ଆମେରିକାରେ ପୁଣି ଭାରତୀୟ ନିଖୋଜ, ଜନସାଧାରଣଙ୍କୁ ସାହାଯ୍ୟ ମାଗିଲା ପୋଲିସ୍

Published By : Prameya-News7 Bureau | June 04, 2024 IST

ନୂଆଦିଲ୍ଲୀ ୦୪।୦୬ ; ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରୀ ନିଖୋଜ। ପାଠ ପଢିବା ପାଇଁ ଆମେରିକା ଯାଇଥିବା ଯୁବତୀ ଗତ ଏକ ସପ୍ତାହ ହେବ ନିଖୋଜ ଅଛନ୍ତି। ଛାତ୍ରୀଙ୍କୁ ଖୋଜିବାରେ କାଲିଫର୍ନିଆ ପୋଲିସ ଜନସାଧାରଣଙ୍କ ଠାରୁ ସାହାଯ୍ୟ ମାଗିଛି। ପୋଲିସ ନିଶ୍ଚିତ କରିଛି ଯେ କାଲିଫର୍ନିଆ ଷ୍ଟେଟ ୟୁନିଭରସିଟି ସ୍ୟାନ ବର୍ନାଡିନୋ (CSUSB) ର ୨୩ ବର୍ଷିୟା ଛାତ୍ରୀ ନିତିଶା କାଣ୍ଡୁଲା ନିଖୋଜ ହୋଇଯାଇଛନ୍ତି। ମେ ୨୮ପରେ ପୋଲିସ ତାଙ୍କର କୌଣସି ପତ୍ତା ପାଇ ନାହିଁ।

କାଣ୍ଡୁଲା ହାଇଦ୍ରାବାଦର ବାସିନ୍ଦା । ସେ କାଲିଫର୍ନିଆର CSUSB ପୋଲିସ୍ ମୁଖ୍ୟ ଜନ୍ ଗୁଟିରେଜ୍ ସୋସିଆଲ ମିଡିଆରେ କହିଛନ୍ତି ଯେ ଆମେରିକାରେ ପଢୁଥିବା ହାଇଦ୍ରାବାଦର ଛାତ୍ରୀ କାଣ୍ଡୁଲାଙ୍କୁ ଗତ ମେ ୩୦ରେ ଲସ ଏଞ୍ଜେଲସରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

ପୋଲିସ୍ ଚିଫ୍‌ ଜନ୍ ଗୁଟିରେଜ୍ କାଣ୍ଡୁଲାଙ୍କୁ ଖୋଜିବାରେ ଜନସାଧାରଣଙ୍କ ସହାୟତା ମାଗିଥିଲେ, “# ମିସିଙ୍ଗ୍ ପର୍ସନ୍ ଆଲର୍ଟ: କାଲିଫର୍ନିଆର ସାନ୍ ବର୍ନାଡିନୋରେ ଆମର ଅଂଶୀଦାର CSUSBNews, ଏବଂ LAPD ନିତିଶା କାଣ୍ଡୁଲାଙ୍କ ବିଷୟରେ ମଧ୍ୟ ସୂଚନା ମାଗିଛନ୍ତି । ଆମ ସହିତ ଯୋଗାଯୋଗ କରିବାକୁ ବ୍ୟକ୍ତିଙ୍କୁ ନିବେଦନ କରନ୍ତୁ। ”ଟ୍ଵିଟରରେ ପୋଲିସ ଯୋଗାଯୋଗ ପାଇଁ ଏକ ନମ୍ବର ମଧ୍ୟ ଦେଇଛି।

ପୂର୍ବରୁ ଅନେକ ନିଖୋଜ ହୋଇଯାଇଛନ୍ତି। 

ଆମେରିକାରେ ଭାରତୀୟ ନିଖୋଜ ହେବାର ଏହା ପ୍ରଥମ ଘଟଣା ନୁହେଁ। ଗତ ମାସରେ ୨୬ ବର୍ଷୀୟ ଭାରତୀୟ ଛାତ୍ର ରୁପେଶ ଚିକାଗୋରେ ନିଖୋଜ ହୋଇଯାଇଥିଲେ। ଏପ୍ରିଲ ମାସରେ, ହାଇଦ୍ରାବାଦ ନିବାସୀ ୨୫ ବର୍ଷୀୟ ମହମ୍ମଦ ଅବଦୁଲଙ୍କ ମୃତଦେହ ମିଳିଥିଲା। ମାର୍ଚ୍ଚ ମାସରେ ସେ ନିଖୋଜ ହୋଇଯାଇଥିଲେ। ୨୦୧୯ ରେ, ନ୍ୟୁ ଜର୍ସିର ୨୯ ବର୍ଷିୟ ଭାରତୀୟ ଛାତ୍ର ମାୟୁଶି ଭାଗବତ ମଧ୍ୟ ନିଖୋଜ ହୋଇଯାଇଥିଲେ। ଯାହାର ସ୍ଥିତି ଏପର୍ଯ୍ୟନ୍ତ ମିଳିନାହିଁ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.