oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ବାଦ ପଡିଲେ ଇଶାନ୍ତ ଶର୍ମା

10/12/2020 at 4:49 PM

ନୂଆଦିଲ୍ଲୀ ୧୦/୧୨ : ଡିସେମ୍ବର ୧୭ରୁ ଆରମ୍ଭ ହେଉଥିବା ୪ ଟିକିଆ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଘରୋଇ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଆଡିଲେଡରେ  ଖେଳାଯିବ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ । ଏ ନେଇ ୧୯ ଜଣିଆ ଟେଷ୍ଟ୍ ସ୍କ୍ବାଡ୍ ଘୋଷଣା କରିଛି ଭାରତ । ତେବେ ଟେଷ୍ଟ୍ ଟିମରେ ଅନେତ ଯୁବ ପ୍ରତିଭାଙ୍କୁ ସ୍ଥାନ ମିଳିଛି ।

ପ୍ରଥମ ଟେଷ୍ଟ୍ ମ୍ୟାଚ ବିରାଟ କୋହଲିଙ୍କ ନେତୃତ୍ବରେ ଖେଳିବ ଭାରତ । ଏହା ପରେ କୋହଲି ଭାରତ ଫେରିବାକୁ ଥିବାରୁ ଅବଶିଷ୍ଟ ୩ଟି ମ୍ୟାଚରେ ଅଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ବ ତୁଲାଇପାରନ୍ତି । ତେବେ ଇଶାନ୍ତ ଶର୍ମାଙ୍କ ବିନା ପଡିଆକୁ ଓଲ୍ଲାଇବ ଭାରତ । ଆଇପିଏଲ ଖେଳୁଥିବା ବେଳେ ଆହତ ସମସ୍ୟା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରିନାହାନ୍ତି ଇଶାନ୍ତ । ସେହିପରି ରୋହିତ ଶର୍ମା ମଧ୍ୟ ପ୍ରଥମ ଦୁଇଟି ଟେଷ୍ଟରେ ଖେଳି ପାରିବେ ନାହିଁ । ରୋହିତ ମଧ୍ୟ ଆଇପିଏଲ ସମୟରେ ଆହତ ହୋଇଥିଲେ । ତେବେ ସେ ଡିସେମ୍ବର ୧୨ ରେ ଅଷ୍ଟ୍ରେଲିଆ ଗସ୍ତ କରିବେ ଏବଂ ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବେ । ତେବେ ଶେଷ ୨ଟି ଟେଷ୍ଟ ପାଇଁ ସେ ଟିମରେ ସାମିଲ ହେବେ ।

ଖେଳାଯିବାକୁ ଥିବା ୪ ଟିକିଆ ଟେଷ୍ଟ ସିରିଜର ବିଜେତା ଆସନ୍ତା ବର୍ଷ ହେବାକୁ ଥିବା ଟେଷ୍ଟ ଚାମ୍ପିୟନସିପ୍ ପାଇଁ ସ୍ଥାନ ପକ୍କା କରିବ ।  ତେବେ ଉଭୟ ଟିମ ସିରିଜ ଜିତିବା ଲକ୍ଷରେ ଅଛନ୍ତି । ଅଷ୍ଟ୍ରେଲିଆ ଟିମରେ ଡେଭିଡ୍ ଓ୍ବାର୍ଣ୍ଣର ଏବଂ ଷ୍ଟେଭ୍ ସ୍ମିଥଙ୍କ ପରି ଅଭିଜ୍ଞ ଖେଳାଳୀ ଅଛନ୍ତି । ଗତ ଥର ଅଷ୍ଟ୍ରେଲିଆ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜକୁ ଜିତି ନେଇଥିଲା ଭାରତ । କିନ୍ତୁ ଏଥର ଦୁଇ ଟିମ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି କ୍ରିକେଟ୍ ପ୍ରେମୀ ମତ ଦେଇଛନ୍ତି ।

ଭାରତର ଟେଷ୍ଟ୍ ଟିମ୍

ବିରାଟ କୋହଲି (ଅଧିନାୟକ, କେବଳ ପ୍ରଥମ ଟେଷ୍ଟ ପାଇଁ), ଅଜିଙ୍କ୍ୟ ରାହାଣେ(ଉପ-ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ, କେ ଏଲ ରାହୁଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଶୁଭମନ ଗିଲ୍, ରିଦ୍ଧିମାନ ଶାହା(ଓ୍ବିକେଟ କିପର), ରିଷଭ ପନ୍ତ(ଓ୍ବିକେଟ କିପର), ଜଶପ୍ରୀତ ବୁମରାହ, ମହମ୍ମଦ ଶାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବୀନ୍ଦଅ ଜାଡେଜା, ରବିଚନ୍ଦ୍ରନ ଅଶ୍ବୀନ ଏବଂ ମହମ୍ମଦ ଶିରାଜ ।

   Related Posts