ଏହି ୪୫ ବର୍ଷ ବୟସ୍କ ଭାରତୀୟ ଖେଳାଳୀଙ୍କୁ ଡେଟ୍ କରିବାକୁ ଚାହାନ୍ତି ମିତାଲୀ ରାଜ
19/08/2019 at 1:45 PM

ମୁମ୍ବାଇ୧୯|୮: ବଲିଉଡ ଓ କ୍ରିକେଟର ସମ୍ପର୍କ ବହୁତ ପୁରୁଣା। କ୍ରିକେଟ ଜଗତର ଅନେକ ଖେଳାଳୀ ନିଜ ଖେଳ ଦ୍ବାରା ବଲିଉଡ ଅଭିନେତ୍ରୀଙ୍କୁ ନିଜ ଦିୱାନା କରି ଦିଅନ୍ତି। ଭାରତୀୟ କ୍ରିକେଟ ଟିମ୍ର କେତେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି।

ତେବେ ଭାରତୀୟ ମହିଳା କ୍ରିକେଟ ଟିମ୍ର କ୍ୟାପଟେନ୍ ମିତାଲୀ ରାଜ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ଏବେ କିଛି ଦିନ ତଳେ ମିତାଲୀ ରାଜଙ୍କୁ ଏକ ସାକ୍ଷାତକାରରେ ପଚାରାଯାଇଥିଲା ଯେ, ଭାରତୀୟ କ୍ରିକେଟ ଟିମ୍ର କେଉଁ ଖେଳାଳୀଙ୍କୁ ସେ ପସନ୍ଦ କରନ୍ତି ଓ କାହାକୁ ଡେଟ କରିବାକୁ ଚାହାନ୍ତି।

ମିତାଲୀ କହିଥିଲେ ଯେ, ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପଟେନ୍ ସଚିନ ତେନ୍ଦୁଲକରଙ୍କୁ ସେ ବହୁତ ପସନ୍ଦ କରନ୍ତି ଓ ତାଙ୍କୁ ଡେଟ୍ କରିବାକୁ ଚାହାନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ କ୍ରେଜ ଆଜି ମଧ୍ୟ ଲୋକଙ୍କ ଗହଣରେ ଦେଖିବାକୁ ମିଳେ।

ପୂର୍ବତନ ଭାରତୀୟ ଟିମ୍ର କ୍ୟାପଟେନ୍ ସଚିନ୍ ଶ୍ରେଷ୍ଠ ବ୍ୟାଟ୍ସମେନ ଭାବେ ପରିଚିତ।ସେ ଅନେକ କ୍ରିକେଟ ପ୍ରେମିମାନଙ୍କ ଦିଲରେ ରାଜ କରନ୍ତି। ବିଶ୍ବର କୋଣ ପ୍ରତିକୋଣରୁ ତାଙ୍କୁ ଲକ୍ଷ ଲକ୍ଷ ଦର୍ଶକ ପସନ୍ଦ କରନ୍ତି।