ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ : ଆଗାମୀ ମ୍ୟାଚ୍‌ ଲାଗି ଗୁରୁବାର ଟିମ୍‌ ଘୋଷଣା, ଫେରିବେ ରାହୁଲ-ଜାଡେଜା !

Published By : Prameya-News7 Bureau | February 08, 2024 IST

ମୁମ୍ବାଇ ୦୮।୦୨ : ଭାରତ-ଇଂଲଣ୍ଡ ୫ଟିକିଆ ଟେଷ୍ଟ ସିରିଜ୍‌ । ଉଭୟ ଟିମ୍‌ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି । ଆସନ୍ତା ୧୫ ତାରିଖ ଦିନ ରାଜକୋଟରେ ଖେଳାଯିବ ତୃତୀୟ ଟେଷ୍ଟ ମ୍ୟାଚ୍‌ । ଆଗାମୀ ଟେଷ୍ଟ ମ୍ୟାଚ୍‌ ଲାଗି ଭାରତୀୟ ଟିମ୍‌ ଏବେ ଯାଏଁ ଘୋଷଣା କରାଯାଇନାହିଁ । ଆଜି ମାନେ ଫେବୃଆରୀ ୮ତାରିଖ ଦିନ ଆଗାମୀ ୩ଟି ଟେଷ୍ଟ ମ୍ୟାଚ୍‌ ଲାଗି ଟିମ୍‌ ଘୋଷଣା କରିପାରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ।

wp:embed {"url":"https://www.prameyanews7.com/virat-kohli-will-be-out-of-third-and-fourth-test-also-latest-update-revealed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-will-be-out-of-third-and-fourth-test-also-latest-update-revealed/
/wp:embed

ମିଳିଥିବା ସୂଚନାନୁସାରେ , ଗୁରୁବାର ଦିନ ଚୟନ କମିଟି ପକ୍ଷରୁ ଆଗାମୀ ୩ଟି ଟେଷ୍ଟ ମ୍ୟାଚ୍‌ ଲାଗି ଟିମ୍‌ ଘୋଷଣା ହୋଇପାରେ । କିନ୍ତୁ ଏହାପୂର୍ବରୁ ବିରାଟ କୋହଲିଙ୍କ ଖେଳିବା ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି । ହୁଏତ ଆଗାମୀ ଦୁଇଟି ମ୍ୟାଚ୍‌ରେ ବିରାଟ ଅନୁପସ୍ଥିତି ରହିପାରନ୍ତି । ତାଙ୍କ ବଦଳରେ ଯୁବ ଖେଳାଳିଙ୍କୁ ସାମିଲ କରାଯାଇପାରେ ।

ସେହିପରି ରବିନ୍ଦ୍ର ଜାଡେଜା ଏବଂ କେଏଲ୍‌ ରାହୁଲ୍‌ ମଧ୍ୟ ଟିମ୍‌କୁ ଫେରିପାରନ୍ତି । ଉଭୟ ଖେଳାଳି ପ୍ରଥମ ମ୍ୟାଚ୍‌ରେ ଆହତ ହେବା ପରେ ଏନ୍‌ସିଏରେ ରିହାବ କରୁଛନ୍ତି । ବିସିସିଆଇର ଏକ ଡାକ୍ତରୀ ଟିମ୍‌ ଲଗାତର ଭାବେ ଉଭୟଙ୍କ ଉପରେ ନଜର ରଖିଛନ୍ତି । ଉଭୟ ଏବେ ଧୀରେ ଧୀରେ ଫିଟ୍‌ ହେଉଛନ୍ତି । ତେଣୁ ଆଗାମୀ ମ୍ୟାଚ୍‌ରେ ଖେଳିପାରନ୍ତି ।

wp:embed {"url":"https://www.prameyanews7.com/there-was-more-confusion-regarding-ishaan-kishan-the-path-of-return-became-very-difficult/","type":"wp-embed","providerNameSlug":"prameya-news-7"}
https://www.prameyanews7.com/there-was-more-confusion-regarding-ishaan-kishan-the-path-of-return-became-very-difficult/
/wp:embed

ଏହାସହିତ ତୃତୀୟ ଟେଷ୍ଟକୁ ଫେରିପାରନ୍ତି ମହମ୍ମଦ ସିରାଜ । ବିଶାଖାପାଟମନ୍‌ ଟେଷ୍ଟରେ ସିରାଜଙ୍କୁ ବିଶ୍ରାମ ଦିଆଯାଇଥିଲା । ମୁକେଶ କୁମାରଙ୍କ ବଦଳରେ ସିରାଜଙ୍କୁ ସାମିଲ କରାଯିବ । କାହିଁକି ସିରାଜଙ୍କ ଅନୁପସ୍ଥିତିରେ ମୁକେଶ କୁମାରଙ୍କୁ ଚାନ୍ସ ମିଳିଥିଲା । ହେଲେ ମୁକେଶ ସେତେଟା ଫାଇଦା ଉଠାଇ ପାରିଲେନି ।

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ତୃତୀୟ ମୁକାବିଲା ଫେବୃଆରୀ ୧୫ରେ ଖେଳାଯିବ । ଏହାପରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ରାଞ୍ଚିରେ, ପଞ୍ଚମ ମୁକାବିଲା ଧର୍ମଶାଳାରେ ଖେଳାଯିବ । କୋହଲି ସିରିଜ୍‌ର ଶେଷ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ।

ସମ୍ଭାବ୍ୟ ଦଳ

ଭାରତୀୟ ଟିମ୍‌- ରୋହିତ ଶର୍ମା (ଅଧିନାୟକ), ଶୁବମନ୍‌ ଗିଲ୍‌, ଜଶସ୍ୱୀ ଜୈସ୍ୱାଲ୍‌, ଶ୍ରେୟସ ଆୟର, କେଏସ୍‌ଭରତ (ଓ୍ୱିକେଟ୍‌ କିପର), ଧ୍ରୁବ ଜୁରେଲ୍‌ (ଓ୍ୱିକେଟ୍‌ କିପର), ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜଶପ୍ରୀତ୍‌ ବୁମ୍‌ରା (ଉପ-ଅଧିନାୟକ), ଆଭେଶ ଖାନ୍‌, ରଜତ ପାଟିଦାର, ସରଫରାଜ ଖାନ୍‌, ଓ୍ୱାସିଂଟନ ସୁନ୍ଦର, ସୌରଭ କୁମାର ।

wp:embed {"url":"https://www.prameyanews7.com/vicky-kaushal-injured/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vicky-kaushal-injured/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.