ଲାହୋର ୧୦।୦୨: ବିନା ଅନୁମତିରେ ପାକିସ୍ତାନ ଗସ୍ତ । ଭାରତୀୟ କବାଡ ଦଳ ବିଶ୍ବ କବାଡି ଚମ୍ପିଆନସିପ୍ରେ ଭାଗ ନେବାକୁ ପାକିସ୍ତାନ ଗସ୍ତ କରିଛି । ଭାରତୀୟ ଦଳ ପାକିସ୍ତ ଗସ୍ତ କରିବା ପୂର୍ବରୁ କୌଣସି ମହାସଂଘ ବା ଖେଳ ବିଭାଗର ଅନୁମତି ନେଇନାହିଁ । ଯାହାକୁ ନେଇ ବିବାଦ ଦେଖାଦେଲାନି । ତେବେ ସମସ୍ତ ବିଭାଗ ଓ ମହାସଂଗ କହୁଛନ୍ତି ଯେ, ପାକିସ୍ତାନ ଗସ୍ତ ପାଇଁ ଆମେ କୌଣସି ଦଳକୁ ଅନୁମତି ଦେଇନାହୁଁ , ତେବେ ଦଳ ପାକିସ୍ତାନ ଗସ୍ତ କଲା କିପରା ।
ପାକିସ୍ତାନରେ ବିଶ୍ବ କବାଡି ଚମ୍ପିଆନସିପ୍ ସୋମବାର ଠାରୁ ଆରମ୍ଭ ହେଉଛି । ଲାହୋର ବ୍ୟତୀତ ଅନ୍ୟ କିଛି ସ୍ଥାନମାନଙ୍କରେ ମ୍ୟାଚ୍ସବୁ ଖେଳାଯିବ । ତେବେ ଭାରତୀୟ କବାଡି ଓ୍ବାଘା ବର୍ଡର ଦେଇ ପାକିସ୍ତାନ ଗସ୍ତ କରିଛି । ଓ୍ବାଘା ବର୍ଡରେ ଭାରତୀୟ ସୀମ ଅତିକ୍ରମ କରିବା ପରେ ସେମାନଙ୍କ ପାକିସ୍ତାନ କବାଡି ସଂଘ ସ୍ବାଗତ କରିଥିଲା । ଏବଂ କଡା ସୁରକ୍ଷା ବଳୟ ମଧ୍ୟରେ ଲାହୋର ଏକ ହୋଟେଲକୁ ନିଆଯାଇଛି । ଯେଉଁଠାରେ ପାକିସ୍ତାନର ଖେଳମନ୍ତ୍ରୀ ସେମାନଙ୍କୁ ସ୍ବାଗତ କରିଛନ୍ତି ।
ତେବେ ଭାରତର ଯେକୌଣସି ଦଳ ଯଦି ବିଦେଶରେ କୌଣସି ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛି । ତେବେ ଦଳର ଗସ୍ତ ନେଇ ସଂଘ ଖେଳ ବିଭାଗକୁ ଜଣାଇବ । ପରେ ବିଦେଶ ମନ୍ତ୍ରାଳୟ , ତାପରେ ସୁରକ୍ଷା ଦୃଷ୍ଟିରୁ ଗୃହ ବିଭାଗକୁ ଜଣାଇବା ଉଚିତ । ଯାହାକି ଭାରତୀୟ ନିୟମଅନୁସାରେ ରହିଛି । ତେବେ ପାକିସ୍ତାନ ଗସ୍ତ କରିଥିବା ଏହି ଭାରତୀୟ କବାଡି ଦଳ କାହାରି ଅନୁମତି ନେଇନାହିଁ ।
ଭାରତୀୟ କବାଡି ମହାସଂଘର ଅଧ୍ୟକ୍ଷ କହିଛନ୍ତି ଯେ,ପାକିସ୍ତାନ ଗସ୍ତ କରିବାକୁ କୌଣସି ଟିମ୍କୁ ଅନୁମତି ଦିଆଯାଇନାହିଁ, କି ଗସ୍ତ ବିଷୟରେ ମହାସଂଘକୁ କିଛି ଜଣାନାହିଁ । ତେଣୁ ଗସ୍ତ କରିଥିବା ଟିମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।