ଚନ୍ଦ୍ର କକ୍ଷପଥ ମୁହାଁ ଚନ୍ଦ୍ରଯାନ-୩, ସଂଧ୍ୟା ୭ଟାରେ ଇସ୍ରୋ କରିବ ଲୁନାର ଅରବିଟ୍ ଇଞ୍ଜେକସନ

Published By : Prameya-News7 Bureau | August 05, 2023 IST

ବେଙ୍ଗାଲୁରୁ: ଚନ୍ଦ୍ର କକ୍ଷପଥ ମୁହାଁ ଚନ୍ଦ୍ରଯାନ-୩ । ଶନିବାର ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷରେ ପ୍ରବେଶ କରିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି । ଅଗଷ୍ଟ ୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ । ଅଗଷ୍ଟ ପହିଲାରେ ରାତି ୧୨ଟାରେ ଚନ୍ଦ୍ରଯାନ-୩କୁ ପୃଥିବୀ ଅର୍ବିଟ୍ ରୁ ଚନ୍ଦ୍ର ଆଡ଼କୁ ପଠାଇଥିଲେ ଇସ୍ରୋର ବୈଜ୍ଞାନିକ । ଏବେ ଚନ୍ଦ୍ର ଆଡ଼କୁ ଗତି କରୁଛି ଏହି ସ୍ପେସ୍ କ୍ରାଫ୍ଟ । ନିଜ ଗନ୍ତବ୍ୟ ପଥର ପ୍ରାୟ ୬୬ ପ୍ରତିଶତ ଅତିକ୍ରମ କରିସାରିଲାଣି ଚନ୍ଦ୍ରଯାନ । ଏଥିରେ ଲାଣ୍ଡର, ରୋଭର ଏବଂ ପ୍ରୋପଲ୍ସନ ମଡ୍ୟୁଲ ରହିଛି ।

wp:html /wp:html

ଚନ୍ଦ୍ରଯାନର ଲାଣ୍ଡର ଏବଂ ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଏବଂ ୧୪ ଦିନ ପର୍ଯ୍ୟନ୍ତ ସେଠାରେ ପରୀକ୍ଷା ନିରୀକ୍ଷା କରିବ । ପ୍ରୋପଲ୍ସନ ମଡ୍ୟୁଲ ଚନ୍ଦ୍ର କକ୍ଷରେ ରହି ପୃଥିବୀରୁ ଆସୁଥିବା ରେଡିଏସନକୁ ଅଧ୍ୟୟନ କରିବ । ରୋଭରରେ ଥିବା ଏଲ୍‌ଆଇବିଏସ୍‌ ବା ଲେଜର  ଇଣ୍ଡ୍ୟୁସଡ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ ଚନ୍ଦ୍ରର ମାଟି  ଓ ଚଟାଣର ସଂରଚନା ଉପରେ ଅଧ୍ୟୟନ କରିବ ।  ସେଥିରେ ଥିବା ଏପିଏକ୍ସଏସ୍‌ ବା ଆଲଫା ପାର୍ଟିକଲ  ଏକ୍ସରେ ସ୍ପେକ୍ଟ୍ରୋମିଟର ଚନ୍ଦ୍ରରେ କେମିକାଲ  ଓ ମିନେରାଲର ଅନୁସନ୍ଧାନ କରିବ । ସେହିଭଳି  ଲ୍ୟାଣ୍ଡର ଚନ୍ଦ୍ରର ତାପମାତ୍ରା, ଭୂମିକମ୍ପ ଏବଂ ଚନ୍ଦ୍ରର  ଉପର ଓ ଭିତର ଅଂଶ କିଭଳି ଗଠିତ ହୋଇଛି ତାର  ଅଧ୍ୟୟନ କରିବ ।

wp:embed {"url":"https://www.prameyanews7.com/chandrayaan-3-leaves-earths-orbit-next-stop-moon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/chandrayaan-3-leaves-earths-orbit-next-stop-moon/
/wp:embed

ଏହି ମିଶନ ଜରିଆରେ ଭାରତ  ବିଶ୍ୱକୁ ଜଣାଇବାକୁ ଚାହୁଁଛି ତା ନିକଟରେ ଚନ୍ଦ୍ରର  ଦକ୍ଷିଣ ମେରୁ ଅଞ୍ଚଳରେ ସଫ୍ଟ ଲ୍ୟାଣ୍ଡିଂ କରିବା ଏବଂ  ରୋଭରକୁ ଚନ୍ଦ୍ରରେ ଗଡାଇବାର କ୍ଷମତା ରହିଛି ।  ଏହାଦ୍ୱାରା ଦୁନିଆର ଭାରତ ଉପରେ ବିଶ୍ୱାସ ବଢ଼ିବ  ଯାହାଫଳରେ ବାଣିଜ୍ୟିକ କାରବାର ବୃଦ୍ଧି କରିବାରେ  ସହାୟକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.