ଭାକ୍ସିନରେ pork gelatin ପ୍ରସଙ୍ଗ: ଟିକା ପ୍ରସ୍ତୁତିରେ ବ୍ୟବହୃତ ଉପାଦାନର ସୂଚୀ ମାଗିଲେ ଭାରତୀୟ ମୌଲାନା !

Published By : Prameya-News7 Bureau | December 24, 2020 IST

ମୁମ୍ବାଇ ୨୪।୧୨: କରୋନା ଭାଇରସ ନୂଆ ମ୍ୟୁଟେସନକୁ ନେଇ ସାରା ବିଶ୍ୱ ପୁଣି ଆତଙ୍କରେ। ବ୍ରିଟେନରେ ଭୂତାଣୁର ୨ ନୂଆ ପ୍ରକାର ପ୍ରସାର ହେଉଥିବା ସରକାର ଘୋଷଣା କରିବା ପରେ ବିଭିନ୍ନ ଦେଶ ଯାତ୍ରା କଟକଣା ଜାରି କରିବା ସହ ନିଜନିଜ ସୀମା ସିଲ କରିସାରିଲେଣି। ଏଥିରେ କୋଭିଡ-୧୯ ଲାଗି ପ୍ରସ୍ତୁତ ଟିକାରେ ପୋର୍କ ଜିଲେଟିନ୍‌କୁ ନେଇ ଭାରତୀୟ ମୁସଲମାନମାନେ ପ୍ରତିକ୍ରିୟା ପ୍ରକାଶ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବୁଧବାର ମୁମ୍ବାଇରେ ଇସ୍ଲାମିକ ଧାର୍ମିକ ନେତାଙ୍କ ଏକ ବୈଠକ ହୋଇଥିଲା। ଏଥିରେ ଅଲ ଇଣ୍ଡିଆ ଜମିୟତୁଲ ଉଲେମା, ଜମାତ ଉଲେମା ଅହଲେ ସୁନ୍ନତ, ଅଞ୍ଜୁମନ ବରକାତ ରଜା, ଅଲ ଇଣ୍ଡିଆ ମସଜିଦ୍ କାଉନସିଲ, ଦାରୁଲ ଉଲୁମ ହନିଫିୟା ଓ ରଜା ଆକାଡେମୀ ସମେତ ମୋଟ ୯ଟି ଇସ୍ଲାମ ସଙ୍ଗଠନର ଶୀର୍ଷ ନେତାମାନେ ଯୋଗ ଦେଇ କୋଭିଡ ଭାକ୍ସିନରେ ପୋର୍କ ଜିଲେଟିନ ନେଇ ଚର୍ଚ୍ଚା କରିଛନ୍ତି। ଯେଉଁଥିରେ ସେମାନେ କୋଭିଡ ଟିକା ‘ହଲାଲ’ (ଇସ୍ଲାମ) ନା ‘ହରାମ’ (ଅଣ ଇସ୍ଲାମ) ସେ ନେଇ ବିଶେଷଜ୍ଞଙ୍କୁ ସ୍ପଷ୍ଟ ପ୍ରଶ୍ନ କରିଛନ୍ତି। ବିଶେଷଜ୍ଞଙ୍କ ଉତ୍ତର ଉପରେ ଏବେ ଭାରତରେ ଇସ୍ଲାମଧର୍ମାବଲମ୍ବୀ ଟିକା ନେବେ କି ନା ତାହା ନିର୍ଭର କରୁଥିବା ଧାର୍ମିକ ନେତାମାନେ କହିଛନ୍ତି।

{"id":382217,"sizeSlug":"large","linkDestination":"none"}

ଇସ୍ଲାମ ବିଦ୍ୱାନଙ୍କ କହିବା ଅନୁସାରେ ଘୁଷୁରି ସମ୍ପର୍କିତ କୌଣସି ସାମଗ୍ରୀ ଇସ୍ଲାମ ନିୟମରେ ମୁସଲମାନଙ୍କ ଲାଗି ସର୍ବଦା ଅସ୍ୱୀକାର୍ଯ୍ୟ ଥିଲା, ରହିଆସିଛି ଓ ରହିବ ମଧ୍ୟ। ଏଣୁ ଟିକା ପ୍ରସ୍ତୁତିରେ ଯଦି ପୋର୍କ ଜିଲୋଟିନର ଉପଯୋଗ ହୋଇଥାଏ ତେବେ ଏହାକୁ ମୁସଲମାନମାନଙ୍କୁ ଦେବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି। ଏକ ଖବର ଉପରେ ପ୍ରତିକ୍ରିୟା ରଖି ରଜା ଏକାଡମୀର ସାଧାରଣ ସମ୍ପାଦକ ସଇଦ ନୁରୀ ଚୀନ୍‌ କୋଭିଡ ଟିକାରେ ଘୁଷୁରି ଶରୀର ଅଂଶ ଥିବାର ସୂଚନା ମିଳୁଥିବା କହିଛନ୍ତି । ଯେହେତୁ ଘୁଷୁରି ମୁସଲମାନଙ୍କ ଲାଗି ହରାମ, ତେହେତୁ ଏପରି ଟିକାକୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସନ୍ଦର୍ଭରେ କାଜି ହଜରତ ମୁଫ୍ତି ମହମୁଦ ଅଖତରଙ୍କ ଏକ ନିଷ୍ପତ୍ତିକୁ ନୁରି ବୈଠକରେ ପଢି ଶୁଣାଇଥିଲେ। ଯେଉଁଥିରେ ଯଦି କୂଅରେ ଘୁଷୁରିର ଲୋମ ବି ପଡିଯାଏ ତେବେ ତାହା ମୁସଲମାନଙ୍କ ଲାଗି ସବୁଦିନ ପାଇଁ ବର୍ଜିତ ବୋଲି କାଜି ତାଙ୍କର ଏକ ନିଷ୍ପତ୍ତିରେ କହିଛନ୍ତି । ଏଥିରେ ଇସ୍ଲାମ ନିୟମାନୁସାରେ ଯେଉଁ ଟିକାରେ ପୋର୍କ ଜିଲୋଟିନ ରହିଛି ତାକୁ କୌଣସି ରୋଗର ଚିକିତ୍ସାରେ କିପରି ବ୍ୟବହାର କରାଯାଇ ପାରିବ ବୋଲି ସେ  ପ୍ରଶ୍ନ କରିଛନ୍ତି। ଏଣୁ ଭାରତ ଚୀନ୍‌ରୁ କୋଭିଡ ଟିକା ସିନୋଭାକ୍ ଆମଦାନୀ ନକରୁ ବୋଲି ନୁରି ସରକାରଙ୍କୁ ନିବେଦନ କରିଛନ୍ତି।

ଏହା ଛଡା ଯଦି ଭାରତ ସରକାର କୌଣସି ଭାକ୍ସିନ ଲାଗି ଅର୍ଡର ଦେଉଛନ୍ତି ଅଥବା ନିଜେ ପ୍ରସ୍ତୁତ କରୁଛନ୍ତି, ଏହାର ପ୍ରସ୍ତୁତିରେ ଉପଯୋଗ ହେଉଥିବା ସାମଗ୍ରୀର ତାଲିକା ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଯାହା ଦ୍ୱାରା ସେମାନେ ଏହି  ଭାକ୍ସିନର ଉପଯୋଗୀତା ନେଇ ଘୋଷଣା କରିପାରିବେ । ଭାରତୀୟ ଇସ୍ଲାମ ବିଦ୍ୱାନଙ୍କ ଏପରି ନିଷ୍ପତ୍ତି ଏବେ ୟୁଏଇ ଫତୱା ପରିଷଦଙ୍କ ନିଷ୍ପତ୍ତିର ବିପରୀତ ବିଚାର କରାଯାଉଛି।

{"id":382218,"width":578,"height":344,"sizeSlug":"large","linkDestination":"none"}

ପରିଷଦ ତାଙ୍କର ନବୀନତମ ଫତୱାରେ କୋଭିଡ ଟିକା ମୁସଲମାନଙ୍କ ଲାଗି ସ୍ୱୀକାର୍ଯ୍ୟ ବୋଲି ପରିଷଦ ଅଧ୍ୟକ୍ଷ ଶେଖ ଅବଦୁଲ୍ଲା ବିନ୍ ବିହାୟ କହିଛନ୍ତି। ଏଥିରେ ସେ ଟିକାକୁ ଏକ ଔଷଧ ରୂପେ ପରିକଳ୍ପନା କରିଛନ୍ତି ଓ ଖାଦ୍ୟ ଅଥବା ବ୍ୟବହାର୍ଯ୍ୟ ସାମଗ୍ରୀ ଭାବେ ନୁହେଁ। ଯେହେତୁ ମାନବ ଜଗତ ଲାଗି କରୋନା ଭାଇରସ ମହାମାରୀ ବର୍ତ୍ତମାନ ସମୟର ସବୁଠୁ ବଡ ସଂକଟ, ଏଥିରେ ଶରୀର ରକ୍ଷା ହିଁ ବର୍ତ୍ତମାନ ସମୟର ସବୁଠୁ ବଡ ଆହ୍ୱାନ ବୋଲି ପରିଷଦ ଅଧ୍ୟକ୍ଷ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.