ମହିଳା କ୍ରିକେଟ୍ ଟିମ୍ର ଜଲଓ୍ୱା, ବର୍ଷର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୨୭ରନ୍ରେ କଲା ପରାସ୍ତ
21/01/2023 at 11:59 AM

ମୁମ୍ବାଇ ୨୧।୦୧ : ବିଜୟ ଅଭିଯାନରୁ ବର୍ଷର ଆରମ୍ଭ କଲା ମହିଳା କ୍ରିକେଟ୍ ଟିମ୍ । ଦକ୍ଷିଣ ଆଫ୍ରିକାକୁ ୨୭ରନ୍ରେ ପରାଜୟ କରି ବର୍ଷର ପ୍ରଥମ ଅନ୍ତର୍ଜୀତୀୟ ମ୍ୟାଚ୍କୁ ନିଜ ନାମରେ କରିଛନ୍ତି ମହିଳା ଦଳ । ଡେବ୍ୟୁ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରିଥିବା ଅମନଜିତ୍ କୌରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ।
ଦକ୍ଷିଣ ଆଫ୍ରିକା, ଭାରତ ଏବଂ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟ୍ରାଇ-ସିରିଜ୍ ଆରମ୍ଭ ହୋଇଛି । ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୁକ୍ରବାର ଦିନ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍ । ହେଲେ ମାତ୍ର ୧୧.୪ ଓଭରରେ ଭାରତୀୟ ଟିମ୍ ୬୯ ରନ୍ରେ ୫ଟି ଓ୍ୱିକେଟ୍ ହରାଇଥିଲା । ଏହାପରେ ଅମନଜିତ୍ କୌର ଦୁର୍ଦ୍ଦଶ ପାରି ଖେଳିଥିଲେ । ସେ ୩୦ ବଲ୍ରେ ୪୧ ରନ୍ କରିଥିବା ବେଳେ ଦିପ୍ତୀ ଶର୍ମା ୨୩ ବଲ୍ରେ ୩୩ ରନ୍ ସଂଗ୍ରହ କରିଥିଲେ । ଉଭୟଙ୍କ ଏହି ବହୂମୂଲ୍ୟ ପାରି ଲାଗି ଦଳ ମୋଟ ୨୦ ଓଭର ଖେଳି ୧୪୭ରନ୍ କରିବାରେ ସକ୍ଷମ ହୋଇଥିଲା ।
India seal a comfortable win against South Africa in the opening game of the T20I Tri-Series 👌 pic.twitter.com/mmuAheYSew
— ICC (@ICC) January 19, 2023
ତେବେ ୧୪୮ରନ୍ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା ଟିମ୍ । ଭାରତୀୟ ବୋଲିଂର ସଠିକ୍ ମୁକାବିଲା କରିପାରିନଥିଲା ଘରୋଇ ଟିମ୍ । ଖାସ୍ କରି ଦିପ୍ତୀ ଶର୍ମାଙ୍କ ବୋଲିଂ ଆଗରେ । ସ୍ପିନର ଦିପ୍ତୀ ମୋଟ ୪ ଓଭର ବୋଲିଂ କରି ୩୦ ରନ୍ ଦେଇ ବହୂମୂଲ୍ୟ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ସ୍ପିନର ଦେବିକା ୩ ଓଭର ବୋଲିଂରେ ୧୯ ରନ୍ ଦେଇ ୨ଟି ଓ୍ୱିକେଟ୍ ନେଇଛନ୍ତି । ଏହାବାଦ୍ ରାଜଶ୍ରୀ ଗାଏକଓ୍ୱାଡ୍, ସ୍ନେହା ଶର୍ମା, ରାଧା ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।
ଶେଷରେ ଦକ୍ଷିଣ ଆଫ୍ରିକା ଟିମ୍ ୨୦ ଓଭର ଖେଳି ୯ଟି ଓ୍ୱିକେଟ୍ ହରାଇ ୧୨୦ ରନ୍ କରିବାରେ ସକ୍ଷମ ହୋଇଥିଲା । ମ୍ୟାଚ୍ରେ ଦମ୍ଦାମର ପ୍ରଦର୍ଶନ ଲାଗି ଅମନଜିତ୍ କୌରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ଶୁକ୍ରବାର ମ୍ୟାଚ୍ରେ ପଦାର୍ପଣ କରିଥିଲେ ଅମନଜିତ୍ କୌର ।