N-95 ମାସ୍କକୁ ନେଇ ନୂଆ ଦାବି କଲେ ଭାରତୀୟ ବୈଜ୍ଞାନିକ: ଇସ୍ରୋ ମଧ୍ୟ ଦେଲା ପରାମର୍ଶ

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ ୨୭/୦୮ : ଇସ୍ରୋ ସହିତ ଅନ୍ୟ ଗବେଷକଙ୍କ ଅନୁଯାୟୀ, ଏନ-୯୫ ମାସ୍କ କରୋନା ଭାଇରସ ସଂକ୍ରମଣ ପ୍ରସାର ହ୍ରାସ କରାଇବାରେ ସର୍ବାଧିକ ପ୍ରଭାବଶାଳୀ ହୋଇପାରେ | ଗବେଷକ ପରାମର୍ଶ ଦେଇଛନ୍ତି ଯେ କରୋନା ପ୍ରସାର ରୋକିବା ପାଇଁ ମାସ୍କ ନ ପିନ୍ଧିବା ଠାରୁ ଯେକୌଣସି ମାସ୍କ ବ୍ୟବହାର କରିବା ଉଚିତ | କାଶିବା ଓ ଛିଙ୍କିବା ସମୟରେ ଶ୍ୱାସନ ତନ୍ତ୍ରରୁ ବାହାରୁଥିବା ସୁକ୍ଷ୍ମ ବିନ୍ଦୁ କୋଭିଡ-୧୯ ଭଳି ସଂକ୍ରମଣ ପ୍ରସାରଣର ସବୁଠାରୁ ବଡ କାରଣ |

ଅଧ୍ୟୟନରୁ ଜଣାପଡିଛି ଯେ ଏନ-୯୫ ମାସ୍କ ସଂକ୍ରମଣ କମାଇବାରେ ସବୁଠାରୁ ଅଧିକ ପ୍ରଭାବଶାଳୀ | ଏହି ମାସ୍କ କାଶିବା ସମୟରେ ମୁହଁରୁ ବାହାରୁଥିବା ସୁକ୍ଷ୍ମ ବିନ୍ଦୁର ପ୍ରସାର ୦.୧ ଓ ୦.୨୫ ମିଟର ମଧ୍ୟରେ ସୀମିତ ରଖେ | ବୈଜ୍ଞାନିକ କହିଛନ୍ତି ସର୍ଜିକାଲ ମାସ୍କ ୦.୫ ରୁ ୧.୫ ମିଟର ଦୂରତା ମଧ୍ୟରେ ସୀମିତ ରଖେ |

{"id":320809,"sizeSlug":"large"}

ଅକ୍ସିଜେନ ଲେଭଲରେ ମାସ୍କ ଦ୍ୱାରା ହେଉଥିବା ପ୍ରଭାବ ସମ୍ବନ୍ଧରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇ କହିଛି ଯେ ଅଧିକ ସମୟ ଧରି ସର୍ଜିକାଲ ମାସ୍କ ବ୍ୟବହାର ଅକ୍ସିଜେନ ହ୍ରାସ କରେନାହିଁ | ଅକ୍ସିଜେନ ଲେଭଲରେ ଫେସ ମାସ୍କର ପ୍ରଭାବର ଗୁଜବକୁ ସଂଗଠନ ଖାରଜ କରିଛି | ଏକ ଭିଡିଓରେ କଲମ୍ବିଆର ଡାକ୍ତର ମେହମେଟ ଓଜ କହିଛନ୍ତି, ସର୍ଜିକାଲ ମାସ୍କ ଓ ଏନ-୯୫ ମାସ୍କ ପିନ୍ଧିବା ପରେ ଓ ପିନ୍ଧିବା ପୂର୍ବରୁ ଅକ୍ସିଜେନ ଲେଭଲ ପତନ ନେଇ ଯାଞ୍ଚ କରିଛନ୍ତି | ସେଥିପାଇଁ ସେ ଅକ୍ସିମିଟର ବ୍ୟବହାର କରିଥିଲେ | ଏଥିରେ ଅକ୍ସିଜେନ ଲେଭଲରେ ପତନ ହୋଇନଥିଲା | ସେ ନିଜ ଅନୁଭୂତି ସେୟାର କରି କହିଛନ୍ତି, ସେ ସର୍ଜରୀ ପାଇଁ ନିଜ କ୍ୟାରିଅରରେ ୧୨ ଘଣ୍ଟା ମାସ୍କ ପିନ୍ଧିଛନ୍ତି କିନ୍ତୁ କେବେ କିଛି ସମସ୍ୟା ହୋଇନାହିଁ |

ଭାରତରେ ବିଶେଷଜ୍ଞଙ୍କ କହିବାନୁଯାୟୀ, ମେଡିକାଲ ମାସ୍କ ଯୋଗୁଁ ଅସୁବିଧା ହୋଇପାରେ ଏବଂ ଅକ୍ସିଜେନ ଲେଭଲ ପ୍ରଭାବିତ ହୋଇପାରେ | ମ୍ୟାଆୟ କ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲର ଡାକ୍ତର ମନୋଜ କୁମାର ଅଧିକ ସମୟ ଯାଏଁ ଏନ-୯୫ ମାସ୍କ ଓ ସର୍ଜିକାଲ ମାସ୍କର ସମ୍ଭାବ୍ୟ ପ୍ରଭାବକୁ ନେଇ କହିଛନ୍ତି ଯେ, ମେଡିକାଲ ମାସ୍କ ଭଳି ଏନ-୯୫ ଓ କେଏନ-୯୫ ମାସ୍କ ଅକ୍ସିଜେନ ଲେଭଲକୁ ପ୍ରଭାବିତ କରିଥାଏ ଏବଂ ଏହାକୁ ୬ ଘଣ୍ଟାରୁ ଅଧିକ ସମୟ ବ୍ୟବହାର କରିବା ଉଚିତ ନୁହେଁ |

{"id":320819,"width":566,"height":392,"sizeSlug":"large"}

କେଏନ-୯୫ ଓ ଏନ-୯୫ ମାସ୍କ ସାଧାରଣତଃ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ବ୍ୟବହାର କରନ୍ତି | ଏହି ମାସ୍କ ଅଙ୍ଗାରକାମ୍ଳ ରୋକିବାର କାରଣ ହୋଇପାରେ | କେଏନ-୯୫ ଓ ଏନ-୯୫ ମାସ୍କ କୋଭିଡ-୧୯ ସମ୍ପର୍କରେ ଆସିଥିବା ସ୍ୱାସ୍ଥ୍ୟକର୍ମୀ ବ୍ୟବହାର କରିବା ଉଚିତ ବୋଲି କହିଛନ୍ତି ଡାକ୍ତର ମନୋଜ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.