ବିଶ୍ବରେ ଭାରତୀୟ ଶିକ୍ଷକଙ୍କୁ ସମ୍ମାନ: ‘ଗ୍ଲୋବାଲ୍ ଟିଚର’ ପୁରସ୍କାର ଜିଣିଲେ ରଣଜୀତ, ମିଳିଲା ୭ କୋଟି ଟଙ୍କା
4/12/2020 at 4:48 PM

ମୁମ୍ବାଇ ୦୪/୧୨: ଶିକ୍ଷକ ହେବ ତ ଏମିତି ! ଭାରତୀୟ ଶିକ୍ଷକଙ୍କୁ ବିଶ୍ବରେ ମିଳିଲା ସମ୍ମାନ। ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜିଣିଲେ ବୈଶିକ ଶିକ୍ଷକ (ଗ୍ଲୋବାଲ୍ ଟିଚର) ୨୦୨୦ ପୁରସ୍କାର । ଭାରତର ଶିକ୍ଷକଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ଶିକ୍ଷକ ସମ୍ମାନ ମିଳିବା ଏହା ପ୍ରଥମ।
ମହାରାଷ୍ଟ୍ର ସୋଲାପୁର ଜିଲ୍ଲା ପରିଷଦ ବିଦ୍ୟାଳୟର ଶିକ୍ଷକ ରଣଜୀତ ସିଂହ ଡିସଲେ। ୟୁନେସ୍କୋ ଓ ଲଣ୍ଡନ ସ୍ଥିତି ବାର୍ଫି ଫାଉଣ୍ଡେସନ୍ ଦ୍ବାରା ରଣଜୀତଙ୍କୁ ଗ୍ଲୋବାଲ୍ ଟିଚର ପୁରସ୍କାର ପ୍ରଦାନ କରାଯାଇଛି। ଲଣ୍ଡନର ନ୍ୟାଚୁରାଲ୍ ହିଷ୍ଟ୍ରି ମ୍ୟୁଜିୟମ୍ରେ ଆୟୋଜିତ ସମାରୋହ ସମ୍ପନ୍ନ ହେବା ପରେ ବିଜେତାଙ୍କ ନାଁ ଘୋଷଣା କରିଥିଲେ ପ୍ରସିଦ୍ଧ ଅଭିନେତା ଷ୍ଟିଫେନ୍ ଫ୍ରାଏ।
ଏହି ପ୍ରତିଯୋଗୀତାରେ ୧୪୦ ଦେଶର ୧୨ ହଜାର ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଝିଅମାନଙ୍କ ଶିକ୍ଷାକୁ ବୃଦ୍ଧି କରିବା ଓ ତ୍ବରିତ ପ୍ରତିକ୍ରିୟା (କ୍ୟୁଆର) ପାଠ୍ୟପୁସ୍ତକ କ୍ଷେତ୍ରରେ କ୍ରାନ୍ତି ଆଣିବା ପାଇଁ ରଣଜୀତଙ୍କୁ ଗ୍ଲୋବାଲ୍ ଟିଚର ପୁରସ୍କାରରେ ପୁରଷ୍କୃତ କରାଯାଇଛି। ଏହା ସହ ତାଙ୍କୁ ୭ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।
ବାର୍ଫି ଫାଉଣ୍ଡେସନ୍ ୨୦୧୪ରେ ଏହି ପୁରସ୍କାର ସ୍ଥାପନ କରିଥିଲା। ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ପାଇଁ ଶିକ୍ଷକଙ୍କୁ ଏହି ପୁରସ୍କାର ଦିଆଯାଏ। ତେବେ ରଣଜୀତଙ୍କୁ ଏଭଳି ଏକ ଉପଲବ୍ଧି ପାଇଁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।