ସାବଧାନ୍ ! ଏହି ଗେମ୍‌ ଖେଳିଲେ ହୋଇପାରେ ମୃତ୍ୟୁ ; ଚାଲିଗଲା ଜୀବନ ୨୦ ବର୍ଷିୟ ଛାତ୍ରଙ୍କ ଜୀବନ

Published By : Prameya-News7 Bureau | April 21, 2024 IST

ମୁମ୍ଵାଇ ୨୧।୦୪: ବର୍ତ୍ତମାନ ଯୁବପିଢିମାନଙ୍କ ମଧ୍ୟରେ ଅନଲାଇନ୍ ଖେଳର କ୍ରେଜ୍  ବଢିଯାଇଛି । ଯାହା ଫଳରେ ସେମାନଙ୍କ ଜୀବନ ମଧ୍ୟ ବିପଦରେ ରହୁଛି। ଏହି କାରଣରୁ, ଅନେକ ଅନଲାଇନ୍ ଖେଳ ଆତ୍ମହତ୍ୟା ଖେଳରେ ପରିଣତ ହୋଇଛି। ଏହିପରି ଏକ ଅନଲାଇନ୍ ଗେମ୍ ହେଉଛି ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ। ଯେଉଁଥିରେ ଖେଳୁଥିବାବେଳେ ୨୦ ବର୍ଷର ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଆମେରିକାରେ ଘଟିଛି । ମୃତ ବ୍ୟକ୍ତି ଜଣକ ଭାରତର ବାସିନ୍ଦା ଥିଲେ ଏବଂ ତାଙ୍କ କାରରେ ମୃତଦେହ ମିଳିଥିଲା। ହେଲେ ତାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଉଦ୍ୟମ କରାଯାଉଛି। କୁହାଯାଉଛି ଯେ ତାଙ୍କ ମୋବାଇଲ୍ ଫୋନ୍ ତାଙ୍କ ଶବ ପାଖରେ ମିଳିଥିଲା, ଯେଉଁଥିରେ ଅନଲାଇନ୍ ଗେମ୍ ଆକ୍ଟିଭ୍‌ ଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଘଟଣା ମାର୍ଚ୍ଚ ୮ ରେ ଘଟିଥିଲା, କିନ୍ତୁ ବର୍ତ୍ତମାନ ଘଟଣା ସାମ୍ନାକୁ ଆସିଛି। ମୃତ ବ୍ୟକ୍ତି ମାସେଚୁସେଟ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଥିଲେ। ପୋଲିସ୍ ସନ୍ଦେହ କରୁଛି ଯେ ତାଙ୍କୁ ହତ୍ୟା କରାଯାଇଥାଇପାରେ। କାରଣ ତାଙ୍କ ମୃତଦେହ ଜଙ୍ଗଲରେ ପାର୍କିଂ ହୋଇଥିବା କାରରେ ମିଳିଥିଲା। କିନ୍ତୁ ଆମେରିକାରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ମାମଲା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ ଗମ୍ ୨୦୧୩ ରେ ଋଷର ପୂର୍ବତନ ଅପରାଧୀ ଫିଲିପ୍ ବୁଡେକିନ୍‌ଙ୍କ ଦ୍ଵାରା ସୃଷ୍ଟି କରାଯାଇଥିଲା। ଏହି ଖେଳରେ ୫୦ ଲେବଲ ଅଛି। କିନ୍ତୁ ଏହି ଖେଳ ଭାରତ, ଆମେରିକା, ଚୀନ୍ ଏବଂ ଅନ୍ୟାନ୍ୟ ଦେଶରେ ୧୩୦ ରୁ ଅଧିକ ଯୁବକ ଓ ଯୁବତୀଙ୍କ ଜୀବନ ନେଇଛି। ଏନେଇ ଖେଳ ନିର୍ମାତା ବୁଡକିନ୍‌ଙ୍କୁ ଗିରଫ କରାଯାଇଥିଲା। ସେ ନିଜ ଅପରାଧ ସ୍ୱୀକାର କରିଛନ୍ତି ଏବଂ ଏଥିପାଇଁ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡ ମଧ୍ୟ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.