ହକି ମହାକୁମ୍ଭ : ୧୮ ଜଣିଆ ଟିମ୍‌ ଘୋଷଣା, ହରମନ୍‌ପ୍ରୀତ୍‌ ସିଂହ ଅଧିନାୟକ, ଅମିତ ରୋହିତଦାସ ଉପ-ଅଧିନାୟକ

Published By : Prameya-News7 Bureau | December 23, 2022 IST

ଭୁବନେଶ୍ୱର /ନୂଆଦିଲ୍ଲୀ : ପାଖେଇ ଆସୁଛି ହକି ବିଶ୍ୱକପ୍‌ । ଏହାପୂର୍ବରୁ ୧୮ ଜଣିଆ ଟିମ୍‌ ଘୋଷଣା କରିଛି ହକି ଇଣ୍ଡିଆ । ହରମନ୍‌ପ୍ରୀତ୍‌ ସିଂହଙ୍କୁ ଟିମ ଇଣ୍ଡିଆରେ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇ ଥିବା ଅମିତ ରୋହିତଦାସଙ୍କୁ ଉପ ଅଧିନାୟକ ଦାୟିତ୍ୱ । ତେବେ ୧୮ ଜଣିଆ ଟିମ୍‌ରେ ସ୍ଥାନ ପାଇଛନ୍ତି ଓଡିଶାର ନିଲମ ସଞ୍ଜୀବ ।

ଖବର ଅନୁଯାୟୀ, ୨୦୨୩ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍‌ । ଓଡିଶାର ଭୁବନେଶ୍ୱର ଓ ରାଉରକେଲା ସହରରେ ହକି ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳାଯିବ । ଗୋଟିଏ ପଟେ ମ୍ୟାଚ୍‌ ଖେଳାଯିବ ନେଇ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ୧୮ ଜଣିଆ ଟିମ୍‌ ଘୋଷଣା କରିଛି ହକି ଇଣ୍ଡିଆ । ତେବେ ଏହି ୧୮ ଜଣିଆ ଟିମ୍‌ରେ ହରମନ୍‌ପ୍ରୀତ ସିଂହଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ମିଳିଥିବା ବେଳେ ଅମିତ ରୋହିତ ଦାସଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ତେବେ ଘୋଷଣା ହୋଇଥିବା ଟିମ୍‌ରେ – କ୍ରିଷ୍ନା ବାହାଦୂର ପାଠକ, ଶ୍ରୀଜେସ୍‌ ପାରାଟ୍ଟୁ ରଭିନ୍ଦ୍ରନ, ଜମନପ୍ରିତ୍‌ ସିଂହ, ସୁରେନ୍ଦର କୁମାର, ହରମନ୍‌ପ୍ରୀତ ସିଂହ ( ଅଧିନାୟକ), ଭରୁଣ କୁମାର, ଅମିତ ରୋହିତ ଦାସ (ଉପ-ଅଧିନାୟକ), ନୀଲମ ସଂଞ୍ଜୀପ, ମନ୍‌ପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ଶମ୍‌ସେର୍‌ ସିଂହ, ବିବେକ୍‌ ସାଗର ପ୍ରସାଦ, ଆକାଶଦୀପ ସିଂହ, ମନ୍‌ଦୀପ ସିଂହ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ, ଶୁଖଜୀତ୍‌ ସିଂହ, ରାଜକୁମାର ପାଲ୍‌, ଜୁଗ୍‌ରାଜ୍‌ ସିଂହ  

-

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.