ଉହାନରେ ଫସିଥିବା ୧୨୦ ଭାରତୀୟ ନାଗରିକଙ୍କୁ ଆଣିବ ବାୟୁସେନାର ସି-୧୭ ବିମାନ
20/02/2020 at 10:30 AM

ନୂଆଦିଲ୍ଲୀ ୨୦।୨: ଚୀନରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୨୦ରେ ପହଞ୍ଚିଛି । ଆକ୍ରାନ୍ତ ସଂଖ୍ୟା ୭୬ ହଜାର ୨୬୨କୁ ବୃଦ୍ଧି ପାଇଛି । ଚୀନରୁ ବିଶ୍ବର ୨୯ଟି ଦେଶକୁ ବ୍ୟାପିଥିବା କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି ।
ଆଜି ଚୀନର ଉହାନ୍ରୁ ୧୨୦ ଭାରତୀୟ ନାଗରିକକୁ ଆଣିବାକୁ ଚୀନ୍ ଗସ୍ତରେ ଯିବ ଭାରତୀୟ ବିମାନ ସି-୧୭ । କରୋନା ଭୂତାଣୁର ଉତ୍ପତିସ୍ଥଳ ହେଉଛି ଚୀନର ଉହାନ ସହର । ଏହାସହ ଭରାତୀୟ ବିମାନ ସି-୧୭ ବହୁ ପରିମାଣର ଡାକ୍ତରୀ ସରଞ୍ଜାମ ଚୀନକୁ ନେଇକି ଯିବ । ପୂର୍ବରୁ ସରକାର ଚୀନରୁ ୬୪୦ଜଣ ଭାରତୀୟଙ୍କୁ ବିମାନ ଯୋଗେ ସ୍ବଦେଶକୁ ଆଣିସାରିଛନ୍ତି । ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀ ସ୍ଥିତ ଆଇଟିବିପି ଶିବିରରେ ଚୀନରୁ ଆସି ରହିଥିବା ଲୋକମାନଙ୍କର ଡାକ୍ତରୀ ପରୀକ୍ଷା ପରେ ୪୦୬ଜଣଙ୍କୁ ଛାଡ଼ି ଦିଆଯାଇଛି
ସେପଟେ ‘କରୋନା’ ଭାଇରସ୍ ସଂକ୍ରମଣ ଯୋଗୁଁ ମୃତ୍ୟୁ ଯନ୍ତା ପାଲଟି ଯାଇଥିବା ଜାପାନର ‘ଡାଏମଣ୍ଡ୍ ପ୍ରିନ୍ସେସ’
କ୍ରୁଜ୍ ରୁ ଯାତ୍ରୀମାନଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଜାହାଜରେ କରୋନା ଆକ୍ରାନ୍ତଙ୍କ
ସଂଖ୍ୟା ୬୨୧ରେ ପହଞ୍ଚିଛି । ଲୋକଙ୍କୁ ବାହାରକୁ ଆଣିବାରେ ଅହେତୁକ ବିଳମ୍ବ ଯୋଗୁଁ ଅସୁବିଧା ଉପୁଜୁଛି
। ଫେବ୍ରୁଆରି ୧ରେ ଜାପାନ ତଟରେ ଲାଗିଥିବା ଏହି ଜାହାଜରେ କେବଳ ଜଣେ ଆକ୍ରାନ୍ତଙ୍କ ପାଇଁ ସମଗ୍ର
ଜାହାଜ ସଂକ୍ରମିତ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି ।