ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ରୋହିତ-କୋହଲିଙ୍କୁ ବିଶ୍ରାମ, କେଏଲ ରାହୁଲ ଅଧିନାୟକ
18/09/2023 at 8:59 PM

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ଟାଇଟଲ୍ ଜିତିବା ପରେ ଏବେ ଭାରତୀୟ ଦଳ ସେପ୍ଟେମ୍ବର ୨୨ରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଏଥିପାଇଁ ସୋମବାର ଜାତୀୟ ଚୟନକର୍ତ୍ତା ୧୫ ଜଣିଆ ଦଳ ଘୋଷଣା କରିଛନ୍ତି। ପ୍ରଥମ ୨ଟି ଏବଂ ଶେଷ ଦିନିକିଆ ପାଇଁ ଭିନ୍ନ ଭିନ୍ନ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମା, ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କେଏଲ ରାହୁଲଙ୍କୁ ଅଧିନାୟକ କରାଯାଇଛି। କିନ୍ତୁ ତୃତୀୟ ଦିନିକିଆରେ ବିଶ୍ରାମ ପାଇଥିବା ଖେଳାଳି ଦଳକୁ ଫେରିବେ ଏବଂ ରୋହିତ ଶର୍ମା ଅଧିନାୟକ ଦାୟିତ୍ଵ ସମ୍ଭାଳିବେ।
ପ୍ରଥମ ଦୁଇଟି ଦିନିକିଆରେ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି। ସବୁଠୁ ବଡ଼ କଥା ଦିନିକିଆ କ୍ରିକେଟ୍ରେ ରବିଚନ୍ଦ୍ରନ ଅଶ୍ଵିନଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ରବୀନ୍ଦ୍ର ଜାଡ଼େଜାଙ୍କୁ ଉପ ଅଧିନାୟକ କରାଯାଇଛି। ପ୍ରଥମ ଦୁଇଟି ମ୍ୟାଚ୍ ପରେ ଋତୁରାଜ ଗାଏକଓ୍ଵାଡ ତୃତୀୟ ଦିନିକିଆରେ ଉପଲବ୍ଧ ରହିବେ ନାହିଁ। ଭାରତ ପାଇଁ ଆଶ୍ଵସ୍ତିକର ଖବର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଖେଳିବେ। ଆୟର ଏସିଆ କପ୍ରେ କେବଳ ୨ଟି ମ୍ୟାଚ୍ ଖେଳି ପାରିଥିଲେ। ପରେ ଆହତଜନିତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ଖେଳି ପାରି ନଥିଲେ। ତାଙ୍କର ଫିଟନେସ୍କୁ ନେଇ ପ୍ରଶ୍ନ ଉଠିଥିଲା ଏବଂ ଏହା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଥିଲା।
Squad for the 3rd & final ODI:
— BCCI (@BCCI) September 18, 2023
Rohit Sharma (C), Hardik Pandya, (Vice-captain), Shubman Gill, Virat Kohli, Shreyas Iyer, Suryakumar Yadav, KL Rahul (wicketkeeper), Ishan Kishan (wicketkeeper), Ravindra Jadeja, Shardul Thakur, Axar Patel*, Washington Sundar, Kuldeep Yadav, R…
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ଟି ମ୍ୟାଚ୍ ପାଇଁ ଭାରତୀୟ ଦଳ
କେଏଲ ରାହୁଲ(ଅଧିନାୟକ/ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ଼, ଶୁଭମନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଇଶାନ କିଷନ(ଓ୍ଵିକେଟ୍ କିପର), ଶାର୍ଦ୍ଦୁଳ ଠାକୁର, ଓ୍ଵାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ଵିନ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ।
ତୃତୀୟ ଦିନିକିଆ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ(ଓ୍ଵିକେଟ୍ କିପର), ଇଶାନ କିଷନ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ଵିନ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ।
ଭାରତ-ଅଷ୍ଟ୍ରେଲିଆ ପାଇଁ ଦିନିକିଆ ଖେଳସୂଚୀ
ପ୍ରଥମ ଦିନିକିଆ- ସେପ୍ଟେମ୍ବର ୨୨, ମୋହାଲି
ଦ୍ଵିତୀୟ ଦିନିକିଆ- ସେପ୍ଟେମ୍ବର ୨୪, ଇନ୍ଦୋର
ତୃତୀୟ ଦିନିକିଆ- ସେପ୍ଟେମ୍ବର ୨୭, ରାଜକୋଟ୍
ଘୋଷିତ ଅଷ୍ଟ୍ରେଲିଆ ଦଳ
ପାଟ୍ କମିନ୍ସ(ଅଧିନାୟକ), ସିନ୍ ଏବଟ, ଆଲେକ୍ସ କେରୀ, ନାଥନ ଏଲିସ, କ୍ୟାମେରୁ ଗ୍ରୀନ, ଜୋଶ ହେଜେଲଉଡ, ଜୋସ ଇଂଗ୍ଲିଶ, ସ୍ପେନସର ଜନସନ, ମାର୍ନସ ଲାବୁସେନ, ମିଚେଲ୍ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ଵେଲ୍, ତନବୀର ସାଙ୍ଘା, ମାଥ୍ୟୁ ସର୍ଟ, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍, ଡେଭିଡ୍ ଓ୍ଵାର୍ଣ୍ଣର, ଆଡମ ଜାମ୍ପା।