୨: ଭାରତୀୟ ଟିମ୍ର ବିଜୟ ପରେ କ୍ରିକେଟରମାନେ ଧମାଲ କରିଛନ୍ତି। ତାହା ପୁଣି ଡ୍ରେସିଂ ରୁମ ରେ। ଏହା ଦେଖିବା କ୍ୱଚିତ୍ ଯେ ଭାରତୀୟ କ୍ରିକେଟରଙ୍କର ଏପରି ଧୁଆଁଦାର ଅବତାର। ବୁଧବାର ଦିନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଦଳକୁ ପରାସ୍ତ କରି ଟି-୨୦ ସିରିଜକୁ ୨-୧ରେ ଜିତିଛି। ଏଥି ସହିତ ମହିଳା କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ପରେ ଟ୍ରାଇ ସିରିଜର ଫାଇନାଲରେ ପ୍ରବେଶ କରିଛି। ଟ୍ରାଇ ସିରିଜର ଅନ୍ତିମ ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ ହେବ।
ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ମହିଳା ବ୍ରିଗେଡ୍ ଡ୍ରେସିଂ ରୁମରେ ଜୋରଦାର ଉତ୍ସବ ପାଳନ କରିଥିଲେ। ମହିଳା କ୍ରିକେଟ୍ର ଟିମ୍ର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଟିମ୍ ଇଣ୍ଡିଆର ମହିଳା ଖେଳାଳିମାନେ ମନ ଭରିକି ନାଚୁଥିବାର ନଜର ଆସିଛନ୍ତି।
ମହିଳା ଟିମ୍ର ରାଜେଶ୍ୱରୀ ଗାଇକୱାଡ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓରେ ଉପ-ଅଧିନାୟକ ସ୍ମୃତି ମନ୍ଧାନା, ସ୍ନେହ ରାଣା, ପୁଣମ୍ ଯାଦବ ଏବଂ ଜେମିମା ରୋଡ୍ରିଗୁସ୍ ମଧ୍ୟ ନଜର ଆସିଛନ୍ତି। ଏହି ସିରିଜରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଖେଳାଳିଙ୍କ ମଧ୍ୟରେ ମନ୍ଧାନା ଏବଂ ହରମାନପ୍ରୀତଙ୍କ ନାମ ଶ୍ରେଷ୍ଠ ତିନି ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ମ୍ୟାଚରେ ଏହି ଦୁଇ ଖେଳାଳିଙ୍କଠାରୁ ଏକ ବିଶେଷ ପ୍ରଦର୍ଶନ ଆଶା କରାଯାଏ ।
ଟିମ୍ ଇଣ୍ଡିଆ …
ଟିମ୍ ଇଣ୍ଡିଆ: ହରମାନପ୍ରୀତ କୌର (କ୍ୟାପଟେନ୍), ସ୍ମୃତି ମନ୍ଧାନା (ଉପ-କ୍ୟାପଟେନ୍), ଅଞ୍ଜଳି ସରୱାନୀ, ଯସ୍ତିକା ଭାଟିଆ, ହାର୍ଲେନ୍ ଦେଓଲ୍, ରାଜେଶ୍ୱରୀ ଗାଇକୱାଡ, ଅମନଜୋଟ କୌର, ଏସ ମେଘନା, ମେଘନା ସିଂ, ଶିଖା ପାଣ୍ଡେ, ସ୍ନେହ ରାଣା, ରେଣୁକା ସିଂ, ଜେମିମା ରୋଡ୍ରିଗୁସ୍, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ପୂଜା ବସ୍ତ୍ରାକର, ସୁଷମା ଭର୍ମା ଏବଂ ରାଧା ଯାଦବ।