ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଭାରତୀୟ ବୈଜ୍ଞାନିକଙ୍କୁ ବଡ ସଫଳତା : କରୋନା ଷ୍ଟ୍ରେନକୁ ପୃଥକ କରିବାରେ ହେଲେ ସଫଳ

14/03/2020 at 12:39 PM

ନୂଆଦିଲ୍ଲୀ ୧୪/୩: କରୋନା ଭାଇରସକୁ ନେଇ ଭାରତକୁ ବଡ ସଫଳତା ମିଳିଛି | ଦେଶରେ ଲଗାତାର କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଯେଉଁଥିପାଇଁ ସରକାର ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି | ତେବେ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ୟରେ ବୈଜ୍ଞାନିକମାନେ ଷ୍ଟ୍ରେନ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି | ଷ୍ଟ୍ରେନକୁ ପୃଥକ କରିବାରେ ମଧ୍ୟ ସଫଳ ହୋଇଛନ୍ତି | ଏହି ରିସର୍ଚ ପରେ ଭାଇରସର ଯାଞ୍ଚ ପାଇଁ କିଟ ପ୍ରସ୍ତୁତ କରିବା, ଔଷଧ ତିଆରି କରିବା ଏବଂ ଟୀକା ପ୍ରସ୍ତୁତ କରିବାରେ ସହାୟତା ମିଳିବ ପାରିବ | ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ୟୁରୋଲୋଜିର ବୈଜ୍ଞାନିକମାନେ କରୋନା ଭାଇରସକୁ ପୃଥକ କରିବାରେ ସଫଳ ହୋଇଛନ୍ତି |

ଏପର୍ଯ୍ୟନ୍ତ ଆମେରିକା, ଜାପାନ, ଥାଇଲ୍ୟାଣ୍ଡ ଏବଂ ଚୀନକୁ ଏଥିରେ ସଫଳତା ମିଳିଛି | ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦର ବିଜ୍ଞାନିକମାନେ ଜୟପୁର ଏବଂ ଆଗ୍ରାରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ମଧ୍ୟରୁ ଷ୍ଟ୍ରେନକୁ ପୃଥକ କରିବା ପରେ ବୁହାନ ଷ୍ଟ୍ରେନ ସହ ଯାଞ୍ଚ କରିଛନ୍ତି | ଭାରତୀୟ ରୋଗୀଙ୍କ ମଧ୍ୟରେ ମିଳିଥିବା ଷ୍ଟ୍ରେନ ବୁହାନ ରୋଗୀଙ୍କ ଷ୍ଟ୍ରେନ ସହ ସମାନ | ଉଭୟ ଷ୍ଟ୍ରେନ ମଧ୍ୟରେ ୯୯.୯୮ ପ୍ରତିଶତ ସାମଞ୍ଜସ୍ୟ ରହିଛି |

ସୂଚନା ଅନୁଯାୟୀ, ଭାରତରେ ଏପର୍ଯ୍ୟନ୍ତ ୮୧ ଜଣ କରୋନାରେ ସଂକ୍ରମିତ ହୋଇସାରିଛନ୍ତି | ଏମାନଙ୍କ ମଧ୍ୟରୁ ୧୭ ଜଣ ବିଦେଶୀ ନାଗରିକ ଅଛନ୍ତି | ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ବାହାର ଦେଶରୁ ଯାତ୍ରା କରି ଫେରିଛନ୍ତି | ଏମାନଙ୍କ ସମ୍ପର୍କରେ ଆସି କିଛି ଲୋକ ସଂକ୍ରମିତ ହୋଇଛନ୍ତି | କରୋନା ଭାଇରସ ଯାଞ୍ଚ ପାଇଁ ବର୍ତମାନ ଦେଶରେ ୬୫ ଟେଷ୍ଟିଙ୍ଗ ସେଣ୍ଟର ରହିଛି | ଆଇସିଏମଆର ଡାକ୍ତର ନିବେଦିତାଙ୍କ କହିବାନୁଯାୟୀ, ଗୋଟିଏ ଟେଷ୍ଟିଙ୍ଗ ସେଣ୍ଟରରେ ପାଖାପାଖି ୯୦ ନମୁନା ଯାଞ୍ଚ କରାଯାଇପାରିବ | ଏପର୍ଯ୍ୟନ୍ତ ୫୯୦୦ ଜଣଙ୍କ ୬୫୦୦ ନମୁନା ଯାଞ୍ଚ କରାସରିଛି ଯେଉଁଥିରୁ ୮୧ ଜଣଙ୍କ ରିପୋର୍ଟ ପଜିଟିଭ ରହିଛି |

ଆଇସିଏମଆର ପୁନେର ବୈଜ୍ଞାନିକ ପ୍ରିୟ ଆବ୍ରାହମ କହିଛନ୍ତି ଯେ, କରୋନା ଭାଇରସକୁ ପୃଥକ କରିବାରେ ଭାରତକୁସବୁଠାରୁ ବଡ ସଫଳତା ମିଳିଛି | ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଭାରତ ପ୍ରଥମ ପର୍ଯ୍ୟାୟ ପାରି କରିସାରିଛି | ସେ କହିଛନ୍ତି ଯେ, ଜୟପୁରରେ ଥିବା ଇଟାଲୀୟ ନାଗରିକ ଏବଂ ଆଗ୍ରାର ୬ଜଣ ରୋଗୀଙ୍କ ମଧ୍ୟରେ ଭାଇରସ ଯାଞ୍ଚ ପରେ ଷ୍ଟ୍ରେନକୁ ପୃଥକ କରାଯାଇଥିଲା | ଯେକୌଣସି ମହାମାରୀକୁ ରୋକିବା ପାଇଁ ଭାଇରସକୁ ଚିହ୍ନଟ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | ଭାଇରସକୁ ଚିହ୍ନଟ କରିବା ପରେ ତାର ଟୀକା ଏବଂ ଉପଚାର ପ୍ରକ୍ରିୟା ଆରମ୍ଭ ହୋଇଥାଏ |

ଆଇସିଏମଆରର ମହାନିର୍ଦେଶକ ଡ.ବଳରାମ ଭାର୍ଗନ ବୈଜ୍ଞାନିକଙ୍କ ଏହି ସଫଳତାକୁ ପ୍ରଶଂସା କରି କହିଛନ୍ତି ଯେ, ଭାଇରସକୁ ପୃଥକ କରିବାରେ ଭାରତ ଦୁନିଆର ପଞ୍ଚମ ଦେଶ | ବର୍ତ୍ତମାନ ବୈଜ୍ଞାନିକମାନେ କରୋନା ଭାଇରସର ଟୀକା ବାହାର କରିବାକୁ ଚେଷ୍ଟା କରିବେ | ସେଥିପାଇଁ ଜନତାଙ୍କୁ ସହଯୋଗ କରିବାକୁ ପଡିବ ବୋଲି ସେ କହିଛନ୍ତି | ଯଦି ସବୁକିଛି ନିୟନ୍ତ୍ରଣାଧୀନ ରହେ ତାହେଲେ ୩୦ ଦିନ ମଧ୍ୟରେ କରୋନାକୁ ବଢ଼ିବାରେ ରୋକା ଯାଇପାରେ ବୋଲି ସେକହିଛନ୍ତି | 

   Related Posts