Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଅହମ୍ମଦବାଦ ଟେଷ୍ଟ : ବଦଳିବ ଟିମ୍‌ ଇଣ୍ଡିଆରେ ପ୍ଲେଇଙ୍ଗ ଇଲେଭେନ୍‌, ଫେରିବେ ଏହି ଦ୍ରୁତ ବୋଲର

8/03/2023 at 9:12 AM

ମୁମ୍ବାଇ ୦୮।୦୩ : ଗୁରୁବାର ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ମ୍ୟାଚ୍ । ସିରିଜ୍‌ର ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନ୍‌ରେ ପରିବର୍ତ୍ତନ ହୋଇପାରେ । ୩ୟ ଟେଷ୍ଟରୁ ବାଦ୍‌ ପଡିଥିବା ମହମ୍ମଦ ସାମି ୪ର୍ଥ ମ୍ୟାଚ୍‌ରେ ଫେରିପାରନ୍ତି ।

ଇନ୍ଦୋରରେ ଖେଳାଯାଇଥିବା ୩ୟ ଟେଷ୍ଟ ମ୍ୟାଚ୍‌ରେ ମହମ୍ମଦ ସାମି ଟିମ୍‌ ଏକାଦଶରେ ସାମିଲ ନଥିଲେ । ଯଦି ମହମ୍ମଦ ସାମି ଦଳକୁ ଫେରିଛନ୍ତି । ତେବେ ମହମ୍ମଦ ସିରାଜଙ୍କୁ ବାହାରେ ବସିବାକୁ ପଡିପାରେ । ଗତ ଇନ୍ଦୋର ଟେଷ୍ଟ ଅଷ୍ଟ୍ରେଲିଆ କମ୍‌ବ୍ୟାକ୍‌ କରିଥିଲା । ମାତ୍ର ୩ ଦିନରେ ହିଁ ଭାରତକୁ ପରାସ୍ତ କରିଥିଲା । ଯାହାଫଳରେ ଭାରତ ବର୍ଡର-ଗାଭାସ୍କର ସିରିଜ୍‌ରେ ୨-୧ରେ ଆଗୁଆ ରହିଛି । ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ   ଟିକେଟ୍‌ ପାଇଁ ଭାରତକୁ ଏହି ମ୍ୟାଚ୍‌ ଜିତି ସିରିଜ୍‌କୁ ନିଜ ନାମରେ କରିବାର ଅଛି ।

ସେହିପରି ସାମିଙ୍କ ବ୍ୟତୀତ ଇଷାନ୍‌ କିଷାନ୍‌ଙ୍କୁ ମଧ୍ୟ ସୁଯୋଗ ମିଳିପାରେ । କିଷାନଙ୍କୁ ଭରତଙ୍କ ସ୍ଥାନରେ ଟିମ୍‌ରେ ସାମିଲ କରାଯାଇପାରେ । କେଏସ୍‌ ଭରତ ଓ୍ୱିକେଟ୍‌ କିପିଂ ଭଲ କରୁଥିଲେ ସୁଦ୍ଧା ଏବେ ଯାଏଁ ବ୍ୟାଟିଂରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି । ଯାହାଫଳରେ ତାଙ୍କୁ ୪ର୍ଥ ଟେଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡିବାକୁ ପଡିପାରେ । ତେବେ ଦେଖାଯାଉ ଅହମ୍ମଦାବାଦ୍‌ ଟେଷ୍ଟରେ ପରିବର୍ତ୍ତନ ବିଜୟ ଦେବ ତ ।

ସାମ୍ଭାବ୍ୟ ଏକାଦଶ-

ଭାରତ- ରୋହିତ ଶର୍ମା, ଶୁଭମନ୍‌ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଶ୍ରୀକର ଭରତ, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ, ଉମେଶ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଇଷାନ କିଷାନ୍‌

   Related Posts