ଭାରତର ଏକ ଏପରି ଗାଁ ଯେଉଁଠି ପିଲା ଜାଣନ୍ତିନି ସେମାନଙ୍କ ପିତାର ନାମ !

Published By : Prameya-News7 Bureau | December 28, 2021 IST

ପାନ୍ନା ୨୮।୧୨: ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାର ମନକୀ ଗାଁର ପିଲା ସେମାନଙ୍କ ପିତାଙ୍କ ନାମ ଜାଣନ୍ତିନି! ହୁଏତ ଅନେକଙ୍କୁ ଏହା ବିସ୍ମିତ କରିପାରେ ହେଲେ ଏହା ନିରାଟ ସତ୍ୟ। ଗାଁର ଜନସଂଖ୍ୟା ମାତ୍ର ୬୦୦। ତେବେ ସବୁ ପରିବାରରେ ଗୋଟିଏ କଥା, ପିଲା ସେମାନଙ୍କ ପିତାଙ୍କୁ ଚିହ୍ନନ୍ତି ବି ନାହିଁ । ଏଥିପାଇଁ କାରଣଟି ଯାହା ତାହା ହେଉଛି ରୋଜଗାର। ଗାଁର ଅଧିକାଂଶ ଲୋକେ ପରିବାର ଚଳାଇବା ଲାଗି ବିଭିନ୍ନ ସ୍ଥାନକୁ କାମ କରିବାକୁ ଚାଲି ଯାଆନ୍ତି। ହେଲେ ପଛରେ ଛାଡି ଯାଆନ୍ତି ସେମାନଙ୍କ ପିଲାପିଲିଙ୍କୁ । ଯେଉଁମାନେ ପରେ ପିତାଙ୍କ ନାମ ବି କହିପାରନ୍ତିନି।

ସାଧାରଣ ପରିବାରରେ ପିଲା କଥା କହିବା ଶିଖିବା ଦିନରୁ ତାକୁ ତାର ପିତାମାନଙ୍କ ନାମ ଡାକିବାକୁ ପରିବାରରେ ଲୋକେ ଶିଖାଇଥାନ୍ତି। ଏଥିରେ ଗୁରୁ ଗୁରୁଜନଙ୍କ ଡାକରାରେ ପିଲାମାନେ ପିତାମାତାଙ୍କୁ ସେମାନଙ୍କ ଡାକ ନାମରେ ମଧ୍ୟ ଡାକିଥାନ୍ତି। ହେଲେ ମନକୀ ଗାଁ ଆଜି କାଲି ନୁହେଁ ଅନେକ ବର୍ଷରୁ ଦେଶରେ ମିସିଂ ଫାଦର୍ସର ଗାଁ ଭାବେ ପରିଚିତ ହୋଇଆସିଛି। ଏଥିପାଇଁ ଏହି ଗାଁର ଭୌଗଳିକ ପରିବେଶ ମଧ୍ୟ ଅନେକାଂଶରେ ଦାୟୀ। ପନ୍ନା ଜିଲ୍ଲା ଯାହା ଦେଶ ବିଦେଶରେ ନିଜଭିତରେ ସାଇତି ରଖିଥିବା ହୀରା ଲାଗି ପ୍ରସିଦ୍ଧ ସେହି ଜିଲ୍ଲାର ଏହିଁ ଗାଁ ଏତେ ବର୍ଷ ପରେ ନିଜର ଅସହାୟତା ଲାଗି ପୁଣି ଚର୍ଚ୍ଚାକୁ ଆସିଛି।

{"id":566201,"sizeSlug":"full","linkDestination":"none"}

ମନକୀ ଗାଁଟି ଚିର ମରୁଡି ପିଡ଼ିତ। ଏଁଣୁ ଗାଁରେ ଚାଷବାସ ଆଜି କାଲି ନୁହେଁ ଶହଶହ ବର୍ଷରୁ ହେଉ ନାହିଁ। ଏଣୁ ଲୋକେ ଦେଶର ବିଭିନ୍ନ ରାଜ୍ୟକୁ ପେଟପାଟଣା ଲାଗି ଚାଲି ଯାଆନ୍ତି। ଏପରିକି ବିବାହ ଲାଗି ଗାଁକୁ ଆସିଥିବା ଯୁବକ ବିବାହ କରି ପୁଣି କାର୍ଯ୍ୟସ୍ଥଳକୁ ଫେରିଯିବା ବେଳେ ସାଙ୍ଗରେ ନବ ବିବାହିତା ପତ୍ନୀକୁ ନେଇଯାଆନ୍ତି। ପିଲାପିଲି ହେବା ବେଳକୁ ପତ୍ନୀକୁ ଆଣି ଗାଁରେ ଛାଡି ଚାଲି ଯାଆନ୍ତି ।  ସେମାନେ ଯାଆନ୍ତି ଯେ ଯାଆନ୍ତି। ଏଣୁ ପିତା ଫେରିଲେ ସିନା ପୁଅ ଝିଅ ଚିହ୍ନିବେ ।

ଗାଁର ୭୦ ପ୍ରତିଶତ ପୁରୁଷ କେବଳ ରୋଜଗାର ଲାଗି ବର୍ଷର ବାର ମାସ ଗାଁରୁ ବାହାରେ ରହନ୍ତି। ଗାଁରେ କେବଳ ମହିଳା ଓ ପିଲାମାନେ ଦେଖିବାକୁ ମିଳନ୍ତି। ଏହି ଗାଁର ଲୋକେ କାମ ଧନ୍ଦା ଲାଗି ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଓ ହିମାଚଳ ପ୍ରଦେଶକୁ ପ୍ରାୟତଃ ଚାଲି ଯାଆନ୍ତି। ସେପରି ଜରୁରି କାମ ନ ପଡିଲେ ଗ୍ରାମକୁ ଆସନ୍ତିନି। କେବଳ ଏହି ଗାଁଟି ନୁହେଁ ସାରା ମଧ୍ୟପ୍ରଦେଶର ଲୋକେ କାମ ଧନ୍ଦା ଅନୁସନ୍ଧାନରେ ଦେଶର ବିଭିନ୍ନ ରାଜ୍ୟକୁ ଯାଉଛନ୍ତି। ଏଣୁ ରାଜ୍ୟର ବିସ୍ଥାପନ ହାର ୧.୮୫ କୋଟି ବୋଲି ସରକାରୀ ତଥ୍ୟରୁ ଜଣାପଡେ। ଏଥିରୁ ୫୦ ପ୍ରତିଶତ ଗ୍ରାମାଞ୍ଚଳରୁ ବାହାର ରାଜ୍ୟକୁ ଚାଲି ଯାଉଥିବାର କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.