ନୂଆଦିଲ୍ଲୀ: ଆମେରିକା ଚିକାଗୋ ସହରରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି ମାରି ହତ୍ୟା । ଶୁକ୍ରବାର ଏଠାରେ ଥିବା ଏକ ପେଟ୍ରୋଲ ପମ୍ପରେ ଭାରତୀୟ ଛାତ୍ରଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଉକ୍ତ ଯୁବକ ଜଣକ ତେଲେଙ୍ଗାନାର ୨୨ ବର୍ଷୀୟ ସାଇ ତେଜା ନୁକାରପ୍ପ ।
ରିପୋର୍ଟ ଅନୁଯାୟୀ, ସାଇ ତେଜା ଗ୍ରାଜୁଏସନ ସାରିବା ପରେ ଭାରତରୁ ଆମେରିକା ଏମବିଏମ ପଢ଼ିବା ପାଇଁ ଯାଇଥଲେ । ଆଉ ପାଠପଢ଼ା ସହ ସେ ସେଠାରେ ଏକ ପେଟ୍ରୋଲ ପମ୍ପରେ ପାର୍ଟ ଟାଇମ ଜବ୍ କରୁଥିଲେ।
ଏପଟେ, ତେଲେଙ୍ଗାନା ଖମ୍ମମ ଜିଲ୍ଲାରେ ଥିବା ସାଇଙ୍କ ପରିବାର ଲୋକେ ପୁଅର ମୃତ୍ୟ ଖବର ଶୁଣି ଭାଙ୍ଗିପଡ଼ିଛନ୍ତି। ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ବିଆରଏସ ନେତା ମଧୁସୂଦନ ତଥା ପରିବାର ଲୋକଙ୍କୁ ଭେଟିବା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯୁବକ ଜଣକ ପେଟ୍ରୋଲ ପମ୍ପରେ ପାର୍ଟ ଟାଇମ ଜବ୍ କରୁଥିଲେ। ସେ ଆହୁରି କହିଛନ୍ତି ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଘଟଣା ଦିନ ସାଇ ତେଜାଙ୍କ ଡ୍ୟୁଟି ସରିଯାଇଥିଲା। ହେଲେ ତାଙ୍କର ଜଣେ ବନ୍ଧୁଙ୍କ ଅନୁରୋଧ କ୍ରମେ ସେଠାରେ ଡ୍ୟୁଟି କରୁଥିଲେ। ଆଉ ଏହି ସମୟରେ ତାଙ୍କ ଉପରକୁ କେହି ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଛି। ତେବେ ମାମାଲାରେ ଉତ୍ତର ଆମେରିକାରେ ଥିବା ତେଲୁଗୁ ଆସୋସିଏନ ଅଫ୍ ନର୍ଥ ଆମେରିକା (TANA)ର ସହଯୋଗ ନିଆଯାଇଥିବା କଥା କହିଛନ୍ତି ବିଆରଏସ ନେତା।