ଟିମ ଇଣ୍ଡିଆ ଭିତରେ ବଢ଼ିବାରେ ଲାଗିଛି ବିବାଦ ହେଲେ ସିଓଏ ଓ ବିସିସିଆଇ ଏସବୁ ଘଟଣା ଉପରେ ପରଦା ଢ଼ାଙ୍କିବାରେ ଲାଗିଛି।
28/07/2019 at 4:54 PM

ନୂଆଦିଲ୍ଲୀ୨୮|୭: ୨୦୧୯ ବିଶ୍ବକପ ସେମିଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ହାରିବା ପରେ ଟିମ ଭିତରେ ବିବାଦ ଲାଗି ରହିଛି। ବିଶ୍ବକପ ସେମିଫାଇନାଲରେ ଟିମ ଇଣ୍ଡିଆରେ ଖରାପ ପ୍ରଦର୍ଶନକୁ ନେଇ ପୂର୍ବତନ କ୍ରିକେଟର ଅସନ୍ତୋଷ ଜାହିର କରିଛନ୍ତି। ପୂର୍ବତନ କ୍ରିକେଟର ଦେଉଥିବା ପ୍ରତିକ୍ରିୟା ପ୍ରତ୍ୟେକ ଦିନ ମିଡିଆର ହେଡଲାଇନ୍ସ ହେଉଛି। ସୁପ୍ରିମ କୋର୍ଟଙ୍କ ଦ୍ବାରା ନିଯୁକ୍ତି ପାଇଥିବା ପ୍ରଶାସନିକ କମିଟି ଏହି ସବୁ ଖରବକୁ ଖଣ୍ଡନ କରିଛି।
ଏହିସବୁ ଭିତରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଭାରତୀୟ ଟିମରେ ବରିଷ୍ଠ ଓ ଅଭିଜ୍ଞ ଖେଳାଳିଙ୍କ ଭିତରେ ବିବାଦ ଲାଗି ରହିଛି। ଭାରତୀୟ ଟିମରେ ଜଣେ ଖେଳାଳି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ଟିମ ଇଣ୍ଡିଆରେ ଭିତରେ ଚାଲିଥିବା ବିବାଦ ଶେଷ ହୋଇପାରିବ ଯଦି ସବୁ ଖେଳାଳିଙ୍କ ମଧ୍ୟରେ ଏକତା ରହିବ। ଏହି ପୋଷ୍ଟ ପରେ ସିଓଏ କହିଛନ୍ତି, ଏହିଭଳି ପୋଷ୍ଟ ନକରିବା ପାଇଁ ଟିମ ଇଣ୍ଡିଆର ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଭାରତୀୟ ଟିମରେ ବିବାଦ ଲାଗି ରହିଛି ବୋଲି ସମସ୍ତଙ୍କୁ ଜଣା ଅଛି। ହେଲେ ସିଓଏ ଏହି ସବୁ ଘଟଣାକୁ ଖଣ୍ଡନ କରିଛି।
ସିଓଏ ଜଣେ ଅଧିକାରୀ କହିଛନ୍ତି, ଯେପର୍ଯ୍ୟନ୍ତ ସିଓଏ ଏହି ଘଟଣାରେ ହସ୍ତକ୍ଷେପ ନକରିଥିବେ ସେପର୍ଯ୍ୟନ୍ତ ଏହିଭଳି ବିବାଦ ଲାଗି ରହିଥିବ। ଅଧିକାରୀ ଜଣେ ଆହୁରି କହିଛନ୍ତି ଯେ, ଟିମରେ ଏହିଭଳି ବିବାଦ ଲାଗି ରହିଲେ ଏହା ସିଧାସଳଖ ଖେଳ ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି।