ଭୁବନେଶ୍ୱର: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଓଡ଼ିଶା ଏଫସି କଳିଙ୍ଗ ଷ୍ଟାଡିୟମରେ ଇଷ୍ଟ ବେଙ୍ଗଲ ଏଫସି ଦଳକୁ ଭେଟିବ। ବହୁ ପ୍ରତୀକ୍ଷିତ ଏହି ମ୍ୟାଚ ଫେବ୍ରୁଆରୀ ୨୯ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। ଓଡ଼ିଶା ଏଫସି ଚଳିତ ଆଇଏସ୍ଏଲରେ ୧୬ଟି ମ୍ୟାଚ୍ ଖେଳି ୩୨ ପଏଣ୍ଟ୍ ହାସଲ କରିଛି ।
ସେହିପରି ଲଗାତାର ୧୨ଟି ମ୍ୟାଚରେ ଅପରାଜିତ ରହିବାର ଧାରା ବଜାୟ ରଖିଛି। ଅନ୍ୟପକ୍ଷରେ ସମାନ ସଂଖ୍ୟକ ମ୍ୟାଚରୁ ୧୮ ପଏଣ୍ଟ୍ ପାଇ ଇଷ୍ଟବେଙ୍ଗଲ ଲିଗ୍ ତାଲିକାର ୮ମ ସ୍ଥାନରେ ରହିଛି। ନିକଟରେ କଳିଙ୍ଗ ସୁପର କପର ରୋମାଂଚକ ଫାଇନାଲରେ ଓଡ଼ିଶା ଏଫସି ଇଷ୍ଟବେଙ୍ଗଲ ଠାରୁ ୨-୩ ଗୋଲ ବ୍ୟବଧାନରେ ପରାସ୍ତ ହୋଇଥିଲା। ଘରୋଇ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସି ସେହି ପରାଜୟର ପ୍ରତିଶୋଧ ନେବା ସହ ଆଇଏସ୍ଏଲରେ ନିଜର ଅପରାଜିତ ରେକର୍ଡକୁ ଆହୁରି ଆଗକୁ ବଢ଼ାଇବା ପାଇଁ ପଡ଼ିଆକୁ ଓହ୍ଲାଇବ।
ଆହୁରି ପଢ଼ନ୍ତୁ: ଘରୋଇ ମାଟିରେ ଭାରତର ଲଗାତାର ୧୭ମ ଟେଷ୍ଟ ସିରିଜ୍ ବିଜୟ, ଆଖପାଖରେ ନାହାନ୍ତି ଇଂଲଣ୍ଡ- ଅଷ୍ଟ୍ରେଲିଆ