oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଭାରତୀୟ ବୈଜ୍ଞାନିକମାନେ ଚିହ୍ନଟ କଲେ କୋଭିଡ୍-୧୯ର ନୂଆ ଉପଚାର, ଖୁବଶୀଘ୍ର ହେବ ପରୀକ୍ଷଣ

10/12/2020 at 2:54 PM

ନୂଆଦିଲ୍ଲୀ ୧୦/୧୨ : ସାରା ବିଶ୍ବର ବୈଜ୍ଞାନିକମାନେ କରୋନା ଭାଇରସକୁ ରୋକିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି । ଏଯାଏଁ ଭାଇରସକୁ ଶତ ପ୍ରତିଶତ ରୋକିବା ପାଇଁ ସେଭଳି କୌଣସି ଭ୍ୟାକସିନ୍ ବାହାରି ପାରିନାହିଁ । ତେବେ ଏହାରି ମଧ୍ୟରେ ଭାରତୀୟ ବୈଜ୍ଞାନିକମାନେ ଏମିତି ଏକ ମେଡିସିନର ସମ୍ଭାବିତ ମିଶ୍ରଣ ପ୍ରସ୍ତୁତ କରିଛନ୍ତି ଯାହାକି ନୋଭେଲ କରୋନା ଭାଇରସକୁ ରୋକିବାରେ ସଫଳ ହୋଇପା​‌ରେ । ଏହା ସଂକ୍ରମଣକୁ ରୋକିବାରେ ସହାୟକ ହେବା ସହିତ ଭାଇରସ ବିରୁଦ୍ଧରେ ଲଢିବା ପାଇଁ ପ୍ରଭାବୀ ହୋଇପାରେ ବୋଲି ବୈଜ୍ଞାନିକମାନେ ଭାରତୀୟ ମତ ଦେଇଛନ୍ତି ।

‘ଡ୍ରଗ୍ ବ୍ୟାଙ୍କ୍’ ତଥ୍ୟ ଉପରେ ଅଧ୍ୟୟନ ପରେ ‘ବୈଜ୍ଞାନିକ ରିପୋର୍ଟ’ ପତ୍ରିକାରେ ପ୍ରକାଶିତ ଆର୍ଟିକିଲରେ ଦର୍ଶାଯାଇଛି ଯେ SARS-COV-2 ଉପରେ ଆକ୍ରମଣ କରିବାର ନୂତନ ପଦ୍ଧତି ଚିହ୍ନଟ ହୋଇଛି, ଯାହାକୁ ଏପର୍ଯ୍ୟନ୍ତ ବିଚାରକୁ ନିଆଯାଇ ନଥିଲା । ତାମିଲନାଡୁର ଅଲଗପ୍ପା ବିଶ୍ବବିଦ୍ୟାଳୟ ଏବଂ ସ୍ବିଡେନ୍ KTH ରୟାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିର ଅନୁସନ୍ଧାନକାରୀ ଟିମ୍ ଏପରି ଏକ ମେଡିସିନର ଏବଂ ମିଶ୍ରଣ ସୂଚୀ ପ୍ରଦାନ କରିଛନ୍ତି ଯେଉଁଥିରେ ସଂକ୍ରମଣ ରୋକିବା ଦିଗରେ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି । ଅଧ୍ୟୟନରେ ସାମିଲ ଥିବା ଭାରତୀୟ ବୈଜ୍ଞାନିକ ବୈଭବ ଶ୍ରୀବାସ୍ତବ ଏବଂ ଅରୁଲ ମୁରୁଗାନ କହିଛନ୍ତି ଯେ, ଏହି ମେଡିସିନ୍ ଜୀବାଣୁଙ୍କର ମ୍ୟୁଟେସନ୍ ଚାରିପାଖରେ କାମ କରିବାରେ ସାହାଯ୍ୟ କରିବ  ।

ବୈଭବ ଶ୍ରୀବାସ୍ତବ କହିଛନ୍ତି ଭାଇରସ ଦୃତ ଗତିରେ ପରିବର୍ତ୍ତନ ହେଉଛନ୍ତି ଏବଂ ଦିନକୁ ଦିନ ଆମ ଶରୀରରେ ଥିବା ପ୍ରୋଟିନ୍ ଉପରେ ଏହାର ପ୍ରଭାବ ପଡୁଛି । ତେବେ ଯଦି ଆମ ପାଖକୁ ଏପରି ଏକ ମେଡିସିନ୍ ଆସିଯା ଯେଉଁଥିରେ ଆମ ଶରୀରର ପ୍ରୋଟିନକୁ ମଜବୁତ କରିବା ସହିତ ଭାଇରସର ପ୍ରୋଟିନକୁ ଦୁର୍ବଳ କରିବାରେ ସମର୍ଥ ହୁଏ ତେବେ ଏହା ଏକ ବଡ ଉପଲବ୍ଧି ହେବ । ଖୁବଶୀଘ୍ର ଏଦିଗରେ ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହିତ ପରୀକ୍ଷଣ ଆରମ୍ଭ ହେବ ବୋଲି ଭାରତୀୟ ବୈଜ୍ଞାନିକମାନେ ମତ ଦେଇଛନ୍ତି ।

   Related Posts