scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ସୂର୍ଯ୍ୟକୁମାର ଅଧିନାୟକ, ପୁଣି ନିରାଶ ସଞ୍ଜୁ ସାମସନ

20/11/2023 at 10:06 PM

ନୂଆଦିଲ୍ଲୀ: ଆଇସିସି ବିଶ୍ଵକପ୍ ୨୦୨୩ ସମାପ୍ତ ହେବାର ଗୋଟିଏ ଦିନ ପରେ ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରିଛି। ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜ୍ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲିଙ୍କ ସମେତ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସବୁଠୁ ବଡ଼ କଥା ସଞ୍ଜୁ ସାମସନଙ୍କୁ ଏଥର ବି ଦଳରେ ସ୍ଥାନ ମିଳିନି।

ଅଧିକ ପଢନ୍ତୁ- ବିଶ୍ୱବିଜେତା ଟିମ୍‌ର ବିଶ୍ୱକପ୍‌କୁ ଅସମ୍ମାନ, ଟ୍ରଫି ଉପରେ ଗୋଡ ରଖିଲେ ଖେଳାଳି, କମିନ୍ସଙ୍କ ଷ୍ଟାଟସରୁ ଫଟୋ ଭାଇରାଲ

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବା କାରଣରୁ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ଆହତ ଯୋଗୁଁ ହାର୍ଦ୍ଦିକଙ୍କୁ ବିଶ୍ଵକପ୍‌ରୁ ବାଦ୍ ପଡ଼ିଥିଲେ। ବିଶ୍ଵକପ୍ ଖେଳିଥିବା ଅଧିକାଂଶ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ବିଶ୍ରାମ ପାଇଥିବା ଖେଳାଳିଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା, ତାରକା ବ୍ୟାଟର ବିରାଟ କୋହଲି, ଶୁଭମନ ଗିଲ୍, କେଏଲ ରାହୁଲ, ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କ ପରି ଖେଳାଳି ସାମିଲ୍। ଉଲ୍ଲେଖନୀୟ ରୋହିତ-କୋହଲି ଲମ୍ବା ସମୟରୁ ଟି-୨୦ ଦଳ ରଣନୀତିର ଅଂଶ ବିଶେଷ ନାହାନ୍ତି।

Team India Squad IND vs AUS T20 Series Suryakumar Yadav Captain Ruturaj Gaikwad Vice Captain Check Full Squad Players List IND vs AUS T20: ऑस्ट्रेलिया के खिलाफ सीरीज के लिए टीम इंडिया का एलान, सूर्यकुमार यादव होंगे कप्तान, इन खिलाड़ियों को मिली जगह
abplive

ଋତୁରାଜ ଗାଏକଓ୍ଵାଡ଼ଙ୍କୁ ଟି-୨୦ ସିରିଜ୍‌ରେ ତିନୋଟି ମ୍ୟାଚ୍ ପାଇଁ ଦଳର ଉପଅଧିନାୟକ କରାଯାଇଛି। ଗାଏକଓ୍ଵାଡ଼ଙ୍କ ନେତୃତ୍ଵରେ ଭାରତୀୟ ଦଳ ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଥିଲା। ଶ୍ରେୟସ ଶେଷ ଦୁଇଟି ଟି-୨୦  ମ୍ୟାଚ୍‌ରେ ଦଳ ସହ ଯୋଗ ଦେବେ। ଅନ୍ୟପଟେ ଓ୍ଵିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିନାହିଁ। ଚୟନକର୍ତ୍ତା ଜିତେଶ ଶର୍ମା ଓ ଇଶାନ କିଶାନଙ୍କ ଉପରେ ଗୁରୁତ୍ଵାରୋପ କରିଛନ୍ତି। ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ସେ ଅନଫିଟ୍ କାରଣରୁ ବିଶ୍ଵକପ୍ ଖେଳି ପାରି ନ ଥିଲେ। ଯୁବ ଓପନର ଯଶସ୍ଵୀ ଜୟସଓ୍ଵାଲ, ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ରିଙ୍କୁ ସିଂ ଓ ତିଳକ ବର୍ମା ନିଜର  ସ୍ଥାନ ବଜାୟ ରଖିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ଼(ଉପଅଧିନାୟକ), ଇଶାନ କିଶନ, ଯଶସ୍ଵୀ ଜୟସଓ୍ଵାଲ୍, ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ଅକ୍ଷର ପଟେଲ୍, ଶିବମ ଦୁବେ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ଅଭେଶ ଖାନ, ମୁକେଶ କୁମାର।

ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ

ମାଥ୍ୟୁ ଓ୍ଵେଦ(ଅଧିନାୟକ), ମାଥ୍ୟୁ ସର୍ଟ, ଟିମ୍ ଡେଭିଡ୍, ଷ୍ଟିଭ ସ୍ମିଥ୍, ଟ୍ରେଭିସ୍ ହେଡ୍, ଡେଭିଡ୍ ଓ୍ଵାର୍ଣ୍ଣର, ଗ୍ଲେନ ମ୍ୟାକ୍ସଓ୍ଵେଲ୍, ମାର୍କସ ଷ୍ଟୋଇନିସ୍, ସିନ ଆବଟ୍, ଜୋସ ଇଙ୍ଗ୍ଲିସ, ତନବୀର ସାନ୍ଧା, ନାଥନ ଏଲିସ,  ଜାସନ ବେହରେନଡର୍ଫ, ସ୍ପେନସର ଜନସନ, ଆଡମ ଜାମ୍ପା।

ଏମିତି ରହିଛି କ୍ରୀଡ଼ାସୂଚୀ

ପ୍ରଥମ ମ୍ୟାଚ୍- ନଭେମ୍ବର ୨୩, ବିଶାଖାପାଟନମ

ଦ୍ଵିତୀୟ ମ୍ୟାଚ୍- ନଭେମ୍ବର ୨୬, ତିରୁଅନନ୍ତପୁରମ

ତୃତୀୟ ମ୍ୟାଚ୍- ନଭେମ୍ବର ୨୮, ଗୌହାଟି

ଚତୁର୍ଥ ମ୍ୟାଚ୍- ଡିସେମ୍ବର ୦୧, ନାଗପୁର

ପଞ୍ଚମ ମ୍ୟାଚ୍- ଡିସେମ୍ବର ୦୩, ହାଇଦ୍ରାବାଦ

   Related Posts