ଆମେରିକାରେ ପରିବାରର ୩ ଜଣଙ୍କୁ ହତ୍ୟା କଲେ ଭାରତୀୟ ଛାତ୍ର, ଜେଜ, ଜେଜେମା ଓ କକାଙ୍କୁ କଲେ ଗୁଳି

Published By : Prameya-News7 Bureau | November 29, 2023 IST

ନ୍ୟୁୟର୍କ ୨୯।୧୧: ଭାରତୀୟ ବଂଶୋଦଭବ ୨୩ ବର୍ଷ ବୟଷ୍କ ଛାତ୍ରଙ୍କୁ କଥିତ ରୂପେ ନିଜର ଜେଜେ, ଜେଜେମା ଓ କକାଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ସାଉଥ୍ ପ୍ଲେନ୍‌ ଫିଲ୍ଡ ପୋଲିସ ବିଭାଗ ଓ ମିଡିଲ ସେକ୍ସ କାଉଣ୍ଟି ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ଏକ ବୟାନରେ ଓମ ବ୍ରହ୍ମଭଟ୍ଟଙ୍କୁ ଦିଲ୍ଲିପ କୁମାର ବ୍ରହ୍ମଭଟ୍ଟ (୭୨), ବିନ୍ଦୁ ବ୍ରହ୍ମଭଟ୍ଟ (୭୨) ଓ ୟଶକୁମାର ବ୍ରହ୍ମଭଟ୍ଟ (୩୮)ଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି।

ମିଡିଲ ସେକ୍ସ କାଉଣ୍ଟି ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ସୋମବାର ଏକ ପଡୋଶୀ ଗୁଳି ଚାଲିବାର ଶବ୍ଦଶୁଣି ପୋଲିସକୁ ସୂଚିତ କରିଥିଲେ। ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୩ ଜଣଙ୍କୁ ମୁତାବସ୍ଥାରେ ଦେଖିଥିଲେ। ଏନବିସି ନ୍ୟୁୟର୍କ ଖବର ଅନୁସାରେ ଓମ କିଛି ମାସ ପୂର୍ବରୁ ନ୍ୟୁଜର୍ସି ଆସିଥିଲେ। ତେବେ ସେ କେଉଁ ଭଳି ପରିସ୍ଥିତିରେ ନିଜର ଜେଜେ, ଜେଜେମା ଓ କକାଙ୍କୁ ଗୁଳି କରି ହତ୍ୟା କଲେ ତାହା ସ୍ପଷ୍ଟ ହୋଇ ପାରି ନାହିଁ। ତେବେ ପଡୋଶୀଙ୍କ ଅନୁସାରେ ପୂର୍ବରୁ ଘରୋଇ ହିଂସା ମାମଲାରେ ଏଠାକୁ ପୋଲିସ ଡକାଯାଇଥିଲା।

{"id":876299,"width":843,"height":632,"sizeSlug":"full","linkDestination":"none"}

ସେତେବେଳେ ପୋଲିସ ଯାଞ୍ଚ ପରେ ଏହା ହିଂସାର ଅଚାନକ କୌଣସି ଘଟଣା ନୁହେଁ ବୋଲି କହିଥିଲା। ସେତେବେଳେ ଅଭିଯୁକ୍ତଙ୍କ ଆଡୁ ସାଧାରଣ ଜନତାଙ୍କ ନିମନ୍ତେ କୌଣସି ବିପଦ ନଥିବା କୁହାଯାଇଥିଲା। ସାଉଥ୍ ପ୍ଲେନଫିଲ୍ଡ ପୋଲିସ ବିଭାଗ ଓ ମିଡିଲ ସେକ୍ସ କାଉଣ୍ଟି ପ୍ରସିକ୍ୟୁଟରଙ୍କ ଅନୁସାରେ  ସୋମବାର ସକାଳ ପ୍ରାୟ ୯ଟା ବେଳେ ସାଉଥ୍ ପ୍ଲେନଫିଲ୍ଡ ନ୍ୟୁ ଡରହମ ରୋଡରେ କପୋଲା ଡ୍ରାଇଭରେ ଥିବା ଘରେ ଚଢଉ କରିବା ବେଳେ  ସେଠାରେ  ୨ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗୁଳି ମାଡରେ ପ୍ରାଣ ହରାଇଥିବା ଦେଖାଯାଇଥିବାର କହିଛନ୍ତି। ଗୁଳିକାଣ୍ଡର କାରଣ ଜଣାପଡି ନାହିଁ।

ତେବେ ଓମ ବିରୋଧରେ ପ୍ରଥମ ଡିଗ୍ରି ହତ୍ୟା ଓ ଦ୍ୱିତୀୟ ଡିଗ୍ରି ଅସ୍ତ୍ର ରଖିବାର ୩ଟି ଅଭିଯୋଗ ରୁଜୁ ହୋଇଛି। ଏନବିସି ନ୍ୟୁୟର୍କ ଅନୁସାରେ ଓମ ଗତ କିଛି ସମୟ ହେଲା ନ୍ୟୁଜର୍ସି ଚାଲିଯାଇଥିଲା। ସେ କୋଣ୍ଡାରେ ରହୁଥିଲା। ଗୁଳି ଶବ୍ଦ ଶୁଣି ପଡୋଶୀଙ୍କ ସୂଚନା ଆଧାରରେ ପୋଲିସ ପହଞ୍ଚି ତାଙ୍କୁ ଘରେ ଠାବ କରିଥିଲା। କଥିତ ରୂପେ ଓମ ଅନଲାଇନରେ କିଣିଥିବା ବନ୍ଧୁକରେ ଏହି ହତ୍ୟାକାଣ୍ଡ ଭିଆଇଥିଲା। ଜନୈକ ପଡୋଶୀ ଭିକ୍ଟର ଅରଜକୋ ଏଠାରେ ପ୍ରତ୍ୟେକ ସ୍ଥାନରେ କ୍ୟାମେରା ଲାଗିଥିବା ପୋଲିସକୁ କହିଛନ୍ତି। ଏଣୁ ଯାଞ୍ଚରେ କ୍ୟାମେରା ସହାୟତା କରିପାରେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.