ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ସେୟାର ବଜାରରେ ଫେରିଲା ଚମକ୍‌, ନିବେଶକ ମାଲାମାଲ, ଦିନକରେ ଅର୍ଜନ କଲେ ୨.୬୪ କୋଟି ଟଙ୍କାର ସମ୍ପତ୍ତି

8/02/2023 at 5:36 PM

ମୁମ୍ବାଇ ୮।୨: ଭାରତୀୟ ସେୟାର ବଜାରରେ ୮ ଫେବୃଆରୀ ବୁଧବାର ପୁଣି କାରବାର ଜମିଛି। ଫଳରେ ବିଏସଇ ସେନସେକ୍ସ ୩୭୭ ପଏଣ୍ଟ ଉପରକୁ ଉଠି ବନ୍ଦ ହୋଇଥିବା ବେଳେ ନିଫ୍ଟି ପୁଣି ଥରେ ୧୭,୮୫୦ ପଏଣ୍ଟ ପାର କରିଛି । ତେବେ ସେୟାର ବଜାରରେ ପୁଣି ଚମକ୍ ଫେରିବା ପଛରେ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ)ଙ୍କ ରେପୋ ହାର ବୃଦ୍ଧି ମଧ୍ୟ ଏକ କାରଣ। ଆରବିଆଇ ରେପୋରେଟ ୦.୨୫ ପ୍ରତିଶତ ବୃଦ୍ଧି କରିଛନ୍ତି।

ସେୟାର ବଜାରରେ ବୁଧବାର ଆଦାନୀ ଗ୍ରୁପ କମ୍ପାନୀଙ୍କ ପ୍ରାୟ ସେୟାର ମୂଲ୍ୟ ମଧ୍ୟ ବଢିଛି। ବିଏସଇଙ୍କ ମିଡକ୍ୟାପ୍‌ ସେୟାର ମଧ୍ୟ ୧ ପ୍ରତିଶତ ଉପରକୁ ଉଠି ବନ୍ଦ ହୋଇଛନ୍ତି। ସେହିପରି ସ୍ମଲ କ୍ୟାପ୍ ୦.୭୬ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି। ତେବେ ଦିନର କାରବାରରେ କମଡିଟି ଓ ସର୍ଭିସେସ୍ ସେକ୍ଟର ସେୟାର ବେଶ କାରବାର କରିଥିବା ଦେଖାଯାଇଛି। ଫଳରେ ଦିନକରେ ସେୟାର ବଜାରରେ ନିବେଶ କରିଥିବା ନିବେଶକଙ୍କ ସମ୍ପତ୍ତିରେ ୨.୬୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ହୋଇଛି। କାରବାର ଶେଷ ବେଳକୁ ବିଏସଇ ସେନସେକ୍ସ ୩୭୭.୭୫ ଅଙ୍କ ଅର୍ଥାତ ୦.୬୩ ପ୍ରତିଶତ ମଜଭୁତ ହୋଇ ୬୦,୬୬୩.୭୯ ଅଙ୍କରେ ବନ୍ଦ ହୋଇଛି।

ସେହିପରି ଏନଏସଇଙ୍କ ନିଫ୍ଟି ୧୫୦.୨୦ ଅଙ୍କ ଅର୍ଥାତ ୦.୮୫ ପ୍ରତିଶତ ବୃଦ୍ଧି ସହିତ ୧୭,୮୭୧.୭୦ ସ୍ତରରେ ବନ୍ଦ ହୋଇଛି। ଫଳରେ ନିବେଶକ ଦିନକରେ ୨.୬୪ ଲକ୍ଷ ଲାଭ କମେଇଛନ୍ତି। ବିଏଇରେ ଲିଷ୍ଟେଡ କମ୍ପାନୀଙ୍କ ବୁଧବାର ମୋଟ ମାର୍କେଟ୍ କ୍ୟାପିଟାଲାଇଜେସନ ୨୬୮.୬୮ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯାଇଛି। ଯାହା ଗତ ବ୍ୟବସାୟୀକ ଅଧିବେଶନ ଅର୍ଥାତ ମଙ୍ଗଳବାର କାରବାର ବନ୍ଦ ହେବା ବେଳକୁ ୨୬୬.୦୪ ଲକ୍ଷ କୋଟି ଟଙ୍କା ଥିଲା।

ଦିନର କାରବାରରେ ବାଜାଜ ଫାଇନାନ୍ସ ସେୟାରରେ ସବୁଠୁ ଅଧିକ ବୃଦ୍ଧି ଦେଖାଯାଇଛି। ଏହି ସେୟାର ମୂଲ୍ୟରେ ୨.୯୮ ପ୍ରତିଶତ ବୃଦ୍ଧି ଦେଖାଯାଇଥିବା ବେଳେ ଏହା ପଛକୁ ଅଲଟ୍ରାଟେକ୍ ସିମେଣ୍ଟ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ୱିପ୍ରୋ, ଇନଫୋସିସ୍ ସେୟାର ମୂଲ୍ୟରେ ମଧ୍ୟ ବେଶ୍ ବୃଦ୍ଧି ଦେଖାଯାଇଛି। ଏହି ସବୁ କମ୍ପାନୀଙ୍କ ସେୟାର ମୂଲ୍ୟରେ ୧.୭୧ ପ୍ରତିଶତରୁ ଆରମ୍ଭ କରି ୨.୪୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଦେଖାଯାଇଛି। ତେବେ ଏଲଏଣ୍ଡଟି, ଭାରତୀ ଏୟାରଟେଲ, ଏକ୍ସିସ୍ ବ୍ୟାଙ୍କ, କୋଟକ ମହିନ୍ଦ୍ରା ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର ସେୟାର ହ୍ରାସର ସହ ବନ୍ଦ ହୋଇଛନ୍ତି।

   Related Posts