oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଭାରତୀୟ ଛାତ୍ରଙ୍କ ବଡ଼ପଣ; ଯୁଦ୍ଧ ସ୍ଥିତିରେ ବି ଭୁଲି ନାହାନ୍ତି ମାନବିକତା, ଝିଅକୁ କରାଇଲେ ପାକିସ୍ତାନ୍‌ ସୀମା ପାର୍‌

10/03/2022 at 11:56 AM

ନୂଆଦିଲ୍ଲୀ ୧୦/ ୦୩ : ୟୁକ୍ରେନରେ ଜାରି ରହିଛି ଘମାଘୋଟ୍ ଯୁଦ୍ଧ। ଧ୍ୱଂଶବିଧ୍ୱଂଶ ଭିତରେ ଆସୁଛି ଅନେକ କାହାଣୀ । କିଛି ସାହାସ, କିଛି ଛାତିଥରା ଓ ଆଉ କିଛି ଭାବ ବିହ୍ୱଳ କଳାଭଳି।  କିନ୍ତୁ ଇଏ ଏମିତି ଏକ କାହାଣୀ, ଯାହାକି ବୁଝାଇ ଦେଉଛି ମାନବିକତାର ପ୍ରକୃତ ସଜ୍ଞା କଣ?  ଯୁଦ୍ଧ ସମୟରେ ୟୁକ୍ରେନରେ ଫସି ରହିଥିଲେ  ଜଣେ ଭାରତୀୟ ଛାତ୍ର ଅଙ୍କିତ ୟାଦବ। ସେଠାରେ ସେ ନିଜକୁ ବଞ୍ଚାଇବା ସହ ବଞ୍ଚାଇଛନ୍ତି ଜଣେ ପାକିସ୍ତାନୀ  ଝିଅଙ୍କୁ । ଆଉ ତାଙ୍କୁ ରୋମାନିଆ ସୀମାରେ ପହଞ୍ଚିବାରେ  ହୋଇଥିଲେ ସଫଳ। ସେଠାରୁ ସେହି ଝିଅକୁ ପାଠାଯାଇଥିଲା ପାକିସ୍ତାନ ।  ନିକଟରେ ଯୁକ୍ରେନରୁ ଫେରିଥିବା  ଅଙ୍କିତ  ଦିଲ୍ଲୀରେ ପହଞ୍ଚିଥିଲେ। ପରେ ସେ ଇଘଓକୁ କହିଥିଲେ ନିଜ ସଂଘର୍ଷମୟ ଯାତ୍ରା ଓ ମାନବିକତାର କାହାଣୀ ।

ସେ କହିଛନ୍ତି, “ଫେବୃଆରୀ ୨୪ ସନ୍ଧ୍ୟାରେ ମୁଁ ବଙ୍କରରେ ଭେଟିଥିଲି ଜଣେ ପାକିସ୍ତାନୀ ଝିଅଙ୍କୁ।  ବଙ୍କରରେ ଥିଲେ ଖାଲି ୟୁକ୍ରେନୀୟ । ସେମାନଙ୍କ ଭିତରେ  ମୁଁ ଏକା ଭାରତୀୟ ଆଉ ସେ  ଥିଲେ ଏକମାତ୍ର ପାକିସ୍ତାନୀ ଝିଅ । ୟୁକ୍ରେନ ଭାଷା ଆସୁନଥିବାରୁ  ଆମେ ଅନ୍ୟ କାହା ସହ କଥା ହୋଇପାରିନଥିଲୁ। ଦୁହେଁ କଥା ହୋଇଥିଲୁ। ପରେ ଜାଣିବାକୁ ପାଇଲି ସେ ବି ସେଠାରେ ପଢ଼ୁଥିଲେ। ଅନ୍ୟପଟେ  ୟୁକ୍ରେନରେ ବଢ଼ୁଥିଲା ଉତ୍ତେଜନା। ଯେଉଁଥିପାଇଁ ଫେବୃଆରୀ ୨୬ରେ ଆମେ ୟୁକ୍ରେନ ଛାଡ଼ିବାକୁ କରିଥିଲୁ ଯୋଜନା।  କିନ୍ତୁ କର୍ଫ୍ୟୁ ଲଗିବା କାରଣରୁ  ଆମର ପ୍ରଥମ ଚେଷ୍ଟା ବିଫଳ ହୋଇଥିଲା। ଗୁଳି ମାଡ଼ ଯୋଗୁ ବଙ୍କରରୁ ବାହାରକୁ ବାହାରିବାକୁ ଦିଆ ଯାଉନଥିଲା।  ଜୋରରେ ଭୋକ  ଲାଗୁଥିଲେ ବି  ଖାଇବା ବନ୍ଦୋବସ୍ତ କରିବା ଖୁବ୍ କଷ୍ଟ ସାଧ୍ୟ ଥିଲା। ଆମ  ଅନୁରୋଧ  ପରେ  ଆମକୁ ୨୭ ତାରିଖରେ ବଙ୍କରରୁ ବାହାରକୁ ବାହାର କରାଯାଇଥିଲା। କର୍ଫ୍ୟୁ ଭିତରେ ମୁଁ ମୋ  ହଷ୍ଟେଲକୁ ପଳାଇ ଆସିଥିଲି।  ଆମ ଦୁହିଁଙ୍କ ପାଇଁ ଖାଇବା ତିଆରି କରି ଫେରି ଆସିଥିଲି। କିନ୍ତୁ ସେତିକି ବି ଯଥେଷ୍ଟ ନଥିଲା। ପର‌୍ୟ୍ୟାପ୍ତ ପରିମାଣର ଖାଦ୍ୟ ନ ଥିବାରୁ ୨୭ଫେବୃଆରୀର ରାତିରେ ଆମେ କେବଳ ୟୁକ୍ରେନୀୟମାନେ ଯୋଗାଇଥିବା ଭାତ ଖାଇ ଶୋଇଥିଲୁ। ଫେବୃଆରୀ ୨୮ ରେ ଯେତେବେଳେ କର୍ଫ୍ୟୁ ଉଠାଯାଇଥିଲା। ତାପରେ ସେମାନେ ବଙ୍କରରୁ ବାହାରି କିଛି ଖାଇବା ଯୋଗାଡ଼ କରିଥିଲେ। ପୁଣି  ସହର ଛାଡିବାକୁ ଯୋଜନା କରିଥିଲେ ।

ସେହି ସମୟରେ ସେ ପାକିସ୍ତାନୀ ଦୂତାବାସରୁ ଏକ କଲ ପାଇଥିଲେ। ଯେତେବେଳେ ସେ ସେମାନଙ୍କୁ କହିଥିଲେ ଯେ ସେ କିଭରେ  ଅଛନ୍ତି। ଆୁ ତାଙ୍କ ସହ ଜମେ ପାକିସ୍ତାନୀ ଝିଅ ଅଛନ୍ତି।  ସେତେବେଳେ ଦୂତାବାସର ଅଧିକାରୀମାନେ ଅନୁରୋଧ କରିଥିଲେ ଯେ ତାଙ୍କୁ ସରକ୍ଷିତ ଭାବେ ସୀମା ପାଖରେ ପହଞ୍ଚାଇବାକୁ। ଏହା ପରେ  ଆମେ ୫ କିମି ଚାଲିଚାଲି ରେଳ ଷ୍ଟେସନ ପାଖରେ ପହଞ୍ଚିଥିଲୁ। ସେଠାରେ ସେମାନେ ଆଉ କିଛି ଛାତ୍ରଙ୍କୁ ଭେଟିଥିଲେ।  ଭିଡ଼ କାରଣରୁ ତାଙ୍କୁ ୩ ଟି ଟ୍ରେନ୍ ଛାଡ଼ିବାକୁ ପଡ଼ିଲା।  ପରେ ଆମକୁ ଯେଉଁ ଟ୍ରେନ୍ ମିଳିଥିଲା, ସେଥିରେ ସିଟ୍ ନତିଲା। ଆମକୁ ତଲେ ବସି ଆସିବାକୁ ପଡ଼ିତିଲା।  କିଛି ସମୟ ପରେ  ଆମକୁ ବିସ୍ଫୋରଣ ଶୁଣିାବକୁ ମିଳିଥିଲା। ଟ୍ରେନ୍ ଧିରେଧିରେ ଯାଇ ଆମକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚଇଥିଲା।

ପରେ  ପାକିସ୍ତାନୀ ଝିଅ ଦୂତାବାସ ସହିତ ଯୋଗାଯୋଗ କରିଥିଲେ।  ଦୂତବାସ ଟ୍ୟାକ୍ସି ବ୍ୟବସ୍ଥା କରିଥିଲେ। ଅନ୍ୟ ପାକିସ୍ତାନୀ ନାଗରିକଙ୍କ ସହ ରୋମାନିଆ ସୀମାକୁ ସ୍ଥାନାନ୍ତର କରିବା ପାଇଁ ଏକ ବସ୍ ବ୍ୟବସ୍ଥା କରାଯାଇଥିଲା।

ଈଏ ଥିଲା ୟୁକ୍ରେନରେ ଯୁଦ୍ଧର ବିଭିଶିକା ଭିତରେ ପାକିସ୍ତାନୀ ଝିଅକୁ ବଂଚାଇ ମାନବିକତାର ପରିଚୟ ଦେଇଥିବା ଭାରତୀୟ ଯୁବକଙ୍କ କାହାଣୀ ।

   Related Posts