ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ଭୟାନକ ଦୁର୍ଘଟଣା, ସୁଟିଂ ସେଟରେ ଚାଲିଯାଇଥିଲା ୬୨ ଜୀବନ
23/08/2023 at 3:11 PM

ମୁମ୍ବାଇ ୨୩।୦୮: ବି-ଟାଉନ୍ର ଫିଲ୍ମ ହେଉ ବା ଧାରବାହିକ, ନିର୍ମାଣରେ ଲାଗେ ଢେର ସମୟ । ଖର୍ଚ୍ଚ ବି ହୁଏ କୋଟି କୋଟି ଟଙ୍କା । ଏମିତିକି ସୁଟିଂ ସେଟ୍ରେ ବି ନିଆଯାଏ ସତର୍କତା । ଯେମତିକି କୌଣସି ଦୁର୍ଘଟଣା ନଘଟେ ସେସବୁ ପ୍ରତି ରଖାଯାଏ ଧ୍ୟାନ । କିନ୍ତୁ ଜାଣିଛନ୍ତି କି ଭାରତରେ ଏମିତି ଟିଭି ଧାରାବାହିକ ଟିଏ ଥିଲା, ଯାହାକୁ ନେଇ ରହିଛି ଅକେ କାହାଣୀ । ଆଉ ସେହି କାହାଣୀ ଏମିତି, ଶୁଣିଲେ ଲାଗେ ଡର । କାରଣ ଏହି ଧାରାବାହିକ ନିର୍ମାଣ ବେଳେ ଘଟିଥିଲା ଦୁର୍ଘଟଣା । ଅନେକ ଲୋକଙ୍କର ଜୀବନ ଚାଲିଯାଇଥିଲା । ଏମିତିକି ଧାରାବାହିକ ଲିଡ୍ କଳାକାରଙ୍କର ବି ହୋଇଥିଲା ୭୨ଥର ସର୍ଜରୀ । ଆସନ୍ତୁ ଜାଣିବା ପୂରା ଘଟଣା ।

୧୯୯୦ରେ ଘରେ ଘରେ ଥିଲା ପରିଚତ । ଆବାଳ ବୃଦ୍ଧ ବନିତା ଦେଖିବାକୁ ଥିଲେ ଉତ୍ସୁକ । ଆମେ କହୁଛୁ ଟିଭି ଧାରାବାହିକ ଟିପୁ ସୁଲତାନ କଥା । ସେହି ସମୟରେ ଟିପୁ ସୁଲତାନ ଥିଲା ଭାରତର ସବୁଠାରୁ ମହଙ୍ଗା ଟିଭି ଶୋ । ଏହି ଶୋ ହିନ୍ଦୀ-ଉର୍ଦ୍ଦୁ ମଇସୁରର ମଧ୍ୟଯୁଗୀୟ ଶାସକଙ୍କ ଜୀବନ ଏବଂ ଶାସନ ଉପରେ ଥିଲା ଆଧାରିତ । ସଞ୍ଜୟ ଖାନ ଏବଂ ତାଙ୍କ ଭାଇ ଆକବର ଖାନଙ୍କ ନିର୍ଦ୍ଦେଶିତ ଏହି ଶୋ’ରେ ସଞ୍ଜୟ ଥିଲେ ମୁଖ୍ୟ ଭୂମିକାରେ ।

୧୯୮୯ ଫେବୃୟାରୀ ୮ରେ ସେଟ୍ରେ ହୋଇଥିବା ଅଗ୍ନିକାଣ୍ଡ ଯୋଗୁଁ ବେଶ୍ ଚର୍ଚ୍ଚାକୁ ଆସିଥିଲା ଶୋ । ସୁଟିଂ ଚାଲିଥିଲା, ହଠାତ୍ ଲାଗିଯାଇଥିଲା ନିଆଁ । ସେଟ୍ରେ ଖାଲି ପଡିଥିବା ତାର ଯୋଗୁଁ ଦ୍ରୁତ ଗତିରେ ବ୍ୟାପିଯାଇଥିଲା ନିଆଁ । ଆଉ ସେହି ସମୟରେ ସେଟରେ ଏକ ବଡ ଲାଇଟର ହୋଇଥିଲା ବ୍ୟବହାର । ଯେଉଁ କାରଣରୁ ଆହୁରି ନିଆଁ ବଢିଯାଇଥିଲା । ଶେଷରେ ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଯାଇଥିଲା ୬୨ଜଣ କ୍ରୁ ଏବଂ କଳାକାରଙ୍କ ଜୀବନ । ଏହି ଅଗ୍ନିକାଣ୍ଡ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ରହିଥିଲା ପ୍ରଡକ୍ସନ ।

ଏମିତିକି ସିରିଏଲ୍ର ମୁଖ୍ୟ ଅଭିନେତା ସଞ୍ଜୟ ଖାନ ବି ବହୁମାତ୍ରାରେ ପୋଡିଯାଇଥିଲେ । ଶରୀରରେ ହୋଇଥିଲା ୭୨ ଟି ସର୍ଜରୀ । ଅଭିନେତା ଓ ନିର୍ଦ୍ଦେଶକଙ୍କୁ ହସ୍ପିଟାଲରେ ବିତାଇବାକୁ ପଡିଥିଲା ୧୩ମାସ । ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । ଏଥିରେ ଅଭିନେତାଙ୍କ ବଞ୍ଚିବାର ରହିଥିଲା ମାତ୍ର ୧୦ ପ୍ରତିଶତ ଚାନ୍ସ । ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦିଲ୍ଲୀରୁ ଡାକ୍ତର ପଠାଇବା ପରେ ହିଁ ସଞ୍ଜୟଙ୍କ ଅବସ୍ଥାରେ ଆସିଥିଲା ସୁଧାର ।

ଏଥିପାଇଁ ତାଙ୍କୁ ପ୍ରାୟ ୬ ମାସ ହସ୍ପିଟାଲ୍ରେ ରହିବାକୁ ପଡିଥିଲା । ଏମିତିକି ସଞ୍ଜୟ ସୁସ୍ଥ ହେବା ପରେ ଅଭିନୟ ଛାଡିବାକୁ ପରାମର୍ଶ ଦେଇଥିଲେ ଡକ୍ତର । କିନ୍ତୁ ପରେ ସେ ଶୋ’କୁ ଫେରିବାକୁ ନେଇଥିଲେ ନିଷ୍ପତ୍ତି । ଗୋଟିଏ ସାକ୍ଷାତକାରରେ ଏକଥାର ଖୁଲ୍ଲାସା କରିଥିଲେ ସଞ୍ଜୟ । ତାଙ୍କ କହିବା କଥା ଆମେ କେବେ ଭାବି ନଥିଲୁ ଯେ ଏମିତି ବି ଘଟିପାରେ । ୧୯୮୯ ମସିହାରେ ଘଟିଥିବା ସେହି ଘଟଣା ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଦୁର୍ଘଟଣା ବୋଲି କୁହାଯାଏ ।
You Can Read: