ଛୁଟିଦିନରେ କର୍ମଚାରୀଙ୍କୁ ଡିଷ୍ଟର୍ବ କଲେ,୧ ଲକ୍ଷ ଜରିମାନା

Published By : Prameya-News7 Bureau | January 01, 2023 IST

ନୂଆଦିଲ୍ଲୀ ୦୧/୦୧; ଛୁଟିଦିନରେ କର୍ମଚାରୀଙ୍କୁ ଅଫିସ କାମରେ ଫୋନ କଲେ ଦେବାକୁ ପଡ଼ିବ ଜରିମନା। ଲକ୍ଷେ ଟଙ୍କାର ଜରିମାନା ଦେବ କମ୍ପପାନୀ। Dream11 କମ୍ପାନୀ ଏଭଳି କିଛି ନିଆରା ନୀତି ଆଣିଛି। ଏହା ଅନୁଯାୟୀ, ଛୁଟିଦିନରେ ଅଫିସରୁ କର୍ମଚାରୀମାନଙ୍କୁ କୌଣସି ପ୍ରକାର କାମ ସମ୍ବନ୍ଧୀୟ କଲ୍ କିମ୍ବା ମେସେଜ ଦିଆଯିବ ନାହିଁ। ଯଦି କୌଣସି କର୍ମଚାରୀଙ୍କୁ ଛୁଟିଦିନରେ କାମ କରିବାକୁ ଅଫିସ ପକ୍ଷରୁ କୁହାଯିବ ତେବେ ଏହି ନିର୍ଦ୍ଦେଶ ଦେଇଥିବା ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। ଛୁଟିଦିନକୁ କର୍ମଚାରୀ କେମିତି ଭଲରେ କାଟିବେ ସେଥିପାଇଁ ଏଭଳି ନୀତି ଆପଣାଇଛି। Dream11ର ‘ଅନ୍-ପ୍ଲଗ୍ ପଲିସି’ ଅନୁସାରେ କର୍ମଚାରୀମାନେ ଛୁଟିଦିନକୁ କାର୍ଯ୍ୟ ସମ୍ବନ୍ଧୀୟ ଇମେଲ, ମେସେଜ ଓ କଲ ବିନା ବିତାଇବାକୁ ସକ୍ଷମ ହେବେ। ଛୁଟିଦିନରେ ସେମାନଙ୍କୁ କୌଣସି ପ୍ରକାରେ ହଇରାଣ କରାଯାଇପାରିବ ନାହିଁ । କର୍ମଚାରୀମାନେ ଗୋଟିଏ ସପ୍ତାହ ଛୁଟି ସମୟରେ ନିଜ କାମରୁ ନିଜକୁ ସମ୍ପୂର୍ଣ୍ଣ ଦୂରରେ ରଖିପାରିବେ । କମ୍ପାନୀ ନିଜ ଲିଙ୍କଡଇନ୍ ରେ ଏହି ନୀତି ଘୋଷଣା କରିଛି ।

କମ୍ପାନୀର ପ୍ରତିଷ୍ଠାତା ହର୍ଷ ଜୈନ ଓ ଭାବିତ୍ ସେଠ୍ କହିଛନ୍ତି ଯେ ‘ଅନ୍-ପ୍ଲଗ୍’ ଅବଧି ସମୟରେ ଅନ୍ୟ କୌଣସି କର୍ମଚାରୀଙ୍କ ସହ ଯୋଗାଯୋଗ କରୁଥିବା କର୍ମଚାରୀଙ୍କୁ ଏକ ଲକ୍ଷ ଟଙ୍କା ଜୋରିମାନା କରାଯିବ। କମ୍ପାନୀର ସମସ୍ତେ ‘ଅନ୍-ପ୍ଲଗ୍’ ସମୟ ପାଇପାରିବେ। ପ୍ରତିଷ୍ଠାତାଙ୍କ ଅନୁଯାୟୀ, କମ୍ପାନୀ କୌଣସି କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ନହେବା ପାଇଁ ଏହି ନୀତି ଲାଗୁ କରାଯାଇଛି। କର୍ମଚାରୀମାନେ କମ୍ପାନୀର ନୂତନ ନୀତିରେ ବହୁତ ଖୁସି ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.