scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିର୍ଣ୍ଣାୟକ ଲଢେଇ: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଏମିତି ରହିଛି ଚୂଡାନ୍ତ ଏକାଦଶ

13/08/2023 at 7:41 PM

ଫ୍ଲୋରିଡ଼ା: ସୁପର ସନଡେ’ରେ ହେବ ସୁପର ଫାଇଟ୍।  ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ରବିବାର ନିର୍ଣ୍ଣାୟକ ଲଢେଇ । ଫ୍ଲୋରିଡ଼ାରେ ଟିମ୍ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ୍ ଖେଳଯିବ। ଆଜିର ମ୍ୟାଚ୍ ଜିତି ସିରିଜ୍ ସିଲ୍ କରିବା ଲକ୍ଷ୍ୟରେ ରହିଛି ପାଣ୍ଡ୍ୟା ବାହିନୀ । ଭାରତୀୟ ଦଳ ଲଗାତାର ଦୁଇଟି ମ୍ୟାଚ୍ ଜିତିଥିବାରୁ ଖେଳାଳିଙ୍କ ମନୋବଳ ଦୃଷ୍ଟ ରହିଛି । ସେପଟେ କାରବିଆନ୍ ଦଳ ମଧ୍ୟ ପରାଜୟର ଧାରା ଭାଙ୍ଗି ଶୃଙ୍ଖଳା ବିଜୟ କରିବା ଲକ୍ଷ୍ୟରେ ରହିଛି । ମ୍ୟାଚ୍‌ରେ ଟସ୍ ଜିତି ଭାରତ  ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନି।

ଫ୍ଲୋରିଡାର ସେଣ୍ଟ୍ରାଲ୍ ବ୍ରୋଓ୍ବାର୍ଡ ରିଜିଓନାଲ୍ ପାର୍କରେ ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ । ଚତୁର୍ଥ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରିଛି । ଅର୍ଦ୍ଧଶତକୀୟ ପାଳି ଖେଳି ଫର୍ମକୁ ଫେରିଛନ୍ତି ଶୁବମନ ଗିଲ୍ । ସେହିପରି କ୍ୟାରିୟର ଦ୍ବିତୀୟ ମ୍ୟାଚରେ ଅପରାଜିତ ୮୪ ରନ୍ ସଂଗ୍ରହ କରିଥିଲେ ଯଶସ୍ବୀ ଜୈସ୍ବଲ ।  ସୂର୍ଯ୍ୟକୁମାର ଯାଦବ ମଧ୍ୟ ଫର୍ମକୁ ଫେରିଛନ୍ତି । ଆଜି ମ୍ୟାଚରେ ପାଣ୍ଡ୍ୟା-ଆଣ୍ଡ-କୋ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ପଡ଼ିଆକୁ ଓହ୍ଲାଇବ ବୋଲି କୁହାଯାଉଛି । ଅନ୍ୟପଟେ କାରବିଆନ୍ ଦଳ ମଧ୍ୟ ସିରିଜ୍ ବିଜୟ ପାଇଁ ଜୋରଦାର ପ୍ରୟାସ କରିବ ।

ଚତୁର୍ଥ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ସାମ୍ନାରେ ୧୭୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଓ୍ବେଷ୍ଟଇଣ୍ଡିଜ୍ ଦଳ। ସିମରନ ହେଟମାୟର ଓ ସାଇ ହୋପ୍‌ଙ୍କ ଜବରଦସ୍ତ ବ୍ୟାଟିଂ କରିଥିଲେ । ଅନ୍ୟପଟେ ଟିମ୍ ଇଣ୍ଡିଆ ଆରମ୍ଭରୁ ଦୁର୍ଦ୍ଦଶ ବ୍ୟାଟିଂ କରିଥିଲା । ପଡ଼ିଆରେ ଜୈସ୍ବାଲ ଜଲଓ୍ବା ଓ ଗିଲ୍ ପାଓ୍ବାର ଚାଲିଥିଲା । ଦଳ ମାତ୍ର ୧୭ ଓଭରରେ ଗୋଟିଏ ଓ୍ବିକେଟ୍ ହରାଇ ମ୍ୟାଚକୁ ଜିତି ନେଇଥିଲା । ଶସ୍ବୀ ଜୈସ୍ବଲ ଅପରାଜିତ ୮୪ ରନ ସଂଗ୍ରହ କରିଥିଲେ । ସେହିପରି ଶୁବମନ ଗିଲ୍ ୭୭ ରନର ପାଳି ଖେଳିଥିଲେ ।

ୱେଷ୍ଟଇଣ୍ଡିଜ୍‌ ଦଳ : ବ୍ରେଣ୍ଡନ କିଙ୍ଗ, କାଇଲ ମେୟର୍ସ, ସାଇ  ହୋପ୍, ନିକୋଲାସ ପୂରନ(ଓ୍ଵିକେଟ୍ କିପର), ରୋଭମ୍ୟାନ ପାଓ୍ଵେଲ୍(ଅଧିନାୟକ), ସିମରନ ହେଟମାୟର, ଜାସନ ହୋଲଡର, ରୋଷ୍ଟନ ଚେଜ୍, ରୋମାରିଓ ସେଫାର୍ଡ,  ଅକିଲ ହୋସେନ, ଅଲଜାରୀ ଯୋଶେଫ।  

ଭାରତୀୟ ଦଳ : ଶୁଭମନ ଗିଲ୍, ଯଶସ୍ଵୀ ଜୟସଓ୍ଵାଲ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର।

   Related Posts