suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ଦୁବାଇ ଫେରନ୍ତା ଫେଡେଏକ୍ସ ବିମାନରେ ପକ୍ଷୀମାଡ଼ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ଏମାର୍ଜେନ୍ସି ଘୋଷଣା
  • ||
  • ଭାରତ ଯୋଡ଼ୋ ଯାତ୍ରାରେ RSSରୁ ଏକ ବିଂଶ ଶତାବ୍ଦୀର କୌରବ ବୋଲି କହିଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲା ରୁଜୁ, ଏପ୍ରିଲ ୧୨ରେ ଶୁଣାଣି
  • ||
  • ହାଇଦ୍ରାବାଦରେ ରାମନବମୀ ରାଲିରେ ବିବାଦୀୟ ବୟାନ ଅଭିଯୋଗରେ ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହଙ୍କ ବିରୋଧରେ ମାମଲା ରୁଜୁ
  • ||
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||

PUMAର ନୂଆ ବ୍ରାଣ୍ଡ୍‌ ଆମ୍ବାସଡର ହେଲେ କ୍ୟାପ୍ଟେନ ହରମନପ୍ରୀତ କୌର

31/01/2023 at 6:15 PM

Harmanpreet Kaur

ନୂଆଦିଲ୍ଳୀ, ୩୧/୦୧: ସ୍ପୋର୍ଟ୍ସ ବ୍ରାଣ୍ଡ୍‌ ପୁମା ଇଣ୍ଡିଆର ନୂଆ ଆମ୍ବାସଡର ହେଲେ ହରମନପ୍ରୀତ୍‌ କୌର। ଭାରତୀୟ ମହିଳା କ୍ରିକେଟ୍‌ ଟିମ୍ କ୍ୟାପ୍ଟେନ ହରମନ ପ୍ରୀତଙ୍କୁ ଏହାର ବ୍ରାଣ୍ଡ୍‌ ଆମ୍ବାସଡର କରିଛି ପୁମା। ମହିଳାଙ୍କୁ ଏହାର ବ୍ୟବସାୟରେ ଖାସ୍‌ କରି କ୍ରୀଡ଼ା ବିଭାଗ ଅନ୍ତର୍ଗତ ସାମିଲ୍‌ କରିବା ପ୍ରତିଶ୍ରୁତି ସହ ବ୍ରାଣ୍ଡ୍‌ ଏହି ପଦକ୍ଷେପ ନେଇଛି। ନିକଟରେ ବ୍ରାଣ୍ଡ୍‌ ଏକ ଟିଜର୍‌ ପୋଷ୍ଟ କରିଥିଲା। ଯେଉଁଥିରେ ଜଣେ କ୍ରିକେଟରେ ଷ୍ଟମ୍ପ୍‌ ସାମ୍ନାରେ ପୋଜିସନ୍‌ ନେଉଛନ୍ତି। ତେବେ ୮୦ ପ୍ରତିଶତ ଗ୍ରାହକ ଆମ୍ବାସଡରଙ୍କୁ ଜଣେ ପୁରୁଷ ବୋଲି ଭାବୁଥିଲେ।

 ‘‘ଏକ ବ୍ରାଣ୍ଡ୍‌ ଭାବରେ ସବୁବେଳେ ଆମେ ସମୟ ଠାରୁ ଆଗରେ ରହିବା ସହ ମହିଳାଙ୍କୁ ସ୍ପୋର୍ଟ୍ସରେ ସହଯୋଗ କରିବା ତଥା ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ଏକ ବଡ଼ ପଦକ୍ଷେପ’’ ବୋଲି କହିଛନ୍ତି ପୁମା ଇଣ୍ଡିଆ ଏବଂ ଦକ୍ଷିଣପୂର୍ବ ଏସିଆର ପରିଚାଳନା ନିର୍ଦ୍ଦଶକ ଅଭିଷେକ ଗାଙ୍ଗୁଲି। ହରମନପ୍ରୀତ ହେଉଛନ୍ତି ଜଣେ ସ୍ପୋର୍ଟ୍ସ ଆଇକନ୍ ଏବଂ ଏହି ସହଭାଗିତା ସହ ଏହା ଯୁବପୀଢ଼ିକୁ ଉତ୍ସାହିତ କରିବ ଏବଂ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌କୁ ନୂଆ ଉଚ୍ଚତାକୁ ନେବ।

ପୁମାର ଅନ୍ୟ ଆମ୍ବାସଡରଙ୍କ ମଧ୍ୟରେ ଥିବା ବିରାଟ କୋହଲି, କେଏଲ ରାହୁଲ, କରୀନା କପୁର ଖାନ୍, ଯୁବରାଜ ସିଂହ, ସୁନୀଲ ଛେତ୍ରୀ ଏବଂ ନିକଟରେ ଯୋଗ ଦେଇଥିବା ହାର୍ଡି ସାନ୍ଧୁ ଏବଂ ଅନୁଷ୍କା ଶର୍ମା, ସ୍ପ୍ରିଣ୍ଟର ଉସୈନ ବୋଲ୍ଟ, ଫୁଟ୍‌ବଲର ନେମାର ଜୁନିୟର ଏବଂ ସୁନୀଲ ଛେତ୍ରୀ, ବକ୍ସର ଏମସି ମେରୀ କମ୍, କ୍ରିକେଟର ହାର୍ଲିନ୍‌ ଦେଓଲ ଏବଂ ପାରା-ସୁଟର ଅବନୀ ଲେଖାରାଙ୍କ ସହ ଯୋଗ ଦେବେ। କୌରଙ୍କ ନାମରେ ଟି୨୦ଆଇ ଦ୍ରୁତତମ ଶତକ ହାସଲ କରିଥିବା ମହିଳା କ୍ରିକେଟରଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଏବଂ ଟି୨୦ଆଇରେ ଶତକ ହାସଲ କରିଥିବା ଭାରତର ଏକମାତ୍ର ମହିଳା କ୍ରିକେଟର ମଧ୍ୟ ।

ଏହାକୁ ନେଇ ହରମନ ପ୍ରୀତ କହିଛନ୍ତି ‘‘ମୁଁ ମୋର ୨୦୧୩ ରେ ପ୍ରଥମ ଓଡିଆଇ ଶତକ ପୁମା ବୁଟ୍‌ରେ ହିଁ କରିଥିଲି। ଆଉ ଏବେ ପୁମାର ବ୍ରାଣ୍ଡ ମୁହଁ ଭାବରେ ସ୍ଥାନିତ ହେବାକୁ ଯାଉଛି। ସେ କହିଛନ୍ତି ‘‘ପୁମା ଭଳି ବ୍ରାଣ୍ଡ୍ ଭାରତୀୟ ମହିଳା କ୍ରିକେଟରଙ୍କ ଉନ୍ନତି ପାଇଁ ସହଯୋଗ କରୁଥିବା ଏକ ଖୁସିର କଥା। ଏହା କେବଳ ଆରମ୍ଭ ମୋର ବିଶ୍ବାସ ରହିଛି ଏହି ପଦକ୍ଷେପ ଅନେକ ମହିଳାଙ୍କୁ କ୍ରିକେଟରେ ଯୋଗଦେବାକୁ ଚାହୁଥିବା ସେମାନଙ୍କ ସ୍ବପ୍ନ ପୂରଣ କରିବା ପାଇଁ ସାହସ ଯୋଗାଇବ।’’

   Related Posts