ଇତିହାସ ରଚିଲେ ସ୍କାଏଡାଇଭର ଶୀତଲ ମହାଜନ; ୨୧୫୦୦ ଫୁଟ ଉଚ୍ଚରୁ ତଳକୁ ଡେଇଁବାରେ ବିଶ୍ୱର ପ୍ରଥମ ମହିଳା

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ: ଭାରତ ପାଇଁ ସୁନାମ ଆଣିଲେ ଷ୍ଟାର୍‌ ସ୍କାଏଡାଇବର ଶୀତଲ ମହାଜନ। ମାଉଣ୍ଟ ଏଭରେଷ୍ଟର ସମ୍ମୁଖରୁ ୨୧, ୫୦୦ ଫୁଟ ଉଚ୍ଚରୁ ଡେଇଁବାରେ ବିଶ୍ୱର ପ୍ରଥମ ମହିଳା ଭାବେ ରେକର୍ଡ ହାସଲ କରିଛନ୍ତି। ଭାରତର ଏକାଧିକ ସ୍କାଏଡାଇଭିଂର ରେକର୍ଡଧାରୀ ୪୧ ବର୍ଷିୟ ପଦ୍ମଶ୍ରୀ ଶୀତଲ ମହାଜନ ନଭେମ୍ବର ୧୩ରେ ପୃଥିବୀର ସର୍ବୋଚ୍ଚ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରୁ ସ୍କାଏଡାଇଭିଂ ସମାପ୍ତ କରିଛନ୍ତି।

ଏନେଇ ସୋସିଆଲ ମିଡିଆରେ ଖୁସି ଜାହିର କରିଛନ୍ତି ଶୀତଲ। ଏନେଇ ଫେସବୁକରେ ଲେଖିଛନ୍ତି, ' ମୁଁ ମାଉଣ୍ଟ ଏଭରେଷ୍ଟର ସମ୍ମୁଖ ୨୧୫୦୦ ଫୁଟରୁ ଜୀବନର ସର୍ବଶ୍ରେଷ୍ଠ ଉଚ୍ଚତାରୁ ଡେଇଁଛି। କାଲାପାଥରର ୧୭,୪୪୪ ଫୁଟ / ୫୩୧୭ ମିଟର ଉଚ୍ଚତାରୁ ଅବତରଣ କରିଥିଲି। ମୁଁ ପ୍ରଥମ ମହିଳା ଭାବେ ସର୍ବୋଚ୍ଚ ଉଚ୍ଚତାରେ ସ୍କାଏଡାଇଭ୍ କରିଛି।

wp:html /wp:html

ଏହାପୂର୍ବରୁ ନଭେମ୍ବରରେ ମହାଜନ ୧୭୫୦୦ ଫୁଟ ଉଚ୍ଚତାରୁ  ନିଜର ପ୍ରଥମଥର ପାଇଁ ଡେଇଥିଲେ, ଯାହାକି ମାଟି ଠାରୁ ୫୦୦୦ ଫୁଟ ଉଚ୍ଚତା।  ସେ ସଫଳତାର ସହ ସଂୟୋଗବୋଚ୍ ବିମାନବନ୍ଦରରେ ୧୨୫୦୦ ଫୁଟ ଉଚ୍ଚରୁ ଅବତରଣ କରିଥିଲେ, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡର 'ସ୍କାଏଡାଇଭର' ୱେଣ୍ଡି ସ୍ମିଥ ବିମାନରେ ତାଙ୍କ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.