ଅଗଷ୍ଟ ୧ ତାରିଖରୁ ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାହକଙ୍କୁ ଯୋଗାଇବ ନିଃଶୁଳ୍କ ସେବା, ଜାଣନ୍ତୁ କଣ ମିଳିବ ଲାଭ…
17/07/2019 at 5:54 PM

ନୂଆଦିଲ୍ଲୀ୧୭|୭: ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାବେ ପରିଚିତ।ଅଗଷ୍ଟ ୧ ତାରିଖରୁ ଟଙ୍କା ଉଠାଣ ଓ ଦେଣନେଣରେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି ଏସବିଆଇ ଗ୍ରାହକଙ୍କ ପାଇଁ ଘୋଷଣା କରିଛି। ଯଦି ୧୫ ପରେ ଏସବିଆଇ ଗ୍ରାହକ ଆଇଏମପିଏସ ଦ୍ବାରା ଟଙ୍କା ଟ୍ରାନ୍ସଫର କରନ୍ତି ତେବେ ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।ଏସବିଆଇ ଏହି ସର୍ଭିସ ବିନା ଶୁଳ୍କରେ ଉପଲବ୍ଧ ହେବ।
ଆଇଏମପିଏସ ଦ୍ବାରା ଗ୍ରାହକ ଟଙ୍କା ଟ୍ରାନ୍ସଫର କରୁଥିଲେ ,ଏହି ବାବଦରେ ବ୍ୟାଙ୍କକୁ ଶୁଳ୍କ ଦେବାକୁ ପଡ଼ୁଥିଲା। କିନ୍ତୁ ଅଗଷ୍ଟ ୧ ତାରିଖରୁ ଏହି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହା ପୂର୍ବରୁ ଆରଟିଜିଏସ ଓ ଏନଏଫଟି ପାଇଁ ଶୁଳ୍କ ଦେବାକୁ ପଡ଼ୁଥିଲା। ସେହିପରି ମୋବାଇଲ ବ୍ୟାଙ୍କିଙ୍ଗ ଓ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଗ୍ରାହକଙ୍କ ପାଇଁ ଅଗଷ୍ଟ ୧ ତାରିଖରୁ ବିନା ଶୁଳ୍କରେ କରିପାରିବେ।୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଏସବିଆଇର ୬ କୋଟି ଗ୍ରାହକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରୁଛନ୍ତି।
ଏମାନଙ୍କ ମଧ୍ୟରୁ ୧.୪୧ କୋଟି ଏସବିଆଇ ଗ୍ରାହକ ମୋବାଇଲ ବ୍ୟାଙ୍କିଙ୍ଗ ସେବାରେ ଜଡ଼ିତ ରହିଛନ୍ତି। ଏସବିଆଇ ଡିଜିଟାଲ ପ୍ଲାଟଫର୍ମରେ କୋଟି କୋଟି ଲୋକ ଜଡ଼ିତ ଅଛନ୍ତି। ଏସବିଆଇ ର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଡିଜିଟାଲରେ ଏନଏଫଟି , ଆଇଏମପିଏସ ଓ ଆରଟିଜିଏସ କରୁଥିବା ଏସବିଆଇ ଗ୍ରାହକ ବିନା ଶୁଳ୍କରେ ଟ୍ରାଂଜାକ୍ସନ କରିପାରିବେ। ଏହା କରିବା ଦ୍ବାରା ଡିଜିଟାଲ ଟ୍ରାଂଜାକ୍ସନ ବଢ଼ିବ ବୋଲି ଏସବିଆଇ ଅଧିକାରୀ କହିଛନ୍ତି।
ଏସବିଆଇ ବ୍ରାଞ୍ଚ ନେଟଓ୍ବାର୍କରେ ଏନଏଫଟି , ଆଇଏମପିଏସ ଓ ଆରଟିଜିଏସ କରୁଥିବା ଗ୍ରାହକଙ୍କ ପାଇଁ ୨୦ ପ୍ରତିଶତ କମ କରିଦିଆଯିବ।
ଆଇଏମପିଏସ- ଏହି ସେବା ବ୍ୟାଙ୍କ ଛୁଟି ଦିନରେ କରି ପାରିବେ। ଯଦି ରାତିରେ କୌଣସି ବ୍ୟକ୍ତିଙ୍କୁ ଫୋନରେ ଟ୍ରାନ୍ସଫର କରିବାର ଥିବ ତେବେ ଆପଣ ଏକାଉଣ୍ଟ ହୋଲଡ଼ କରି ଟ୍ରାନ୍ସଫର କରିପାରିବେ।